ସ୍ବାମୀଙ୍କ ଅଧୁରା ସ୍ବପ୍ନକୁ ଶାକାର କରିବା ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ୭୬ ବର୍ଷୀୟା ବୃଦ୍ଧା

The Sakala Picture
Published On

ଭଦ୍ରକ:ନିର୍ବାଚନ ପାଇଁ ବୟସ ବି ହାର ମାନିଛି। ପରିଣତ ବୟସରେ ଜଣେ ବୃଦ୍ଧା ନିଜ ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ଶାକାର କରିବ ପାଇଁ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ହେଉଛନ୍ତି ମୀନତିଲତା ବଳ। ବୟସ ୭୬ ହେଲେ ବି, ସେ ଚଳଚଞ୍ଚଳ ଦେଖାଯାଉଛନ୍ତି। ଏଭଳି ଏକ ଘଟଣା ଭଦ୍ରକ ବ୍ଲକ ପରିସରରେ ଦେଖିବାକୁ ମିଳିଛି। ଭଦ୍ରକ ବ୍ଲକ ଅଧିନରେ ଥିବା ଏରଡ଼ା ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଭାବେ ନାମାଙ୍କନ […]

ଭଦ୍ରକ:ନିର୍ବାଚନ ପାଇଁ ବୟସ ବି ହାର ମାନିଛି। ପରିଣତ ବୟସରେ ଜଣେ ବୃଦ୍ଧା ନିଜ ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ଶାକାର କରିବ ପାଇଁ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ହେଉଛନ୍ତି ମୀନତିଲତା ବଳ। ବୟସ ୭୬ ହେଲେ ବି, ସେ ଚଳଚଞ୍ଚଳ ଦେଖାଯାଉଛନ୍ତି। ଏଭଳି ଏକ ଘଟଣା ଭଦ୍ରକ ବ୍ଲକ ପରିସରରେ ଦେଖିବାକୁ ମିଳିଛି। ଭଦ୍ରକ ବ୍ଲକ ଅଧିନରେ ଥିବା ଏରଡ଼ା ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ୭୬ ବର୍ଷୀୟା ମିନତୀଲତା ବଳ। ସେ ଆଜି ନିଜ ସମର୍ଥକ ମାନଙ୍କ ସହ ଅତ୍ୟନ୍ତ ଆଗ୍ରହ, ଉତ୍ସାହର ସହିତ ଭଦ୍ରକ ବିଡ଼ିଓ ମନୋଜ ବେହେରାଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ନିର୍ବାଚନ ପାଇଁ ବୟସ ତାଙ୍କ ପାଖରେ ହାର ମାନି ନଥିବା ସେ କହିବା ସହିତ, ତାଙ୍କ ସ୍ୱାମୀ ସ୍ୱର୍ଗତଃ ସାଗର ଚନ୍ଦ୍ର ବଳ ଜଣେ ସମାଜସେବୀ ଥିଲେ। ଏହାକୁ ପାଥେୟ କରି ନିର୍ବାଚନ ମୈଦାନରେ ସେ ଅବତ୍ତୀର୍ଣ୍ଣ ହୋଇଥିବା କହିଛନ୍ତି। ଆଗାମୀ ଦିନରେ ନିର୍ବାଚିତ ହେଲେ, ପଞ୍ଚାୟତର ବହୁବିଧ ଉନ୍ନତି ମୂଳକ କାର୍ଯ୍ୟ କରିବେ ବୋଲି କହିଛନ୍ତି। ତେବେ ରାଜନୈତିକ ମୈଦାନରେ ଯୁବକ ମାନେ ଅଂଶଗ୍ରହଣ କରୁଥିବା ବେଳେ, ଆଜି ଜଣେ ୭୬ ବର୍ଷୀୟା ବୃଦ୍ଧା ପ୍ରଥମ ଥର ଲାଗି ପଞ୍ଚାୟତ ନିର୍ବାଚନରେ ନାମାଙ୍କନ ଦାଖଲକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନିତ କରିଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

21 Jan 2022 By The Sakala

ସ୍ବାମୀଙ୍କ ଅଧୁରା ସ୍ବପ୍ନକୁ ଶାକାର କରିବା ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ୭୬ ବର୍ଷୀୟା ବୃଦ୍ଧା

ଭଦ୍ରକ:ନିର୍ବାଚନ ପାଇଁ ବୟସ ବି ହାର ମାନିଛି। ପରିଣତ ବୟସରେ ଜଣେ ବୃଦ୍ଧା ନିଜ ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ଶାକାର କରିବ ପାଇଁ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ହେଉଛନ୍ତି ମୀନତିଲତା ବଳ। ବୟସ ୭୬ ହେଲେ ବି, ସେ ଚଳଚଞ୍ଚଳ ଦେଖାଯାଉଛନ୍ତି। ଏଭଳି ଏକ ଘଟଣା ଭଦ୍ରକ ବ୍ଲକ ପରିସରରେ ଦେଖିବାକୁ ମିଳିଛି। ଭଦ୍ରକ ବ୍ଲକ ଅଧିନରେ ଥିବା ଏରଡ଼ା ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ୭୬ ବର୍ଷୀୟା ମିନତୀଲତା ବଳ। ସେ ଆଜି ନିଜ ସମର୍ଥକ ମାନଙ୍କ ସହ ଅତ୍ୟନ୍ତ ଆଗ୍ରହ, ଉତ୍ସାହର ସହିତ ଭଦ୍ରକ ବିଡ଼ିଓ ମନୋଜ ବେହେରାଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ନିର୍ବାଚନ ପାଇଁ ବୟସ ତାଙ୍କ ପାଖରେ ହାର ମାନି ନଥିବା ସେ କହିବା ସହିତ, ତାଙ୍କ ସ୍ୱାମୀ ସ୍ୱର୍ଗତଃ ସାଗର ଚନ୍ଦ୍ର ବଳ ଜଣେ ସମାଜସେବୀ ଥିଲେ। ଏହାକୁ ପାଥେୟ କରି ନିର୍ବାଚନ ମୈଦାନରେ ସେ ଅବତ୍ତୀର୍ଣ୍ଣ ହୋଇଥିବା କହିଛନ୍ତି। ଆଗାମୀ ଦିନରେ ନିର୍ବାଚିତ ହେଲେ, ପଞ୍ଚାୟତର ବହୁବିଧ ଉନ୍ନତି ମୂଳକ କାର୍ଯ୍ୟ କରିବେ ବୋଲି କହିଛନ୍ତି। ତେବେ ରାଜନୈତିକ ମୈଦାନରେ ଯୁବକ ମାନେ ଅଂଶଗ୍ରହଣ କରୁଥିବା ବେଳେ, ଆଜି ଜଣେ ୭୬ ବର୍ଷୀୟା ବୃଦ୍ଧା ପ୍ରଥମ ଥର ଲାଗି ପଞ୍ଚାୟତ ନିର୍ବାଚନରେ ନାମାଙ୍କନ ଦାଖଲକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନିତ କରିଛି।

https://www.thesakala.in/latest-odisha-news/bhadrak/76-year-old-woman-files-nomination-as-the-samiti-member/article-8626
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର