ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା

Madhusudan Das Picture
Published On

ଭଦ୍ରକ: ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ରେଡ୍ ଫ୍ଲାଗ ନେଇ ସୂଚନା ଦେଲେ ପୋଲିସ ଡିଜି ୱାଇ.ବି ଖୁରାନିଆ । ମୁଖ୍ୟ ଅଭିଯୁକ୍ତ ରାମପଲ୍ଲୀ ଗ୍ରାମର ସତ୍ୟବ୍ରତ ଦାସ ଓରଫ୍ ବବୁଲୁ ଜଗତସିଂହପୁରରୁ ଗିରଫ କରିଛି ଚାନ୍ଦବାଲି ଥାନା ପୋଲିସ । ୩୦ ଦିନ ଭିତରେ ଦାଖଲ ହେବ ଚାର୍ଜସିଟ୍। ଜିଲ୍ଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଲେ ଡିଜିପି । ଏହି ମାମଲାର ତ୍ବରିତ୍ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ। ଜିଲ୍ଲା ପୁଲିସ ଭଲ ତଦନ୍ତ କରିବ, ଭଲ ରେଜଲ୍ଟ ବାହାରିବ ବୋଲି ଆଶା ଅଛି । ସମ୍ବେଦନଶୀଳତା ଦୃଷ୍ଟିରେ ରଖି ତଦନ୍ତକୁ ତ୍ବରିତ୍ବ କରିବାକୁ ନିର୍ଦ୍ଦେଶ । ସମସ୍ତ ସାଇଣ୍ଟିଫିକ୍ ପ୍ରମାଣପତ୍ର ଯୋଗାଡ କରିବା ଉପରେ ଦିଆଯାଇଛି ଗୁରୁତ୍ବ ।  ଦୋଷୀଙ୍କ ଉପରେ ଯେପରି ଦୃଢ  କାର୍ଯ୍ୟାନୁଷ୍ଠାନ ନିଆଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ ।  

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ଚାନ୍ଦବାଲି ଅଞ୍ଚଳର ଜଣେ ୧୦ ବର୍ଷିୟା ନାବାଳିକା ଦିନ ୨ଟା ବେଳେ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲା । ସଂଧ୍ୟା ହେବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ । ପରେ ବାଲିଗାଁ ପଞ୍ଚାୟତ ଅଫିସ ପରିସରରୁ ନାବାଳିକାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା । ନାବାଳିକାକୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରି ଅନ୍ଧକାର ଭିତରେ ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଲୋକେ ରାସ୍ତା ଅବରୋଧ କରିବା ସହ ଥାନା ଘେରିଥିଲେ । ପରିସ୍ଥିତି ଅଣାୟତ୍ତ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

25 Dec 2025 By Madhusudan Das

ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା

ଭଦ୍ରକ: ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ରେଡ୍ ଫ୍ଲାଗ ନେଇ ସୂଚନା ଦେଲେ ପୋଲିସ ଡିଜି ୱାଇ.ବି ଖୁରାନିଆ । ମୁଖ୍ୟ ଅଭିଯୁକ୍ତ ରାମପଲ୍ଲୀ ଗ୍ରାମର ସତ୍ୟବ୍ରତ ଦାସ ଓରଫ୍ ବବୁଲୁ ଜଗତସିଂହପୁରରୁ ଗିରଫ କରିଛି ଚାନ୍ଦବାଲି ଥାନା ପୋଲିସ । ୩୦ ଦିନ ଭିତରେ ଦାଖଲ ହେବ ଚାର୍ଜସିଟ୍। ଜିଲ୍ଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଲେ ଡିଜିପି । ଏହି ମାମଲାର ତ୍ବରିତ୍ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ। ଜିଲ୍ଲା ପୁଲିସ ଭଲ ତଦନ୍ତ କରିବ, ଭଲ ରେଜଲ୍ଟ ବାହାରିବ ବୋଲି ଆଶା ଅଛି । ସମ୍ବେଦନଶୀଳତା ଦୃଷ୍ଟିରେ ରଖି ତଦନ୍ତକୁ ତ୍ବରିତ୍ବ କରିବାକୁ ନିର୍ଦ୍ଦେଶ । ସମସ୍ତ ସାଇଣ୍ଟିଫିକ୍ ପ୍ରମାଣପତ୍ର ଯୋଗାଡ କରିବା ଉପରେ ଦିଆଯାଇଛି ଗୁରୁତ୍ବ ।  ଦୋଷୀଙ୍କ ଉପରେ ଯେପରି ଦୃଢ  କାର୍ଯ୍ୟାନୁଷ୍ଠାନ ନିଆଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ ।  

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ଚାନ୍ଦବାଲି ଅଞ୍ଚଳର ଜଣେ ୧୦ ବର୍ଷିୟା ନାବାଳିକା ଦିନ ୨ଟା ବେଳେ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲା । ସଂଧ୍ୟା ହେବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ । ପରେ ବାଲିଗାଁ ପଞ୍ଚାୟତ ଅଫିସ ପରିସରରୁ ନାବାଳିକାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା । ନାବାଳିକାକୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରି ଅନ୍ଧକାର ଭିତରେ ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଲୋକେ ରାସ୍ତା ଅବରୋଧ କରିବା ସହ ଥାନା ଘେରିଥିଲେ । ପରିସ୍ଥିତି ଅଣାୟତ୍ତ ହୋଇଥିଲା ।

https://www.thesakala.in/latest-odisha-news/bhadrak-chandbali-case-included-in-red-flag/article-43782
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର