୧୦୫ ଗ୍ରାମର ବ୍ରାଉନ ସୁଗାର ଜବତ, ଜଣେ ନାବାଳକ ସମେତ ତିନି ଅଭିଯୁକ୍ତ ଗିରଫ

The Sakala Picture
Published On

ଭଦ୍ରକ : ଗାଡି ଚେକିଂ ସମୟରେ ପୋଲିସ ପଞ୍ଝା ରେ ପଡିଲେ ବ୍ରାଉନ ସୁଗାର ବେପାରୀ, ୧୦୫ ଗ୍ରାମର ବ୍ରାଉନ ସୁଗାର ଜବତ ହେବା ସହ ତିନି ଅଭିଯୁକ୍ତ କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ସୂଚନା ଅନୁଯାୟୀ, ୩ଜଣ ବାଇକ ଆରୋହୀ ବିନା ହେଲମେଣ୍ଟ ରେ ବାଲେଶ୍ୱର ଆଡୁ ଭଦ୍ରକ ଆଡକୁ ଆସୁଥିଲେ । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ଛକ ନିକଟରେ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଗାଡି […]

ଭଦ୍ରକ : ଗାଡି ଚେକିଂ ସମୟରେ ପୋଲିସ ପଞ୍ଝା ରେ ପଡିଲେ ବ୍ରାଉନ ସୁଗାର ବେପାରୀ, ୧୦୫ ଗ୍ରାମର ବ୍ରାଉନ ସୁଗାର ଜବତ ହେବା ସହ ତିନି ଅଭିଯୁକ୍ତ କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ସୂଚନା ଅନୁଯାୟୀ, ୩ଜଣ ବାଇକ ଆରୋହୀ ବିନା ହେଲମେଣ୍ଟ ରେ ବାଲେଶ୍ୱର ଆଡୁ ଭଦ୍ରକ ଆଡକୁ ଆସୁଥିଲେ । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ଛକ ନିକଟରେ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଗାଡି ଚେକିଂ କରାଯାଉଥିଲା। ୩ଜଣ ବିନା ହେଲମେଣ୍ଟ ରେ ଆସୁଥିବା ବାଇକ ଆରୋହୀଙ୍କୁ ପୋଲିସ ଚେକିଂ କରିବା ସମୟରେ ସେମାନଙ୍କ ନିକଟରୁ ୧୦୫ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିଲା ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ପରେ ଏନେଇ ପୋଲିସ ଅଧିକ ଖୋଳତାଡ଼ କରିବାରୁ, ସେମାନଙ୍କ ନିକଟରୁ ୩୦୦ ଟି ଖାଲି ବ୍ରାଉନ ସୁଗାର ପୁଡିଆ, ଛୁରୀ, ବ୍ଲେଡ, ଦୁଇ ହଜାର ଟଙ୍କା ମଧ୍ଯ ପୋଲିସ ଜବତ କରିଥିଲା । ୩ ଅଭିଯୁକ୍ତ ଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ପୋଲିସ ତାହାର ପରିଚୟ ଅସ୍ପଷ୍ଟ ରଖିଥିବା ବେଳେ, ଅନ୍ୟ ଦୁଇ ଅଭିଯୁକ୍ତ ସ୍ଥାନୀୟ ବଉଳପୋଖରୀ ଅଞ୍ଚଳର ହୋଇଥିବା ପୋଲିସ ସୂଚନା ଦେଇଛି । ଦୁଇ ଅଭିଯୁକ୍ତ ଙ୍କ ନାମରେ ପୂର୍ବରୁ ମଧ୍ଯ ମାମଲା ରହିଛି । ବ୍ରାଉନ ସୁଗାର କେଉଁଠୁ ଆସିଲା ଓ ଏହି ବେପାର ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବା ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରତିକ୍ରିୟା ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର