ମନୋରଞ୍ଜନ
ଘୋଷଣା ହେଲା ପଦ୍ମପୁର ବିଧାନସଭା ଉପନିର୍ବାଚନ ତାରିଖ; ଡିସେମ୍ବର ୫ରେ ଉପନିର୍ବାଚନ, ୮ରେ ଗଣତି
ବରଗଡ: ଘୋଷଣା ହେଲା ପଦ୍ମପୁର ବିଧାନସଭା ଉପନିର୍ବାଚନ ତାରିଖ । ଡିସେମ୍ବର ୫ରେ ହେବ ଉପନିର୍ବାଚନ । ଡିସେମ୍ବର ୮ରେ ଭୋଟ ଗଣତି । ଆସନ୍ତା ୧୦ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଦିନକ ପରେ ଧାମନଗର ଉପନିର୍ବାଚନ ଫଳାଫଳ ଆସିବାକୁ ଥିବାବେଳେ ଆଜି ପଦ୍ମପୁର ଆସନ ଲାଗି ଉପନିର୍ବାଚନ ତାରିଖ ଘୋଷଣା ହୋଇଛି। ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲି ପଡିଛି ଇତି ମଧ୍ୟରେ […]
ବରଗଡ: ଘୋଷଣା ହେଲା ପଦ୍ମପୁର ବିଧାନସଭା ଉପନିର୍ବାଚନ ତାରିଖ । ଡିସେମ୍ବର ୫ରେ ହେବ ଉପନିର୍ବାଚନ । ଡିସେମ୍ବର ୮ରେ ଭୋଟ ଗଣତି । ଆସନ୍ତା ୧୦ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଦିନକ ପରେ ଧାମନଗର ଉପନିର୍ବାଚନ ଫଳାଫଳ ଆସିବାକୁ ଥିବାବେଳେ ଆଜି ପଦ୍ମପୁର ଆସନ ଲାଗି ଉପନିର୍ବାଚନ ତାରିଖ ଘୋଷଣା ହୋଇଛି। ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲି ପଡିଛି
ଇତି ମଧ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦପ୍ତର ଠାରୁ ଆରମ୍ଭ କରି ବରଗଡ ଜିଲ୍ଲାପାଳଙ୍କ ଦପ୍ତରରେ ପଦ୍ମପୁର ଉପନିର୍ବାଚନକୁ ଆଖିଆଗରେ ରଖି ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ୨୦୧୪ରେ ପଦ୍ମପୁର ଆସନରୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ ହୋଇଥିଲେ । ତେବେ ୨୦୧୯ ରେ ପ୍ରାୟ ୫ହଜାର ଭୋଟ ବ୍ୟବଧାନରେ ପ୍ରଦୀପଙ୍କୁ ପରାସ୍ତ କରି ବିଜୟ ରଞ୍ଜନ ସିଂ ବରିହା ଏଠାରୁ ବିଜୟୀ ହୋଇଥିଲେ ।