ମିଳନ ହେଲା, ଅଣ୍ଡା ଦେଲେନି; ଚିନ୍ତାରେ ବିଶେଷଜ୍ଞ ଓ ବନବିଭାଗ

The Sakala Picture
Published On

ବ୍ରହ୍ମପୁର: ଚଳିତବର୍ଷ ଅଲିଭ୍‍ରିଡ଼ଲେଙ୍କ ସାମୁହିକ ଅଣ୍ଡାଦାନ କମିଛି। ପ୍ରତିବର୍ଷ ଲକ୍ଷାଧିକ ବିରଳ ଅଲିଭ୍‍ ରିଡ଼ଲେ କଇଁଛ ଶ୍ରୀଲଙ୍କା ଉପକୂଳରୁ ବଙ୍ଗୋପସାଗରରେ ଶହ ଶହ କିଲୋମିଟର ଅତିକ୍ରମ କରି ଗଞ୍ଜାମ ଜିଲ୍ଲାର ବିସ୍ତିର୍ଣ୍ଣ ବେଳାଭୂମିକୁ ଆସି ଗଣ ଅଣ୍ଡାଦାନ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା। ତେବେ ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଚଳିତ ଥର ମୋଟ ୪ ହଜାର ୩୮୮ ଟି ଅଲିଭ୍‍ରିଡ଼ଲେ ସାମୁହିକ ଅଣ୍ଡାଦାନ ପାଇଁ […]

ବ୍ରହ୍ମପୁର: ଚଳିତବର୍ଷ ଅଲିଭ୍‍ରିଡ଼ଲେଙ୍କ ସାମୁହିକ ଅଣ୍ଡାଦାନ କମିଛି। ପ୍ରତିବର୍ଷ ଲକ୍ଷାଧିକ ବିରଳ ଅଲିଭ୍‍ ରିଡ଼ଲେ କଇଁଛ ଶ୍ରୀଲଙ୍କା ଉପକୂଳରୁ ବଙ୍ଗୋପସାଗରରେ ଶହ ଶହ କିଲୋମିଟର ଅତିକ୍ରମ କରି ଗଞ୍ଜାମ ଜିଲ୍ଲାର ବିସ୍ତିର୍ଣ୍ଣ ବେଳାଭୂମିକୁ ଆସି ଗଣ ଅଣ୍ଡାଦାନ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା। ତେବେ ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଚଳିତ ଥର ମୋଟ ୪ ହଜାର ୩୮୮ ଟି ଅଲିଭ୍‍ରିଡ଼ଲେ ସାମୁହିକ ଅଣ୍ଡାଦାନ ପାଇଁ ଆସିଥିଲେ। ଏମାନେ ୪ଲକ୍ଷ ୧୬ ହଜାର ୮୬୦ କଇଁଛ ଛୁଆ ଜନ୍ମ ଦେଇଥିବା ଜଣାପଡ଼ିଛି। ଗତବର୍ଷ ୩ଲକ୍ଷ ୨୦ ହଜାର ଅଲିଭ୍‍ରିଡ଼ଲେ ଆସି ଗଣ ଅଣ୍ଡାଦାନ ଦେଇଥିଲେ। ଗୋଟିଏ କଇଁଛ ୧୦୦ ରୁ ୧୫୦ ପର୍ଯ୍ୟନ୍ତ ଅଣ୍ଡା ଦେବା ସହ ଛୁଆ ଜନ୍ମ କରିଥାନ୍ତି। ଏହି ତୁଳନାରେ ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ସଂଖ୍ୟା ଢେର କମିଛି। ତେବେ କାହିଁଙ୍କି କମିଲା କେଉଁ କାରଣ ଯୋଗୁଁ ଏଭଳି ହେଲା ଏ ଉପରେ ବିଚାର ବିମର୍ଷ ମଧ୍ୟ କରାଯାଇଛି। ପ୍ରତବର୍ଷ ଫେବୃୟାରୀ ଶେଷ ସପ୍ତାହ ଆରମ୍ଭରୁ ମଇ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କଇଁଛ ମାନେ ଆସି ଅଣ୍ଡା ଦେଇଥାନ୍ତି। ଏହାର ଏକ ମାସ ପୂର୍ବରୁ ଅଣ୍ଡାଦାନସ୍ଥଳୀର ଏକ କିଲୋମିଟର ଦୂର ସମୂଦ୍ରରେ ମିଳନ ପର୍ବ ମଧ୍ୟ କରିଥାନ୍ତି। ମିଳନ ପର୍ବର ଏକମାସ ମଧ୍ୟରେ ମାଇ କଇଁଛ ମାନେ ବାଲୁକା ଶର୍ଯ୍ୟାକୁ ଆସି ଗାତ ଖୋଳି ଅଣ୍ଡାଦାନ କରିବା ପରେ ଏହାକୁ ବାଲିରେ ଘୋଡ଼େଇ ପୁଣିଥରେ ସମୂଦ୍ର ଭିତରକୁ ଚାଲିଯାଇଥାନ୍ତି। ସେଠାରେ ଅଣ୍ଡାଫୁଟି କୁନି କୁନି କଇଁଛ ଛୁଆ ସମୂଦ୍ର ଭିତରକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି। ଛୁଆମାନେ ସମୂଦ୍ରକୁ ଯିବା ପରେ କିଛିଦିନ ସେଠାରେ ରହି ପୁଣିଥରେ ବିରଳ ପ୍ରଜାତିର ଏହି କଇଁଛମାନେ ଛୁଆଙ୍କ ସହ ପୁଣିଥରେ ଶ୍ରୀଲଙ୍କା ଉପକୂଳ ପ୍ରତ୍ୟାବର୍ତ୍ତନ କରୁଥିବା ବିଶେଷଜ୍ଞ ମାନେ କୁହନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ତେବେ ଚଳିତ ବର୍ଷ ମିଳନ ପର୍ବ ହୋଇଥିଲେ ହେଁ କଇଁଛ ମାନେ ଆସି ଅଣ୍ଡା ଦେଇନଥିବା ପ୍ରସଙ୍ଗ ସମସ୍ତଙ୍କୁ ଅନୁସନ୍ଧାନ କରିବାକୁ ବାଧ୍ୟ କରିଛି। ପ୍ରଥମାର୍ଦ୍ଧରୁ ପାଗ ଅନୁକୂଳ ନଥିବା ବେଳେ ପରେ ପାଗ ମଧ୍ୟ ଠିକ୍‍ ହେବା ସହ ଦକ୍ଷିଣୀପବନ ମଧ୍ୟ ବୋହିଥିଲା। ଅନ୍ୟପକ୍ଷରେ କରୋନା କାରଣରୁ ବେଳାଭୂମିରେ କେହି ପର୍ଯ୍ୟଟକ ମଧ୍ୟ ଦେଖାଦେଇନଥିଲେ। ସମୂଦ୍ର କୂଳ ଏକ ପ୍ରକାର ଶାନ୍ତ ସିଗ୍ନଧ ପରିବେଶ ଭିତରେ ଥିଲା। ସମୂଦ୍ର ଭିତରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ହୋଇଥାଇପାରେ ବୋଲି ବନବିଭାଗ ଅନୁମାନ କରିଛି।

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

ପାଗ ଭଲ ରହିଥିବା ବେଳେ ଝଡ଼ ବତାସ ମଧ୍ୟ ନଥିଲା କେଉଁ କାରଣ ଯୋଗୁଁ ମିଳନ ହୋଇ ମଧ୍ୟ ସେମାନେ ଅଣ୍ଡାଦାନ ସ୍ଥଳକୁ ଆସି ନଥିଲେ ଏ ଉପରେ ଜୀବ ବିଜ୍ଞାନୀ ମାନେ ଅନୁସନ୍ଧାନ କରିବା ଉଚ୍ଚିତ ବୋଲି ବନ ବିଭାଗ ପକ୍ଷରୁ ପ୍ରକାଶ। ଅନ୍ୟପକ୍ଷରେ ବାତ୍ୟା ୟସ ମଧ୍ୟ ସେତେବେଳକୁ ହୋଇନଥିଲା। ସବୁପ୍ରକାର ବ୍ୟବସ୍ଥା ଠିକ୍‍ ଠାକ୍‍ ମଧ୍ୟ ରହିଥିଲା। ସମୂଦ୍ର ଗର୍ଭରେ ମାଳ ମାଳ ହୋଇ କଇଁଛ ମାନେ ବୁଲୁଥିଲେ କିନ୍ତୁ ଅଣ୍ଡାଦେବାକୁ ନଆସିବା ଘଟଣା ବନବିଭାଗକୁ ଚିନ୍ତାରେ ପକାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେଉ: ପ୍ରସନ୍ନ ଆଚାର୍ଯ୍ୟ

ଏମାନଙ୍କ ସୁରକ୍ଷା ଓ ସଚେତନତା ପାଇଁ ବନବିଭାଗ ପକ୍ଷରୁ ବ୍ୟପକ ବ୍ୟବସ୍ତା ମଧ୍ୟ ହାତକୁ ନିଆଯାଇଥିଲା। ଚଳିତ ବର୍ଷ ଅଣ୍ଡାଦାନ ପ୍ରକ୍ରିୟାରେ ବିଳମ୍ବ ମଧ୍ୟ ହୋଇଥିଲା। ବ୍ରହ୍ମପୁର ବନ ବିଭାଗ ଅଧିନରେ ତିନୋଟି ବନଖଣ୍ଡ ରହିଥିବା ବେଳେ ସେଥିରୁ ଖଲ୍ଳିକୋଟ ବନାଞ୍ଚଳ ସମୂଦ୍ର କୂଳରେ ପ୍ରତିବର୍ଷ କଇଁଛ ମାନେ ଅଣ୍ଡା ଦେଇଥାନ୍ତି। ଗୋରଖପଦାରୁ ବଟେଶ୍ୱର ପର୍ଯ୍ୟନ୍ତ ସମୂଦ୍ର କୂଳକୁ କଇଁଛମାନଙ୍କ ଅଣ୍ଡାଦାନ ସ୍ଥଳୀ ମାନେ ବନବିଭାଗ ପକ୍ଷରୁ ଚିହ୍ନଟ କରାଯାଇଥିଲା। ଏହି ଅଞ୍ଚଳରେ ବିରଳ ପ୍ରଜାତିର ଅଲିଭ୍‍ରିଡ଼ଲେ ମାନେ ଆସି ଅଣ୍ଡା ଦେଇଥାନ୍ତି। ଏମାନଙ୍କ ବଂଶବୃଦ୍ଧି ପାଇଁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟ ରହିଛି। ତେବେ ଚଳିତ ବର୍ଷର କମ୍‍ ଅଣ୍ଡାଦାନ କଥା ଉଦ୍‍ବେଗଜନକ ବୋଲି କୁହାଯାଇଛି। ଗତ ୨୦୧୯ ମସିହାରେ ମଧ୍ୟ କମ୍‍ ସଂଖ୍ୟକ କଇଁଛ ଆସି ଅଣ୍ଡା ଦେଇଥିଲେ। ତେବେ କାହିଁଙ୍କି ଏଭଳି ହୁଏ ଏହାର କାରଣ କଣ ହୋଇପାରେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି। ଅଣ୍ଡାଦାନ ସମୟସୀମା ମଧ୍ୟରେ ଉକ୍ତ ସ୍ଥାନକୁ ପର୍ଯ୍ୟଟକ ମାନେ ଯିବା କ୍ଷେତ୍ରରେ ବାରଣ ରହିଛି। ଗତଥର କଇଁଛ ଟ୍ୟାଗିଙ୍ଗ କରାଯାଇଥିବା ବେଳେ ଚଳିତ ବର୍ଷ ଏମାନଙ୍କ ଗଣତି ବିରଳ ଅଲିଭ୍‍ରିଡ଼ଲେଙ୍କ ବଂଶ ବୃଦ୍ଧିର ସୂଚନା ଦେବା କଥା। କିନ୍ତୁ ଅଣ୍ଡାଦାନ ପ୍ରକିୟା ବିଳମ୍ବିତ ହେବା ଗତବର୍ଷ ଠାରୁ ଚଳିତ ବର୍ଷର କଇଁଛ ଛୁଆ ସଂଖ୍ୟା କମିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନୀତ କରିଛି।

05 Jun 2021 By The Sakala

ମିଳନ ହେଲା, ଅଣ୍ଡା ଦେଲେନି; ଚିନ୍ତାରେ ବିଶେଷଜ୍ଞ ଓ ବନବିଭାଗ

ବ୍ରହ୍ମପୁର: ଚଳିତବର୍ଷ ଅଲିଭ୍‍ରିଡ଼ଲେଙ୍କ ସାମୁହିକ ଅଣ୍ଡାଦାନ କମିଛି। ପ୍ରତିବର୍ଷ ଲକ୍ଷାଧିକ ବିରଳ ଅଲିଭ୍‍ ରିଡ଼ଲେ କଇଁଛ ଶ୍ରୀଲଙ୍କା ଉପକୂଳରୁ ବଙ୍ଗୋପସାଗରରେ ଶହ ଶହ କିଲୋମିଟର ଅତିକ୍ରମ କରି ଗଞ୍ଜାମ ଜିଲ୍ଲାର ବିସ୍ତିର୍ଣ୍ଣ ବେଳାଭୂମିକୁ ଆସି ଗଣ ଅଣ୍ଡାଦାନ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା। ତେବେ ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଚଳିତ ଥର ମୋଟ ୪ ହଜାର ୩୮୮ ଟି ଅଲିଭ୍‍ରିଡ଼ଲେ ସାମୁହିକ ଅଣ୍ଡାଦାନ ପାଇଁ ଆସିଥିଲେ। ଏମାନେ ୪ଲକ୍ଷ ୧୬ ହଜାର ୮୬୦ କଇଁଛ ଛୁଆ ଜନ୍ମ ଦେଇଥିବା ଜଣାପଡ଼ିଛି। ଗତବର୍ଷ ୩ଲକ୍ଷ ୨୦ ହଜାର ଅଲିଭ୍‍ରିଡ଼ଲେ ଆସି ଗଣ ଅଣ୍ଡାଦାନ ଦେଇଥିଲେ। ଗୋଟିଏ କଇଁଛ ୧୦୦ ରୁ ୧୫୦ ପର୍ଯ୍ୟନ୍ତ ଅଣ୍ଡା ଦେବା ସହ ଛୁଆ ଜନ୍ମ କରିଥାନ୍ତି। ଏହି ତୁଳନାରେ ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ସଂଖ୍ୟା ଢେର କମିଛି। ତେବେ କାହିଁଙ୍କି କମିଲା କେଉଁ କାରଣ ଯୋଗୁଁ ଏଭଳି ହେଲା ଏ ଉପରେ ବିଚାର ବିମର୍ଷ ମଧ୍ୟ କରାଯାଇଛି। ପ୍ରତବର୍ଷ ଫେବୃୟାରୀ ଶେଷ ସପ୍ତାହ ଆରମ୍ଭରୁ ମଇ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କଇଁଛ ମାନେ ଆସି ଅଣ୍ଡା ଦେଇଥାନ୍ତି। ଏହାର ଏକ ମାସ ପୂର୍ବରୁ ଅଣ୍ଡାଦାନସ୍ଥଳୀର ଏକ କିଲୋମିଟର ଦୂର ସମୂଦ୍ରରେ ମିଳନ ପର୍ବ ମଧ୍ୟ କରିଥାନ୍ତି। ମିଳନ ପର୍ବର ଏକମାସ ମଧ୍ୟରେ ମାଇ କଇଁଛ ମାନେ ବାଲୁକା ଶର୍ଯ୍ୟାକୁ ଆସି ଗାତ ଖୋଳି ଅଣ୍ଡାଦାନ କରିବା ପରେ ଏହାକୁ ବାଲିରେ ଘୋଡ଼େଇ ପୁଣିଥରେ ସମୂଦ୍ର ଭିତରକୁ ଚାଲିଯାଇଥାନ୍ତି। ସେଠାରେ ଅଣ୍ଡାଫୁଟି କୁନି କୁନି କଇଁଛ ଛୁଆ ସମୂଦ୍ର ଭିତରକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି। ଛୁଆମାନେ ସମୂଦ୍ରକୁ ଯିବା ପରେ କିଛିଦିନ ସେଠାରେ ରହି ପୁଣିଥରେ ବିରଳ ପ୍ରଜାତିର ଏହି କଇଁଛମାନେ ଛୁଆଙ୍କ ସହ ପୁଣିଥରେ ଶ୍ରୀଲଙ୍କା ଉପକୂଳ ପ୍ରତ୍ୟାବର୍ତ୍ତନ କରୁଥିବା ବିଶେଷଜ୍ଞ ମାନେ କୁହନ୍ତି।

ତେବେ ଚଳିତ ବର୍ଷ ମିଳନ ପର୍ବ ହୋଇଥିଲେ ହେଁ କଇଁଛ ମାନେ ଆସି ଅଣ୍ଡା ଦେଇନଥିବା ପ୍ରସଙ୍ଗ ସମସ୍ତଙ୍କୁ ଅନୁସନ୍ଧାନ କରିବାକୁ ବାଧ୍ୟ କରିଛି। ପ୍ରଥମାର୍ଦ୍ଧରୁ ପାଗ ଅନୁକୂଳ ନଥିବା ବେଳେ ପରେ ପାଗ ମଧ୍ୟ ଠିକ୍‍ ହେବା ସହ ଦକ୍ଷିଣୀପବନ ମଧ୍ୟ ବୋହିଥିଲା। ଅନ୍ୟପକ୍ଷରେ କରୋନା କାରଣରୁ ବେଳାଭୂମିରେ କେହି ପର୍ଯ୍ୟଟକ ମଧ୍ୟ ଦେଖାଦେଇନଥିଲେ। ସମୂଦ୍ର କୂଳ ଏକ ପ୍ରକାର ଶାନ୍ତ ସିଗ୍ନଧ ପରିବେଶ ଭିତରେ ଥିଲା। ସମୂଦ୍ର ଭିତରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ହୋଇଥାଇପାରେ ବୋଲି ବନବିଭାଗ ଅନୁମାନ କରିଛି।

ପାଗ ଭଲ ରହିଥିବା ବେଳେ ଝଡ଼ ବତାସ ମଧ୍ୟ ନଥିଲା କେଉଁ କାରଣ ଯୋଗୁଁ ମିଳନ ହୋଇ ମଧ୍ୟ ସେମାନେ ଅଣ୍ଡାଦାନ ସ୍ଥଳକୁ ଆସି ନଥିଲେ ଏ ଉପରେ ଜୀବ ବିଜ୍ଞାନୀ ମାନେ ଅନୁସନ୍ଧାନ କରିବା ଉଚ୍ଚିତ ବୋଲି ବନ ବିଭାଗ ପକ୍ଷରୁ ପ୍ରକାଶ। ଅନ୍ୟପକ୍ଷରେ ବାତ୍ୟା ୟସ ମଧ୍ୟ ସେତେବେଳକୁ ହୋଇନଥିଲା। ସବୁପ୍ରକାର ବ୍ୟବସ୍ଥା ଠିକ୍‍ ଠାକ୍‍ ମଧ୍ୟ ରହିଥିଲା। ସମୂଦ୍ର ଗର୍ଭରେ ମାଳ ମାଳ ହୋଇ କଇଁଛ ମାନେ ବୁଲୁଥିଲେ କିନ୍ତୁ ଅଣ୍ଡାଦେବାକୁ ନଆସିବା ଘଟଣା ବନବିଭାଗକୁ ଚିନ୍ତାରେ ପକାଇଛି।

ଏମାନଙ୍କ ସୁରକ୍ଷା ଓ ସଚେତନତା ପାଇଁ ବନବିଭାଗ ପକ୍ଷରୁ ବ୍ୟପକ ବ୍ୟବସ୍ତା ମଧ୍ୟ ହାତକୁ ନିଆଯାଇଥିଲା। ଚଳିତ ବର୍ଷ ଅଣ୍ଡାଦାନ ପ୍ରକ୍ରିୟାରେ ବିଳମ୍ବ ମଧ୍ୟ ହୋଇଥିଲା। ବ୍ରହ୍ମପୁର ବନ ବିଭାଗ ଅଧିନରେ ତିନୋଟି ବନଖଣ୍ଡ ରହିଥିବା ବେଳେ ସେଥିରୁ ଖଲ୍ଳିକୋଟ ବନାଞ୍ଚଳ ସମୂଦ୍ର କୂଳରେ ପ୍ରତିବର୍ଷ କଇଁଛ ମାନେ ଅଣ୍ଡା ଦେଇଥାନ୍ତି। ଗୋରଖପଦାରୁ ବଟେଶ୍ୱର ପର୍ଯ୍ୟନ୍ତ ସମୂଦ୍ର କୂଳକୁ କଇଁଛମାନଙ୍କ ଅଣ୍ଡାଦାନ ସ୍ଥଳୀ ମାନେ ବନବିଭାଗ ପକ୍ଷରୁ ଚିହ୍ନଟ କରାଯାଇଥିଲା। ଏହି ଅଞ୍ଚଳରେ ବିରଳ ପ୍ରଜାତିର ଅଲିଭ୍‍ରିଡ଼ଲେ ମାନେ ଆସି ଅଣ୍ଡା ଦେଇଥାନ୍ତି। ଏମାନଙ୍କ ବଂଶବୃଦ୍ଧି ପାଇଁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟ ରହିଛି। ତେବେ ଚଳିତ ବର୍ଷର କମ୍‍ ଅଣ୍ଡାଦାନ କଥା ଉଦ୍‍ବେଗଜନକ ବୋଲି କୁହାଯାଇଛି। ଗତ ୨୦୧୯ ମସିହାରେ ମଧ୍ୟ କମ୍‍ ସଂଖ୍ୟକ କଇଁଛ ଆସି ଅଣ୍ଡା ଦେଇଥିଲେ। ତେବେ କାହିଁଙ୍କି ଏଭଳି ହୁଏ ଏହାର କାରଣ କଣ ହୋଇପାରେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି। ଅଣ୍ଡାଦାନ ସମୟସୀମା ମଧ୍ୟରେ ଉକ୍ତ ସ୍ଥାନକୁ ପର୍ଯ୍ୟଟକ ମାନେ ଯିବା କ୍ଷେତ୍ରରେ ବାରଣ ରହିଛି। ଗତଥର କଇଁଛ ଟ୍ୟାଗିଙ୍ଗ କରାଯାଇଥିବା ବେଳେ ଚଳିତ ବର୍ଷ ଏମାନଙ୍କ ଗଣତି ବିରଳ ଅଲିଭ୍‍ରିଡ଼ଲେଙ୍କ ବଂଶ ବୃଦ୍ଧିର ସୂଚନା ଦେବା କଥା। କିନ୍ତୁ ଅଣ୍ଡାଦାନ ପ୍ରକିୟା ବିଳମ୍ବିତ ହେବା ଗତବର୍ଷ ଠାରୁ ଚଳିତ ବର୍ଷର କଇଁଛ ଛୁଆ ସଂଖ୍ୟା କମିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନୀତ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର