ବାଲେଶ୍ବର ଛାତିଥରା ଟ୍ରେନ୍ ଦୁର୍ଘଟଣା: ‘ଭଗବାନଙ୍କ ଆଶୀର୍ବାଦରୁ ଆମକୁ ପୁର୍ନଜନ୍ମ ମିଳିଲା’

The Sakala Picture
Published On

ବାଲେଶ୍ବର: ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ବାଲେଶ୍ବରଠାରୁ ୨୨ କି.ମି ଦୂର ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ଦୁଇଟି ବଗି ଲାଇନ୍ଚ୍ୟୁତ ହେବାର କିଛି ସମୟ ମଧ୍ୟରେ ହାୱଡ଼ାରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ତା’ ଉପରେ ଚଢ଼ିଯିବାରୁ ୧୭ଟି ବଗି ଓଲଟି ପଡ଼ିଛି। ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପଶ୍ଚିମବଙ୍ଗ […]

ବାଲେଶ୍ବର: ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ବାଲେଶ୍ବରଠାରୁ ୨୨ କି.ମି ଦୂର ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ଦୁଇଟି ବଗି ଲାଇନ୍ଚ୍ୟୁତ ହେବାର କିଛି ସମୟ ମଧ୍ୟରେ ହାୱଡ଼ାରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ତା’ ଉପରେ ଚଢ଼ିଯିବାରୁ ୧୭ଟି ବଗି ଓଲଟି ପଡ଼ିଛି। ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପଶ୍ଚିମବଙ୍ଗ ପୂର୍ବ ମେଦିନପୁର ଅଞ୍ଚଳର ସୁବ୍ରତ ପାଲଙ୍କ ପରିବାର। ସୁବ୍ରତ ତାଙ୍କ ପତ୍ନୀଙ୍କୁ ସାଙ୍ଗରେ ନେଇ ପୁଅର ଚିକିତ୍ସା ପାଇଁ ଚେନ୍ନାଇ ଯାଉଥିଲେ। ସେ ଖଡ଼ଗପୁରରୁ ଚେନ୍ନାଇ ଯାଉଥିଲେ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ସୁବ୍ରତଙ୍କ କହିବା ଅନୁଯାୟୀ, ‘ବାଲେଶ୍ବର ଷ୍ଟେସନ୍ ପରେ ହଠାତ୍ ଟ୍ରେନ୍ ମଧ୍ୟରେ ଆମକୁ ଝଟ୍କା ଲାଗିଥିଲା। ଆମେ କିଛି ବୁଝିବା ପୂର୍ବରୁ ଟ୍ରେନ୍ ବଗି ଧୂଆଁ ହୋଇଯାଇଥିଲା। ଆମେ ଭାବିଥିଲୁ ଆଉ ବଞ୍ଚିବୁନି। ଏକ ଘଣ୍ଟା ପରେ ସ୍ଥାନୀୟ ଲୋକେ ଆମକୁ ଉଦ୍ଧାର କରିଥିଲେ’। ସୁବ୍ରତଙ୍କ ପତ୍ନୀ ଦେବଶ୍ରୀଙ୍କ କହିବା ଅନୁଯାୟୀ, ଯେତେଦିନ ପର୍ଯ୍ୟନ୍ତ ଆମେ ବଞ୍ଚିଥିବୁ ଆମେ ଏ ଛାତିଥରା ଦୃଶ୍ୟକୁ ଭୁଲିପାରିବୁନି। ଲୋକଙ୍କର କି ବିକଳ ରଡ଼ି, ଖଣ୍ଡବିଖଣ୍ଡିତ ଶରୀର ଏବେବି ଆମେ ସେଥିରୁ ବାହାରି ପାରିନୁ। ଯଦିଓ ଆମ ସମସ୍ତଙ୍କୁ ଅଳ୍ପ ବହୁତ ଆଘାତ ଲାଗିଛି କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ଆମେ ସପରିବାର ଫେରି ଆସିଛୁ’।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

03 Jun 2023 By The Sakala

ବାଲେଶ୍ବର ଛାତିଥରା ଟ୍ରେନ୍ ଦୁର୍ଘଟଣା: ‘ଭଗବାନଙ୍କ ଆଶୀର୍ବାଦରୁ ଆମକୁ ପୁର୍ନଜନ୍ମ ମିଳିଲା’

ବାଲେଶ୍ବର: ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ବାଲେଶ୍ବରଠାରୁ ୨୨ କି.ମି ଦୂର ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ଦୁଇଟି ବଗି ଲାଇନ୍ଚ୍ୟୁତ ହେବାର କିଛି ସମୟ ମଧ୍ୟରେ ହାୱଡ଼ାରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ତା’ ଉପରେ ଚଢ଼ିଯିବାରୁ ୧୭ଟି ବଗି ଓଲଟି ପଡ଼ିଛି। ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପଶ୍ଚିମବଙ୍ଗ ପୂର୍ବ ମେଦିନପୁର ଅଞ୍ଚଳର ସୁବ୍ରତ ପାଲଙ୍କ ପରିବାର। ସୁବ୍ରତ ତାଙ୍କ ପତ୍ନୀଙ୍କୁ ସାଙ୍ଗରେ ନେଇ ପୁଅର ଚିକିତ୍ସା ପାଇଁ ଚେନ୍ନାଇ ଯାଉଥିଲେ। ସେ ଖଡ଼ଗପୁରରୁ ଚେନ୍ନାଇ ଯାଉଥିଲେ।

ସୁବ୍ରତଙ୍କ କହିବା ଅନୁଯାୟୀ, ‘ବାଲେଶ୍ବର ଷ୍ଟେସନ୍ ପରେ ହଠାତ୍ ଟ୍ରେନ୍ ମଧ୍ୟରେ ଆମକୁ ଝଟ୍କା ଲାଗିଥିଲା। ଆମେ କିଛି ବୁଝିବା ପୂର୍ବରୁ ଟ୍ରେନ୍ ବଗି ଧୂଆଁ ହୋଇଯାଇଥିଲା। ଆମେ ଭାବିଥିଲୁ ଆଉ ବଞ୍ଚିବୁନି। ଏକ ଘଣ୍ଟା ପରେ ସ୍ଥାନୀୟ ଲୋକେ ଆମକୁ ଉଦ୍ଧାର କରିଥିଲେ’। ସୁବ୍ରତଙ୍କ ପତ୍ନୀ ଦେବଶ୍ରୀଙ୍କ କହିବା ଅନୁଯାୟୀ, ଯେତେଦିନ ପର୍ଯ୍ୟନ୍ତ ଆମେ ବଞ୍ଚିଥିବୁ ଆମେ ଏ ଛାତିଥରା ଦୃଶ୍ୟକୁ ଭୁଲିପାରିବୁନି। ଲୋକଙ୍କର କି ବିକଳ ରଡ଼ି, ଖଣ୍ଡବିଖଣ୍ଡିତ ଶରୀର ଏବେବି ଆମେ ସେଥିରୁ ବାହାରି ପାରିନୁ। ଯଦିଓ ଆମ ସମସ୍ତଙ୍କୁ ଅଳ୍ପ ବହୁତ ଆଘାତ ଲାଗିଛି କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ଆମେ ସପରିବାର ଫେରି ଆସିଛୁ’।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର