ବିବାହ କରିବାର ପ୍ରତିଶୃତି ଦେଇ ଦୁଷ୍କର୍ମ କଲା ପରେ ଯୁବତୀଙ୍କୁ ଫାଙ୍କି ଦେଲେ ଯୁବକ

The Sakala Picture
Published On

ବାଲେଶ୍ୱର: ବିବାହ କରିବାର ପ୍ରତିଶୃତି ଦେଇ ଆଦିବାସୀ ଯୁବତୀଙ୍କ ସହିତ ଦୁଷ୍କର୍ମ କଲାପରେ ଫାଙ୍କିଦେଇ ଖସିଗଲା ଯୁବକ।  ଉପାୟ ନ ପାଇଁ  ଯୁବକଙ୍କ ବିରୁଦ୍ଧରେ ସହଦେବଖୁଣ୍ଟା ଥାନାରେ ଦୁଷ୍କର୍ମ ଅଭିଯୋଗ କଲେ ପୀଡିତା ଯୁବତୀ। ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଡାକ୍ତର ମାଇନା କଲାପରେ ପୀଡିତା ଯୁବତୀଙ୍କ କୋର୍ଟରେ ୧୬୪ ଜମାନବନ୍ଦୀ ନେଇ କୋର୍ଟ ଚାଲାଣ କଲେ ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୋଲିସ। ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଭୀମପୁରା ଅଞ୍ଚଳର ଜଣେ ୨୦ ବର୍ଷୀୟା ଯୁବତୀଙ୍କ […]

ବାଲେଶ୍ୱର: ବିବାହ କରିବାର ପ୍ରତିଶୃତି ଦେଇ ଆଦିବାସୀ ଯୁବତୀଙ୍କ ସହିତ ଦୁଷ୍କର୍ମ କଲାପରେ ଫାଙ୍କିଦେଇ ଖସିଗଲା ଯୁବକ।  ଉପାୟ ନ ପାଇଁ  ଯୁବକଙ୍କ ବିରୁଦ୍ଧରେ ସହଦେବଖୁଣ୍ଟା ଥାନାରେ ଦୁଷ୍କର୍ମ ଅଭିଯୋଗ କଲେ ପୀଡିତା ଯୁବତୀ। ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଡାକ୍ତର ମାଇନା କଲାପରେ ପୀଡିତା ଯୁବତୀଙ୍କ କୋର୍ଟରେ ୧୬୪ ଜମାନବନ୍ଦୀ ନେଇ କୋର୍ଟ ଚାଲାଣ କଲେ ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୋଲିସ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଭୀମପୁରା ଅଞ୍ଚଳର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ସହିତ ସମ୍ପୃକ୍ତ ଅଞ୍ଚଳର ମାୟାଧର ମୁଦୁଲିଙ୍କ ପୁଅ ଖଗେନ୍ଦ୍ର ମୁଦୁଲି ଙ୍କ ସହିତ ପରିଚୟ ହେଇ ଥିଲା। ପରେ ଯୁବତୀଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ତା’ ସହିତ ବଳ ପୂର୍ବକ ଦୁଷ୍କର୍ମ କରିଥିଲା।ଏହାବାଦ ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ ଖଗେନ୍ଦ୍ର ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲା। ତେବେ ଗତ୧୪/୦୩/୨୩ ତାରିଖ ରାତିରେ ଖଗେନ୍ଦ୍ର ତା ନିଜ ଘରକୁ ଡାକି ଯୁବତୀ ସହିତ ଶାରୀରିକ ସମ୍ପର୍କ ରଖିବା ପରେ ବିବାହ କରିବା ଲାଗି ଯୁବତୀ ଜିଦ ଧରିଥିଲେ। ସେଥିରେ ଉତକ୍ଷିପ୍ତ ହେଇ ଖଗେନ୍ଦ୍ର ଯୁବତୀଙ୍କୁ ନିସ୍ତୁକ ମାଡ ମାରିବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିଥିଲା। ଯୁବକଙ୍କ ପରିବାର ଲୋକ ମଧ୍ୟ ପିଡିତା ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଘରୁ ବାହାର କରିଦେଇ ଥିଲେ। ପରେ ଏହି ଘଟଣାର ସମାଧାନ କରିବା ପାଇଁ ଗ୍ରାମରେ ବୈଠକ ହେଇଥିଲା।ବୈଠକରେ ଉପସ୍ଥିତ ଭଦ୍ରବ୍ୟକ୍ତି ମାନଙ୍କ ଆଗରେ ଖଗେନ୍ଦ୍ର ଯୁବତୀଙ୍କୁ ବିବାହ କରିବ ନାହିଁ ବୋଲି ମନାକରି ଦେଇଥିଲେ।ଶେଷରେ ଅନ୍ୟନୋପାୟ ହେଇ ପିଡିତା ଯୁବତୀଙ୍କ ତରଫରୁ ଖଗେନ୍ଦ୍ର ବିରୁଦ୍ଧରେ ସହଦେବଖୁଣ୍ଟା ଥାନାରେ ଏତାଲା ଦିଆଯାଇଥିଲା।ସମ୍ପୃକ୍ତ ଥାନା କେଶନଂ-୧୦୩,ଧାରା ୪୧୭,୩୭୬(୨)(ଏନ),୩୨୩,୨୯୪,୫୦୬,୩(୧)(ଆର)(ଏସ) ୩୪ ଆଇପିସି ମୂଳେ ତଦନ୍ତ ପୂର୍ବକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ ପକ୍ଷରୁ ଡାକ୍ତରମାଇନା କରିବା ସହିତ ପିଡିତା ଯୁବତୀଙ୍କ କୋର୍ଟରେ ୧୬୪ ଜମାନବନ୍ଦୀ ନିଆଯାଇ ଅଭିଯୁକ୍ତ ଖଗେନ୍ଦ୍ର  କୋର୍ଟ ଚାଲାଣ କରାଯାଇଛି। ହେଲେ ଅଭିଯୁକ୍ତଙ୍କ ତରଫରୁ ଜାମିନ ଆବେଦନ କରାଯାଇ ଥିଲା। ମାତ୍ର ଜାମିନ ଆବେଦନର ଶୁଣାଣି ପରବର୍ତ୍ତୀ ତାରିଖକୁ ମାନ୍ୟବର କୋର୍ଟ ଘୁଞ୍ଚାଇ ଦେଇଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

19 Mar 2023 By The Sakala

ବିବାହ କରିବାର ପ୍ରତିଶୃତି ଦେଇ ଦୁଷ୍କର୍ମ କଲା ପରେ ଯୁବତୀଙ୍କୁ ଫାଙ୍କି ଦେଲେ ଯୁବକ

ବାଲେଶ୍ୱର: ବିବାହ କରିବାର ପ୍ରତିଶୃତି ଦେଇ ଆଦିବାସୀ ଯୁବତୀଙ୍କ ସହିତ ଦୁଷ୍କର୍ମ କଲାପରେ ଫାଙ୍କିଦେଇ ଖସିଗଲା ଯୁବକ।  ଉପାୟ ନ ପାଇଁ  ଯୁବକଙ୍କ ବିରୁଦ୍ଧରେ ସହଦେବଖୁଣ୍ଟା ଥାନାରେ ଦୁଷ୍କର୍ମ ଅଭିଯୋଗ କଲେ ପୀଡିତା ଯୁବତୀ। ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଡାକ୍ତର ମାଇନା କଲାପରେ ପୀଡିତା ଯୁବତୀଙ୍କ କୋର୍ଟରେ ୧୬୪ ଜମାନବନ୍ଦୀ ନେଇ କୋର୍ଟ ଚାଲାଣ କଲେ ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୋଲିସ।

ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଭୀମପୁରା ଅଞ୍ଚଳର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ସହିତ ସମ୍ପୃକ୍ତ ଅଞ୍ଚଳର ମାୟାଧର ମୁଦୁଲିଙ୍କ ପୁଅ ଖଗେନ୍ଦ୍ର ମୁଦୁଲି ଙ୍କ ସହିତ ପରିଚୟ ହେଇ ଥିଲା। ପରେ ଯୁବତୀଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ତା’ ସହିତ ବଳ ପୂର୍ବକ ଦୁଷ୍କର୍ମ କରିଥିଲା।ଏହାବାଦ ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ ଖଗେନ୍ଦ୍ର ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲା। ତେବେ ଗତ୧୪/୦୩/୨୩ ତାରିଖ ରାତିରେ ଖଗେନ୍ଦ୍ର ତା ନିଜ ଘରକୁ ଡାକି ଯୁବତୀ ସହିତ ଶାରୀରିକ ସମ୍ପର୍କ ରଖିବା ପରେ ବିବାହ କରିବା ଲାଗି ଯୁବତୀ ଜିଦ ଧରିଥିଲେ। ସେଥିରେ ଉତକ୍ଷିପ୍ତ ହେଇ ଖଗେନ୍ଦ୍ର ଯୁବତୀଙ୍କୁ ନିସ୍ତୁକ ମାଡ ମାରିବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିଥିଲା। ଯୁବକଙ୍କ ପରିବାର ଲୋକ ମଧ୍ୟ ପିଡିତା ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଘରୁ ବାହାର କରିଦେଇ ଥିଲେ। ପରେ ଏହି ଘଟଣାର ସମାଧାନ କରିବା ପାଇଁ ଗ୍ରାମରେ ବୈଠକ ହେଇଥିଲା।ବୈଠକରେ ଉପସ୍ଥିତ ଭଦ୍ରବ୍ୟକ୍ତି ମାନଙ୍କ ଆଗରେ ଖଗେନ୍ଦ୍ର ଯୁବତୀଙ୍କୁ ବିବାହ କରିବ ନାହିଁ ବୋଲି ମନାକରି ଦେଇଥିଲେ।ଶେଷରେ ଅନ୍ୟନୋପାୟ ହେଇ ପିଡିତା ଯୁବତୀଙ୍କ ତରଫରୁ ଖଗେନ୍ଦ୍ର ବିରୁଦ୍ଧରେ ସହଦେବଖୁଣ୍ଟା ଥାନାରେ ଏତାଲା ଦିଆଯାଇଥିଲା।ସମ୍ପୃକ୍ତ ଥାନା କେଶନଂ-୧୦୩,ଧାରା ୪୧୭,୩୭୬(୨)(ଏନ),୩୨୩,୨୯୪,୫୦୬,୩(୧)(ଆର)(ଏସ) ୩୪ ଆଇପିସି ମୂଳେ ତଦନ୍ତ ପୂର୍ବକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ ପକ୍ଷରୁ ଡାକ୍ତରମାଇନା କରିବା ସହିତ ପିଡିତା ଯୁବତୀଙ୍କ କୋର୍ଟରେ ୧୬୪ ଜମାନବନ୍ଦୀ ନିଆଯାଇ ଅଭିଯୁକ୍ତ ଖଗେନ୍ଦ୍ର  କୋର୍ଟ ଚାଲାଣ କରାଯାଇଛି। ହେଲେ ଅଭିଯୁକ୍ତଙ୍କ ତରଫରୁ ଜାମିନ ଆବେଦନ କରାଯାଇ ଥିଲା। ମାତ୍ର ଜାମିନ ଆବେଦନର ଶୁଣାଣି ପରବର୍ତ୍ତୀ ତାରିଖକୁ ମାନ୍ୟବର କୋର୍ଟ ଘୁଞ୍ଚାଇ ଦେଇଥିବା ଜଣାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର