ମହିଳାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭାଇରାଲ ଘଟଣା: ଅଭିଯୁକ୍ତକୁ ଅଟକ ରଖିଲା ତାଳସାରି ମେରାଇନ ଥାନା ପୁଲିସ

The Sakala Picture
Published On

ଭୋଗରାଇ: ବାଲେଶ୍ଵର ଜିଲ୍ଲା ତାଳସାରି ମେରାଇନ ଥାନା ଅଞ୍ଚଳର ଜଣେ ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଉଠାଇ ପରେ ସୋସିଆଲ ମିଡ଼ିଆରେ ଭାଇରଲ କରିବା ସହିତ ହତ୍ୟା ଧମକ ଦେବା ମାମଲାରେ ସ୍ଥାନୀୟ ସାହାବାଜିପୁର ଗାଁର ଜନୈକ ଯୁବକ ଜଗନ୍ନାଥ ଦାସଙ୍କୁ ରାତି ପ୍ରାୟ ୧୨ ଟାରେ ଘରୁ ଉଠାଇ ଆଣି ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ପୁଲିସ। ସୂଚନାଯୋଗ୍ୟ ଯେ, ଭୋଗରାଇ ବ୍ଲକ ତାଳସାରି ମେରାଇନ ଥାନା […]

ଭୋଗରାଇ: ବାଲେଶ୍ଵର ଜିଲ୍ଲା ତାଳସାରି ମେରାଇନ ଥାନା ଅଞ୍ଚଳର ଜଣେ ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଉଠାଇ ପରେ ସୋସିଆଲ ମିଡ଼ିଆରେ ଭାଇରଲ କରିବା ସହିତ ହତ୍ୟା ଧମକ ଦେବା ମାମଲାରେ ସ୍ଥାନୀୟ ସାହାବାଜିପୁର ଗାଁର ଜନୈକ ଯୁବକ ଜଗନ୍ନାଥ ଦାସଙ୍କୁ ରାତି ପ୍ରାୟ ୧୨ ଟାରେ ଘରୁ ଉଠାଇ ଆଣି ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ପୁଲିସ। ସୂଚନାଯୋଗ୍ୟ ଯେ, ଭୋଗରାଇ ବ୍ଲକ ତାଳସାରି ମେରାଇନ ଥାନା ଅନ୍ତର୍ଗତ ସାହାବାଜିପୁର ପଞ୍ଚାୟତ ସେହି ଗ୍ରାମର ସନ୍ଧ୍ୟା ଦାସ(ସୋନା)ଙ୍କ ପୁଅ ଜଗନ୍ନାଥ ୩ ବର୍ଷ ତଳେ କଲେଜରେ ପାଠପଢୁ ଥିବା ବେଳେ କଲେଜର ଏକାଧିକ ସହପାଠୀଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ।

ଆହୁରି ପଢ଼ନ୍ତୁ: ଛାତ୍ର ଆନ୍ଦୋଳନ ପରେ ଏଫଏମ୍ ୟୁନିଭର୍ସିଟିର ବଡ଼ ନିଷ୍ପତ୍ତି: ପ୍ରକାଶ ପାଇଲା ବିଏସସି ନର୍ସିଂ ୭ମ ସେମିଷ୍ଟାର ପରୀକ୍ଷା ତାରିଖ

ସେଥିମଧ୍ୟରୁ ଜଗନ୍ନାଥପୁର ଅଞ୍ଚଳର ଜଣେ ଯୁବତୀ ପୂଜାକୁ ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ। ମାତ୍ର ବିବାହର ୬ମାସ ପରେ ଅନ୍ତସତ୍ତ୍ଵା ସ୍ତ୍ରୀ ପୂଜାକୁ ନିର୍ଯ୍ୟାତନା ଦେଇ ଘରୁ ତଡ଼ି ଦେବା ସହିତ ଅନ୍ୟ ଜଣେ ମହିଳାଙ୍କ ପ୍ରେମରେ ପଡିଥିଲେ। ପୂଜା ଏକ ସନ୍ତାନକୁ ଜନ୍ମ ଦେଇ ଦୁଇ ବର୍ଷ ହେଲା ନ୍ୟାୟ ଅପେକ୍ଷାରେ ଜଗନ୍ନାଥପୁର ସ୍ଥିତ ନିଜ ବାପାଙ୍କ ଘରେ ଆଶ୍ରୟ ନେଇଛନ୍ତି। ଏପଟେ ଜଗନ୍ନାଥ ଦାସ ଚନ୍ଦନେଶ୍ୱର ବଜାରରେ ଏକ ଦୋକାନରେ କାର୍ଯ୍ୟ କରୁଥିବା ସମୟରେ କଲେଜ ଦିନର ପୁରୁଣା ପ୍ରେମିକା ଏବେର ବିବାହିତା ମହିଳା ଏକ କନ୍ୟା ସନ୍ତାନର ମାଆ ସହ ଭେଟ ହୋଇଥିଲା। ଉକ୍ତ ମହିଳାଙ୍କ ସହ ପୂର୍ଵ ଶାରୀରିକ ସମ୍ପର୍କ ସମୟର ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଦେଖାଇ ଭାଇରଲ କରିଦେବାର ଧମକ ଦେଇ ମହିଳାଙ୍କୁ ଭୟଭୀତ କରିବା ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା।

ଆହୁରି ପଢ଼ନ୍ତୁ: ମାଛ ଧରିବାକୁ ଯାଇ ସମୁଦ୍ରରେ ୧୬ ମତ୍ସ୍ୟଜୀବୀ ନିଖୋଜ ଘଟଣା: ପଶ୍ଚିମବଙ୍ଗ କାକଦ୍ୱୀପର ୨ କି.ମି ଦୂରରେ ସୁରକ୍ଷିତ ଥିବା ସୂଚନା

ଏହାସହିତ ତାଙ୍କଠାରୁ ମୋବାଇଲ୍‌ ନମ୍ୱର ନେଇ କଥାବାର୍ତ୍ତା ହୋଇଥିଲେ। ମହିଳାଙ୍କ ଅଜାଣତରେ ସେ ନିଜକୁ ଅବିବାହିତ ଦର୍ଶାଇ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ପଳାଇ ଯାଇଥିଲେ। ସେଠାରେ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଅନ୍ତରଙ୍ଗ ମୁହୁର୍ତ୍ତର ଏକାଧିକ ଫଟୋ ମୋବାଇଲ୍‌ରେ ଉଠାଇଥିଲେ ଏବଂ ତାଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ ରହିବାକୁ ବାଧ୍ୟ କରିଥିଲେ। ଅନ୍ୟଥା ସେହି ସମସ୍ତ ଅଶ୍ଲୀଳ ଫଟୋ ଗୁଡିକୁ ଭାଇରଲ କରିଦବେ ବୋଲି ଧମକ ଦେଇଥିଲେ। ମହିଳା ନିଜର ଭୂଲ ବୁଝିପାରି ଏବଂ ଜଗନ୍ନାଥ ବିବାହିତ ବୋଲି ଜାଣି ସାରିବା ପରେ ନିଜ ସ୍ୱାମୀକୁ ଡାକି ହାଇଦ୍ରାବାଦରୁ ନିଜ ଘରକୁ ସ୍ୱାମୀ ସହିତ ଫେରି ଆସିଥିଲେ।

ମାତ୍ର ଜଗନ୍ନାଥ ମହିଳାଙ୍କ ସ୍ୱାମୀ ଓ ସମ୍ପର୍କୀୟମାନଙ୍କୁ ସେହି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ପଠାଇଦେବେ ବୋଲି କହିଥିଲେ। କିଛିଦିନ ପରେ ମହିଳାଙ୍କ ହ୍ୱାଟସ୍‌ ଆପ୍‌କୁ ଅଶ୍ଲିଳ ଫୋଟ ପଠାଇବା ସହ ତାଙ୍କ ସହ କଥା ହେବାର ଭିଡିଓ କଲ୍‌ ରେକର୍ଡିଂ ମଧ୍ୟ ପଠାଇଥିଲେ। ସଂପୃକ୍ତ ମହିଳା ଫଟୋ ନଛାଡିବା ପାଇଁ ନେହୁରା ହୋଇଥିଲେ। ପୁଣି ମହିଳାଙ୍କୁ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବାକୁ ଧମକ ଦେଇଥିଲେ। ପରେ ପୁଣି ଉକ୍ତ ଫୋଟ ଗୁଡିକୁ ମହିଳାଙ୍କୁ ଓ ତାଙ୍କ ସମ୍ପର୍କୀୟଙ୍କ ନିକଟକୁ ପଠାଇଥିଲେ। ମହିଳାଙ୍କ ସ୍ୱାମୀଙ୍କୁ ଫୋନ୍‌ କରି ଗାଳିଗୁଲଜ କରିଥିଲେ। ଏ ନେଇ ପରିବାର ଲୋକଙ୍କୁ ଜଣାଇବା ପରେ ମହିଳା ଜଣକ ତାଳସାରି ମେରାଇନ ଥାନାରେ ଏତଲା ଦେଇଥିଲେ। ଏନେଇ ସୋମବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଜଗନ୍ନାଥକୁ ଘରୁ ଟେକି ଆଣି ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ ସୂଚନା ଦେଇଛନ୍ତି।

06 Jun 2023 By The Sakala

ମହିଳାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭାଇରାଲ ଘଟଣା: ଅଭିଯୁକ୍ତକୁ ଅଟକ ରଖିଲା ତାଳସାରି ମେରାଇନ ଥାନା ପୁଲିସ

ଭୋଗରାଇ: ବାଲେଶ୍ଵର ଜିଲ୍ଲା ତାଳସାରି ମେରାଇନ ଥାନା ଅଞ୍ଚଳର ଜଣେ ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଉଠାଇ ପରେ ସୋସିଆଲ ମିଡ଼ିଆରେ ଭାଇରଲ କରିବା ସହିତ ହତ୍ୟା ଧମକ ଦେବା ମାମଲାରେ ସ୍ଥାନୀୟ ସାହାବାଜିପୁର ଗାଁର ଜନୈକ ଯୁବକ ଜଗନ୍ନାଥ ଦାସଙ୍କୁ ରାତି ପ୍ରାୟ ୧୨ ଟାରେ ଘରୁ ଉଠାଇ ଆଣି ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ପୁଲିସ। ସୂଚନାଯୋଗ୍ୟ ଯେ, ଭୋଗରାଇ ବ୍ଲକ ତାଳସାରି ମେରାଇନ ଥାନା ଅନ୍ତର୍ଗତ ସାହାବାଜିପୁର ପଞ୍ଚାୟତ ସେହି ଗ୍ରାମର ସନ୍ଧ୍ୟା ଦାସ(ସୋନା)ଙ୍କ ପୁଅ ଜଗନ୍ନାଥ ୩ ବର୍ଷ ତଳେ କଲେଜରେ ପାଠପଢୁ ଥିବା ବେଳେ କଲେଜର ଏକାଧିକ ସହପାଠୀଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ।

ସେଥିମଧ୍ୟରୁ ଜଗନ୍ନାଥପୁର ଅଞ୍ଚଳର ଜଣେ ଯୁବତୀ ପୂଜାକୁ ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ। ମାତ୍ର ବିବାହର ୬ମାସ ପରେ ଅନ୍ତସତ୍ତ୍ଵା ସ୍ତ୍ରୀ ପୂଜାକୁ ନିର୍ଯ୍ୟାତନା ଦେଇ ଘରୁ ତଡ଼ି ଦେବା ସହିତ ଅନ୍ୟ ଜଣେ ମହିଳାଙ୍କ ପ୍ରେମରେ ପଡିଥିଲେ। ପୂଜା ଏକ ସନ୍ତାନକୁ ଜନ୍ମ ଦେଇ ଦୁଇ ବର୍ଷ ହେଲା ନ୍ୟାୟ ଅପେକ୍ଷାରେ ଜଗନ୍ନାଥପୁର ସ୍ଥିତ ନିଜ ବାପାଙ୍କ ଘରେ ଆଶ୍ରୟ ନେଇଛନ୍ତି। ଏପଟେ ଜଗନ୍ନାଥ ଦାସ ଚନ୍ଦନେଶ୍ୱର ବଜାରରେ ଏକ ଦୋକାନରେ କାର୍ଯ୍ୟ କରୁଥିବା ସମୟରେ କଲେଜ ଦିନର ପୁରୁଣା ପ୍ରେମିକା ଏବେର ବିବାହିତା ମହିଳା ଏକ କନ୍ୟା ସନ୍ତାନର ମାଆ ସହ ଭେଟ ହୋଇଥିଲା। ଉକ୍ତ ମହିଳାଙ୍କ ସହ ପୂର୍ଵ ଶାରୀରିକ ସମ୍ପର୍କ ସମୟର ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଦେଖାଇ ଭାଇରଲ କରିଦେବାର ଧମକ ଦେଇ ମହିଳାଙ୍କୁ ଭୟଭୀତ କରିବା ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା।

ଏହାସହିତ ତାଙ୍କଠାରୁ ମୋବାଇଲ୍‌ ନମ୍ୱର ନେଇ କଥାବାର୍ତ୍ତା ହୋଇଥିଲେ। ମହିଳାଙ୍କ ଅଜାଣତରେ ସେ ନିଜକୁ ଅବିବାହିତ ଦର୍ଶାଇ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ପଳାଇ ଯାଇଥିଲେ। ସେଠାରେ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଅନ୍ତରଙ୍ଗ ମୁହୁର୍ତ୍ତର ଏକାଧିକ ଫଟୋ ମୋବାଇଲ୍‌ରେ ଉଠାଇଥିଲେ ଏବଂ ତାଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ ରହିବାକୁ ବାଧ୍ୟ କରିଥିଲେ। ଅନ୍ୟଥା ସେହି ସମସ୍ତ ଅଶ୍ଲୀଳ ଫଟୋ ଗୁଡିକୁ ଭାଇରଲ କରିଦବେ ବୋଲି ଧମକ ଦେଇଥିଲେ। ମହିଳା ନିଜର ଭୂଲ ବୁଝିପାରି ଏବଂ ଜଗନ୍ନାଥ ବିବାହିତ ବୋଲି ଜାଣି ସାରିବା ପରେ ନିଜ ସ୍ୱାମୀକୁ ଡାକି ହାଇଦ୍ରାବାଦରୁ ନିଜ ଘରକୁ ସ୍ୱାମୀ ସହିତ ଫେରି ଆସିଥିଲେ।

ମାତ୍ର ଜଗନ୍ନାଥ ମହିଳାଙ୍କ ସ୍ୱାମୀ ଓ ସମ୍ପର୍କୀୟମାନଙ୍କୁ ସେହି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ପଠାଇଦେବେ ବୋଲି କହିଥିଲେ। କିଛିଦିନ ପରେ ମହିଳାଙ୍କ ହ୍ୱାଟସ୍‌ ଆପ୍‌କୁ ଅଶ୍ଲିଳ ଫୋଟ ପଠାଇବା ସହ ତାଙ୍କ ସହ କଥା ହେବାର ଭିଡିଓ କଲ୍‌ ରେକର୍ଡିଂ ମଧ୍ୟ ପଠାଇଥିଲେ। ସଂପୃକ୍ତ ମହିଳା ଫଟୋ ନଛାଡିବା ପାଇଁ ନେହୁରା ହୋଇଥିଲେ। ପୁଣି ମହିଳାଙ୍କୁ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବାକୁ ଧମକ ଦେଇଥିଲେ। ପରେ ପୁଣି ଉକ୍ତ ଫୋଟ ଗୁଡିକୁ ମହିଳାଙ୍କୁ ଓ ତାଙ୍କ ସମ୍ପର୍କୀୟଙ୍କ ନିକଟକୁ ପଠାଇଥିଲେ। ମହିଳାଙ୍କ ସ୍ୱାମୀଙ୍କୁ ଫୋନ୍‌ କରି ଗାଳିଗୁଲଜ କରିଥିଲେ। ଏ ନେଇ ପରିବାର ଲୋକଙ୍କୁ ଜଣାଇବା ପରେ ମହିଳା ଜଣକ ତାଳସାରି ମେରାଇନ ଥାନାରେ ଏତଲା ଦେଇଥିଲେ। ଏନେଇ ସୋମବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଜଗନ୍ନାଥକୁ ଘରୁ ଟେକି ଆଣି ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର