ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା; ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ୧୧ ଦିନ ଧରି ଚାଲିବ କଂସ ରାଜୁତି

The Sakala Picture
Published On

ବରଗଡ଼: ଆଜିଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ। ବରଗଡ଼ରେ ହୋଇଆସୁଥିବା ଏହି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ୧୧ ଦିନ ଧରି ଚାଲିବ। ଏହି ସମୟରେ ବରଗଡ଼ ସହର, ମଥୁରାନଗରୀ ଏବଂ ଉପକଣ୍ଠରେ ଥିବା ଅମ୍ବାପାଲି ଗାଁ ଗୋପପୁର ପରିଗଣିତ ହୁଏ। ଏହା ମଝିରେ ପ୍ରବାହିତ ହେଉଥିବା ଜୀରା ନଦୀ, ଯମୁନା ନଈରେ ପରିଗଣିତ ହେବ। ବରଗଡ଼ ସହରର ଜନସାଧାରଣ ମଥୁରାନଗରୀର ପ୍ରଜା ଏବଂ ଅମ୍ବାପାଲିରେ ସମସ୍ତେ ଗୋପପୁରବାସୀ ଭାବେ ଏହି ବର୍ଣ୍ଣାଢ଼୍ୟ […]

ବରଗଡ଼: ଆଜିଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ। ବରଗଡ଼ରେ ହୋଇଆସୁଥିବା ଏହି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ୧୧ ଦିନ ଧରି ଚାଲିବ। ଏହି ସମୟରେ ବରଗଡ଼ ସହର, ମଥୁରାନଗରୀ ଏବଂ ଉପକଣ୍ଠରେ ଥିବା ଅମ୍ବାପାଲି ଗାଁ ଗୋପପୁର ପରିଗଣିତ ହୁଏ। ଏହା ମଝିରେ ପ୍ରବାହିତ ହେଉଥିବା ଜୀରା ନଦୀ, ଯମୁନା ନଈରେ ପରିଗଣିତ ହେବ। ବରଗଡ଼ ସହରର ଜନସାଧାରଣ ମଥୁରାନଗରୀର ପ୍ରଜା ଏବଂ ଅମ୍ବାପାଲିରେ ସମସ୍ତେ ଗୋପପୁରବାସୀ ଭାବେ ଏହି ବର୍ଣ୍ଣାଢ଼୍ୟ ଅଭିନୟ ପରମ୍ପରାରେ ସାମିଲ ହେବେ। ଚଳିତବର୍ଷ ୭୬ ବର୍ଷରେ ପଦାର୍ପଣ କରୁଛି ଏହି ମହୋତ୍ସବ। ଏଥିପାଇଁ ସହରସାରା ଉଜ୍ଜ୍ବଳ ଆଲୋକମାଳାରେ ସଜ୍ଜିତ କରାଯାଇଛି। ସୋମବାର ଅପରାହ୍ନ ୨ଟାରେ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ପୀଠରେ ପହଞ୍ଚିବ। ପ୍ରଚାର ପ୍ରସାର କମିଟି ତରଫରୁ ଆୟୋଜିତ ଏହି ଶୋଭାଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରରୁ ପ୍ରାୟ ୨୦ଟି ସାଂସ୍କୃତିକ ଦଳ ଭାଗ ନେବେ। ହାଟପଦାସ୍ଥିତ ରାଜଦରବାରକୁ ପହଞ୍ଚିବା ପରେ ଆନୁଷ୍ଠାନିକ ଭାବରେ ବରଗଡ଼ ଧନୁଯାତ୍ରା ଉଦ୍‌ଘାଟିତ ହେବ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ବରଗଡ଼ ସହର ସାତ କିଲୋମିଟର ପରିଧି ମଧ୍ୟରେ ଭିନ୍ନ ଭିନ୍ନ ୧୪ଟି ମୁକ୍ତାକାଶ ମଞ୍ଚରେ ଅଭିନୀତ ହେଉଥିବା ବେଳେ ହାଟପଦାଠାରେ ମହାରାଜା କଂସଙ୍କ ସୁଉଚ୍ଚ ରାଜଦରବାର କାର୍ଯ୍ୟ ଶେଷ ହୋଇଯାଇଛି। ଲୋକ ମଣ୍ଡପ ପଡ଼ିଆଠାରେ ଚାଲିଥିବା ମହାରାଜା କଂସଙ୍କ ରଙ୍ଗମହଲ ଏବଂ ଗୋପପୁରରେ ନନ୍ଦ ଦରବାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଭିନ୍ନ ଦିନରେ ରାଜଦରବାର, ରଙ୍ଗମହଲ ତଥା ନନ୍ଦ ଦରବାରରେ ୧୫୦ଟିରୁ ଊର୍ଦ୍ଧ୍ବ କଳାକାର ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏଥିରେ ସାମିଲ ହେବା ପାଇଁ ବିଦେଶର ସ୍ବତନ୍ତ୍ର ସାଂସ୍କୃତିକ ଦଳଗୁଡ଼ିକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ପ୍ରକାଶ ଥାଉ କି, ଚଳିତବର୍ଷ କଂସ ଭୂମିକା ପାଇଁ ଧନୁଯାତ୍ରା ନାଟକରେ ହୃଷୀକେଶ ଭୋଇ ତାଙ୍କ ୧୧ତମ ଅଭିନୟ କରିବେ। ଯାତ୍ରାପାଇଁ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ ସହର ବିଭିନ୍ନ ସ୍ଥାନରେ ତୋରଣ ଲଗାଯାଇଛି। ଜର୍ଜ ହାଇସ୍କୁଲ ପଡ଼ିଆ ଏବଂ ଜୀରା ନଦୀ କୂଳରେ ମୀନାବଜାର, ଓରମାସ, ପଲ୍ଲିଶ୍ରୀ ମେଳା, ବାଣିଜ୍ୟ ମେଳା ତଥା ବିଭିନ୍ନ ଅସ୍ଥାୟୀ ଦୋକାନ ବଜାର କାର୍ଯ୍ୟ ଜୋରସୋରରେ ନିର୍ମାଣ ଚାଲିଛି। ଲକ୍ଷାଧିକ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

15 Jan 2024 By The Sakala

ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା; ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ୧୧ ଦିନ ଧରି ଚାଲିବ କଂସ ରାଜୁତି

ବରଗଡ଼: ଆଜିଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ। ବରଗଡ଼ରେ ହୋଇଆସୁଥିବା ଏହି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ୧୧ ଦିନ ଧରି ଚାଲିବ। ଏହି ସମୟରେ ବରଗଡ଼ ସହର, ମଥୁରାନଗରୀ ଏବଂ ଉପକଣ୍ଠରେ ଥିବା ଅମ୍ବାପାଲି ଗାଁ ଗୋପପୁର ପରିଗଣିତ ହୁଏ। ଏହା ମଝିରେ ପ୍ରବାହିତ ହେଉଥିବା ଜୀରା ନଦୀ, ଯମୁନା ନଈରେ ପରିଗଣିତ ହେବ। ବରଗଡ଼ ସହରର ଜନସାଧାରଣ ମଥୁରାନଗରୀର ପ୍ରଜା ଏବଂ ଅମ୍ବାପାଲିରେ ସମସ୍ତେ ଗୋପପୁରବାସୀ ଭାବେ ଏହି ବର୍ଣ୍ଣାଢ଼୍ୟ ଅଭିନୟ ପରମ୍ପରାରେ ସାମିଲ ହେବେ। ଚଳିତବର୍ଷ ୭୬ ବର୍ଷରେ ପଦାର୍ପଣ କରୁଛି ଏହି ମହୋତ୍ସବ। ଏଥିପାଇଁ ସହରସାରା ଉଜ୍ଜ୍ବଳ ଆଲୋକମାଳାରେ ସଜ୍ଜିତ କରାଯାଇଛି। ସୋମବାର ଅପରାହ୍ନ ୨ଟାରେ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ପୀଠରେ ପହଞ୍ଚିବ। ପ୍ରଚାର ପ୍ରସାର କମିଟି ତରଫରୁ ଆୟୋଜିତ ଏହି ଶୋଭାଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରରୁ ପ୍ରାୟ ୨୦ଟି ସାଂସ୍କୃତିକ ଦଳ ଭାଗ ନେବେ। ହାଟପଦାସ୍ଥିତ ରାଜଦରବାରକୁ ପହଞ୍ଚିବା ପରେ ଆନୁଷ୍ଠାନିକ ଭାବରେ ବରଗଡ଼ ଧନୁଯାତ୍ରା ଉଦ୍‌ଘାଟିତ ହେବ।

ବରଗଡ଼ ସହର ସାତ କିଲୋମିଟର ପରିଧି ମଧ୍ୟରେ ଭିନ୍ନ ଭିନ୍ନ ୧୪ଟି ମୁକ୍ତାକାଶ ମଞ୍ଚରେ ଅଭିନୀତ ହେଉଥିବା ବେଳେ ହାଟପଦାଠାରେ ମହାରାଜା କଂସଙ୍କ ସୁଉଚ୍ଚ ରାଜଦରବାର କାର୍ଯ୍ୟ ଶେଷ ହୋଇଯାଇଛି। ଲୋକ ମଣ୍ଡପ ପଡ଼ିଆଠାରେ ଚାଲିଥିବା ମହାରାଜା କଂସଙ୍କ ରଙ୍ଗମହଲ ଏବଂ ଗୋପପୁରରେ ନନ୍ଦ ଦରବାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଭିନ୍ନ ଦିନରେ ରାଜଦରବାର, ରଙ୍ଗମହଲ ତଥା ନନ୍ଦ ଦରବାରରେ ୧୫୦ଟିରୁ ଊର୍ଦ୍ଧ୍ବ କଳାକାର ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏଥିରେ ସାମିଲ ହେବା ପାଇଁ ବିଦେଶର ସ୍ବତନ୍ତ୍ର ସାଂସ୍କୃତିକ ଦଳଗୁଡ଼ିକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ପ୍ରକାଶ ଥାଉ କି, ଚଳିତବର୍ଷ କଂସ ଭୂମିକା ପାଇଁ ଧନୁଯାତ୍ରା ନାଟକରେ ହୃଷୀକେଶ ଭୋଇ ତାଙ୍କ ୧୧ତମ ଅଭିନୟ କରିବେ। ଯାତ୍ରାପାଇଁ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ ସହର ବିଭିନ୍ନ ସ୍ଥାନରେ ତୋରଣ ଲଗାଯାଇଛି। ଜର୍ଜ ହାଇସ୍କୁଲ ପଡ଼ିଆ ଏବଂ ଜୀରା ନଦୀ କୂଳରେ ମୀନାବଜାର, ଓରମାସ, ପଲ୍ଲିଶ୍ରୀ ମେଳା, ବାଣିଜ୍ୟ ମେଳା ତଥା ବିଭିନ୍ନ ଅସ୍ଥାୟୀ ଦୋକାନ ବଜାର କାର୍ଯ୍ୟ ଜୋରସୋରରେ ନିର୍ମାଣ ଚାଲିଛି। ଲକ୍ଷାଧିକ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର