ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ମେଧାବୃତି ଆବେଦନ ପ୍ରକ୍ରିୟା ଆରମ୍ଭ

The Sakala Picture
Published On

ବାଲେଶ୍ଵର: ଜାତୀୟ ମେଧାବୃତି ପାଇଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଜାତୀୟ ମେଧାବୃତି ପୋର୍ଟାଲ( ନ୍ୟାସନାଲ ସ୍କଲରସିପ ପୋର୍ଟାଲ) ଜରିଆରେ ଆବେଦନ କରିପାରିବେ । ଏ ନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାର ସରକାରୀ ଭାବେ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀ ମାନେ ୱେବସାଇଟ http://scholarships.gov.in କୁ ଯାଇ ନିଜ ନାମ ପଞ୍ଜୀକରଣ ସହ ଦରଖାସ୍ତ ଦାଖଲ କରିପାରିବେ। ମାଟ୍ରିକ ପୂର୍ବ ଶ୍ରେଣୀ (ପ୍ରି -ମାଟ୍ରିକ) ମେଧାବୃତି ଆବେଦନ ପାଇଁ ୧୫ ନଭେମ୍ବର ୨୦୨୧କୁ ଶେଷ ତାରିଖ ଭାବେ ଧାର୍ଯ୍ଯ କରାଯାଇଛି […]

ବାଲେଶ୍ଵର: ଜାତୀୟ ମେଧାବୃତି ପାଇଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଜାତୀୟ ମେଧାବୃତି ପୋର୍ଟାଲ( ନ୍ୟାସନାଲ ସ୍କଲରସିପ ପୋର୍ଟାଲ) ଜରିଆରେ ଆବେଦନ କରିପାରିବେ । ଏ ନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାର ସରକାରୀ ଭାବେ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀ ମାନେ ୱେବସାଇଟ http://scholarships.gov.in କୁ ଯାଇ ନିଜ ନାମ ପଞ୍ଜୀକରଣ ସହ ଦରଖାସ୍ତ ଦାଖଲ କରିପାରିବେ। ମାଟ୍ରିକ ପୂର୍ବ ଶ୍ରେଣୀ (ପ୍ରି -ମାଟ୍ରିକ) ମେଧାବୃତି ଆବେଦନ ପାଇଁ ୧୫ ନଭେମ୍ବର ୨୦୨୧କୁ ଶେଷ ତାରିଖ ଭାବେ ଧାର୍ଯ୍ଯ କରାଯାଇଛି ଏବଂ ମାଟ୍ରିକ ପରବର୍ତୀ (ପୋଷ୍ଟ -ମାଟ୍ରିକ)ମେଧାବୃତି ଏବଂ ଉଚ୍ଚ ଶ୍ରେଣୀ ଶିକ୍ଷା ପାଇଁ ୩୦ ନଭେମ୍ବର ୨୦୨୧କୁ ଶେଷ ତାରିଖ ଭାବେ ଧାର୍ଯ୍ଯ କରାଯାଇଛି। ସେହିପରି ଅନୁଷ୍ଠାନ ସ୍ତରରେ ଦରଖାସ୍ତ ଯାଞ୍ଚର ଶେଷ ତାରିଖ ୧୫ ଡିସେମ୍ବର ୨୦୨୧ ରଖାଯାଇଛି ଓ ରାଜ୍ୟ ସ୍ତରରେ ଯାଞ୍ଚ ପ୍ରକ୍ରିୟାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୧ ରଖାଯାଇଛି ।ଭାରତ ସରକାରଙ୍କ ଦ୍ବାରା ରାଜ୍ୟ ପାଇଁ ସୀମିତ ସଂଖ୍ୟକ ମେଧାବୃତି ମଞ୍ଜୁର କରାଯାଇଛି ଏବଂ ଏହାକୁ ପ୍ରଥମେ ଆସନ୍ତୁ, ପ୍ରଥମେ ପାଆନ୍ତୁ(ଫାଷ୍ଟ କମ,ଫାଷ୍ଟ ସର୍ଭ) ନୀତି ମାଧ୍ୟମରେ ବଣ୍ଟନ କରାଯିବା ପାଇଁ ସିଦ୍ଧାନ୍ତ ନିଆଯାଇଛି।ତେଣୁ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ଯେପରି ଆବେଦନ କରିପାରିବେ ଓ କୌଣସି ବି ଯୋଗ୍ୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯେପରି ଆବେଦନ ପ୍ରକ୍ରିୟାରୁ ବଂଚିତ ନ ହେବେ ତାହା ସୁନିଶ୍ଚିତ କରିବାକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସମସ୍ତ ପଞ୍ଜୀକୃତ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

02 Sep 2021 By The Sakala

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ମେଧାବୃତି ଆବେଦନ ପ୍ରକ୍ରିୟା ଆରମ୍ଭ

ବାଲେଶ୍ଵର: ଜାତୀୟ ମେଧାବୃତି ପାଇଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଜାତୀୟ ମେଧାବୃତି ପୋର୍ଟାଲ( ନ୍ୟାସନାଲ ସ୍କଲରସିପ ପୋର୍ଟାଲ) ଜରିଆରେ ଆବେଦନ କରିପାରିବେ । ଏ ନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାର ସରକାରୀ ଭାବେ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀ ମାନେ ୱେବସାଇଟ http://scholarships.gov.in କୁ ଯାଇ ନିଜ ନାମ ପଞ୍ଜୀକରଣ ସହ ଦରଖାସ୍ତ ଦାଖଲ କରିପାରିବେ। ମାଟ୍ରିକ ପୂର୍ବ ଶ୍ରେଣୀ (ପ୍ରି -ମାଟ୍ରିକ) ମେଧାବୃତି ଆବେଦନ ପାଇଁ ୧୫ ନଭେମ୍ବର ୨୦୨୧କୁ ଶେଷ ତାରିଖ ଭାବେ ଧାର୍ଯ୍ଯ କରାଯାଇଛି ଏବଂ ମାଟ୍ରିକ ପରବର୍ତୀ (ପୋଷ୍ଟ -ମାଟ୍ରିକ)ମେଧାବୃତି ଏବଂ ଉଚ୍ଚ ଶ୍ରେଣୀ ଶିକ୍ଷା ପାଇଁ ୩୦ ନଭେମ୍ବର ୨୦୨୧କୁ ଶେଷ ତାରିଖ ଭାବେ ଧାର୍ଯ୍ଯ କରାଯାଇଛି। ସେହିପରି ଅନୁଷ୍ଠାନ ସ୍ତରରେ ଦରଖାସ୍ତ ଯାଞ୍ଚର ଶେଷ ତାରିଖ ୧୫ ଡିସେମ୍ବର ୨୦୨୧ ରଖାଯାଇଛି ଓ ରାଜ୍ୟ ସ୍ତରରେ ଯାଞ୍ଚ ପ୍ରକ୍ରିୟାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୧ ରଖାଯାଇଛି ।ଭାରତ ସରକାରଙ୍କ ଦ୍ବାରା ରାଜ୍ୟ ପାଇଁ ସୀମିତ ସଂଖ୍ୟକ ମେଧାବୃତି ମଞ୍ଜୁର କରାଯାଇଛି ଏବଂ ଏହାକୁ ପ୍ରଥମେ ଆସନ୍ତୁ, ପ୍ରଥମେ ପାଆନ୍ତୁ(ଫାଷ୍ଟ କମ,ଫାଷ୍ଟ ସର୍ଭ) ନୀତି ମାଧ୍ୟମରେ ବଣ୍ଟନ କରାଯିବା ପାଇଁ ସିଦ୍ଧାନ୍ତ ନିଆଯାଇଛି।ତେଣୁ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ଯେପରି ଆବେଦନ କରିପାରିବେ ଓ କୌଣସି ବି ଯୋଗ୍ୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯେପରି ଆବେଦନ ପ୍ରକ୍ରିୟାରୁ ବଂଚିତ ନ ହେବେ ତାହା ସୁନିଶ୍ଚିତ କରିବାକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସମସ୍ତ ପଞ୍ଜୀକୃତ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର