ଗାଁର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବିରଳ ଓ ପ୍ରାଚୀନ ଶିବଲିଙ୍ଗ, ଏହି ଗାଁରେ ରହିଛି ୧୦୦ରୁ ଅଧିକ ଶିବ ମନ୍ଦିର…

The Sakala Picture
Published On

ଭଦ୍ରକ: ଆସୁଛି ଜାଗର । ଉତ୍ସବ ମୁଖର ହୋଇ ଉଠିବ ସମସ୍ତ ଗାଁରେ ଥିବା ଶିବ ମନ୍ଦିର। ହେଲେ ଆଜି ଆମେ ଏମିତି ଏକ ଗାଁ ବିଷୟରେ କହିବୁ ଯେଉଁ ଗାଁରେ ଗୋଟିଏ ସ୍ଥାନରେ ନୁହେଁ ଶତାଧିକ ସ୍ଥାନରେ ପାଳନ ହୁଏ ଜାଗର ଯାତ୍ରା। କାରଣ ଗାଁରେ ଗୋଟିଏ ନୁହେଁ ୧୦୦ ରୁ ଅଧିକ ଶିବ ମନ୍ଦିର ରହିଛି । ଏମିତି ଏକ ଗାଁ ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ନରେନ୍ଦ୍ରପୁର । ଏହି ଗାଁର […]

ଭଦ୍ରକ: ଆସୁଛି ଜାଗର । ଉତ୍ସବ ମୁଖର ହୋଇ ଉଠିବ ସମସ୍ତ ଗାଁରେ ଥିବା ଶିବ ମନ୍ଦିର। ହେଲେ ଆଜି ଆମେ ଏମିତି ଏକ ଗାଁ ବିଷୟରେ କହିବୁ ଯେଉଁ ଗାଁରେ ଗୋଟିଏ ସ୍ଥାନରେ ନୁହେଁ ଶତାଧିକ ସ୍ଥାନରେ ପାଳନ ହୁଏ ଜାଗର ଯାତ୍ରା। କାରଣ ଗାଁରେ ଗୋଟିଏ ନୁହେଁ ୧୦୦ ରୁ ଅଧିକ ଶିବ ମନ୍ଦିର ରହିଛି । ଏମିତି ଏକ ଗାଁ ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ନରେନ୍ଦ୍ରପୁର । ଏହି ଗାଁର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏଠାରେ ଥିବା ବିରଳ ଓ ପ୍ରାଚୀନ ଶିବଲିଙ୍ଗ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଗାଁର କୋଣ ଅନୁକୋଣରେ ଶିବଲିଙ୍ଗ ଗୁଡ଼ିକ ବିରାଜମାନ କରିଥିବାରୁ ସଦାସର୍ବଦା ଏଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ । ବାବାଙ୍କର ପ୍ରତିଦିନ ପୂଜା କରାଯାଉଥିଲେ ମଧ୍ୟ ଜାଗର ଯାତ୍ରା ଖୁବ ଧୁମଧାମରେ ପାଳନ କରାଯାଏ । ଏବେ ବାବାଙ୍କ ଜାଗର ଯାତ୍ରା ପାଇଁ ଜୋରଦାର ଭାବେ ପ୍ରସ୍ତୁତି ଚାଲିଛି ।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

କୁହାଯାଏ ଏହି ଗାଁରେ ଯେଉଁଠି ଖୋଳିବ ସେଠାରେ ଶିବଲିଙ୍ଗ ବାହାରେ । ଆଉ ସେହି ଅନୁସାରେ ବାବାଙ୍କ ନାମକରଣ ମଧ୍ୟ କରାଯାଏ । ବାଡ଼ ଖୋଳୁଥିବା ସ୍ଥାନରୁ ଶିବଲିଙ୍ଗ ବାହାରି ଥିବାରୁ ତାଙ୍କ ନାମ ବାଡେଶ୍ୱର , ବେଲ ଗଛ ମୂଳରୁ ବାହାରିଥିବା ଲିଙ୍ଗର ନାମ ବେଲେଶ୍ଵର ସେହିପରି ବାଟେଶ୍ୱର, ସମୁଦ୍ରେଶ୍ୱର, ଚମ୍ପକେଶ୍ୱର ,ଭୂତେଶ୍ୱର ଆଦି ନାମରେ ପୂଜା ପାଇଥାନ୍ତି। ବିଶ୍ୱାସ ରହିଛି ବାବାଙ୍କ ପାଖରେ ମାନସିକ ରଖିଲେ ତାହା ପୂରଣ ହୋଇଥାଏ ,ଅପୁତ୍ରିକ ପୁତ୍ର ଲାଭ କରେ। ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ମହାଶିବରାତ୍ରି ଦିନ ଏଠାରେ ଦେଖିବାକୁ ମିଳିଥାଏ । ଗାଁ ହୁଏ ଆଲୋକିତ, ପରିବେଶ ହୁଏ ଆଧ୍ୟାତ୍ମିକ । ହରିବୋଲ ହୁଳହୁଳି ଆଉ ଓଁ ନମଃ ଶିବାୟଃ ଧ୍ବନିରେ ପ୍ରକମ୍ପିତ ହୋଇ ଉଠେ ଗଗନପବନ।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର