ଭାଇରାଲ୍ ଅଡିଓ: ଚୋରା ମଦ ବେପାରୀଙ୍କ ପାଖରୁ ପୋଲିସ ନେଉଛି ଟଙ୍କା

The Sakala Picture
Published On

ଜଳେଶ୍ବର: ଟଙ୍କା ଦିଅ ବେଫିକର ଚୋରା ମଦ ବ୍ୟବସାୟ କର। ଏ କଥା ଆମେ ଏଇଥି ପାଇଁ କହୁଛୁ। ଚୋରା ମଦ ବ୍ୟବସାୟୀଙ୍କଠୁ ପୁଣି ପୋଲିସ କର୍ମଚାରୀ ଟଙ୍କା ଲାଞ୍ଚ ନେଇଥିବାର ଅଡିଓ ଏବଂ ପୋଲିସ ଡ୍ରେସରେ ମଦ ପିଉଥିବାର ଭିଡିଓ ଏବେ ଭାଇରାଲ ହେବାର ଲାଗିଛି। ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲାର ରାଇବଣିଆ ଥାନାର କନେଷ୍ଟବଳ ଧନଞ୍ଜୟ ପାତ୍ର ଫୋନ ଯୋଗେ ମଦ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲାଞ୍ଚ ମାଗୁଛନ୍ତି। ଏପରିକି ଏହି ଅଡିଓରେ ପୋଲିସ […]

ଜଳେଶ୍ବର: ଟଙ୍କା ଦିଅ ବେଫିକର ଚୋରା ମଦ ବ୍ୟବସାୟ କର। ଏ କଥା ଆମେ ଏଇଥି ପାଇଁ କହୁଛୁ। ଚୋରା ମଦ ବ୍ୟବସାୟୀଙ୍କଠୁ ପୁଣି ପୋଲିସ କର୍ମଚାରୀ ଟଙ୍କା ଲାଞ୍ଚ ନେଇଥିବାର ଅଡିଓ ଏବଂ ପୋଲିସ ଡ୍ରେସରେ ମଦ ପିଉଥିବାର ଭିଡିଓ ଏବେ ଭାଇରାଲ ହେବାର ଲାଗିଛି।

ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲାର ରାଇବଣିଆ ଥାନାର କନେଷ୍ଟବଳ ଧନଞ୍ଜୟ ପାତ୍ର ଫୋନ ଯୋଗେ ମଦ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲାଞ୍ଚ ମାଗୁଛନ୍ତି। ଏପରିକି ଏହି ଅଡିଓରେ ପୋଲିସ କର୍ମଚାରୀ ଜଣଙ୍କ କହୁଛନ୍ତି ପୋଲିସ କିପରି ଚୋରା ମଦ ବ୍ୟବସାୟୀ ମାନଙ୍କ ସହିତ ମଧୁଚନ୍ଦ୍ରିକା କରି ଆପସ୍ ମଧ୍ୟରେ ବୁଝାବଣା କରି କେସ ଦିଆଯାଏ। ଏବଂ ଥାନା ବାବୁ ଟଙ୍କା ନେଇ କିପରି ମଦ ବେପାରକୁ ପ୍ରସୟ ଦେଉଛନ୍ତି ଏହି କଲ ରେକର୍ଡ ସ୍ପଷ୍ଟ ଭାବେ ଜଣାପଡୁଛି। କିପରି ଥାନାରେ ବଡ ବଡ ଅଧିକାରୀ ମଧ୍ୟ ଟଙ୍କା ନିଅନ୍ତି।ଫୋନ ଅଡିଓରୁ ସମ୍ପୂର୍ଣ୍ଣ ଭାବେ ଜଣାପଡୁଛି କିପରି ଚାଲିଛି ପୋଲିସ ବାବୁ ଏବଂ ମଦ ମାଫିଆ ସହିତ ମଧୁ ଚନ୍ଦ୍ରିକା ରହିଛି। କିଛି ଅସାଧୁ ପୋଲିସ କର୍ମଚାରୀଙ୍କ ପାଇଁ ଚୋରା ନିଶା କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ଦେଖିବାକୁ ବାକି, ଏଭଲି ଲାଞ୍ଚଖୋର ପୋଲିସ କର୍ମଚାରୀଙ୍କ ଉପରେ କଣ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରୁଛି ଜିଲ୍ଲା ପୋଲିସ ଅଧିକାରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର