ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ପରିକ୍ରମା

The Sakala Picture
Published On

ବାରିପଦା : ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ତଥା ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ରବିବାର ଦିନ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ସୋଆ ବିଶ୍ୱବିଦ୍ୟାଳୟର ଅମ୍ରିତ୍‌ ମହାନ୍ତି ଚମ୍ପିୟାନ ହୋଇଥିବାବେଳେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଅଂଶୁମାନ ମହାଳିକ ରନର୍ସଅପ୍ ହୋଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ଶୁଭାଶିଷ ଦଣ୍ଡପାଟ ତୃତୀୟ ସ୍ଥାନ ହାସଲ କରିଥିବାବେଳେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ସୁପ୍ରଭାତ ଓମପ୍ରକାଶ ସାହୁ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ବ୍ୟାଡମିଣ୍ଟନରେ […]

ବାରିପଦା : ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ତଥା ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ରବିବାର ଦିନ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ସୋଆ ବିଶ୍ୱବିଦ୍ୟାଳୟର ଅମ୍ରିତ୍‌ ମହାନ୍ତି ଚମ୍ପିୟାନ ହୋଇଥିବାବେଳେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଅଂଶୁମାନ ମହାଳିକ ରନର୍ସଅପ୍ ହୋଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ଶୁଭାଶିଷ ଦଣ୍ଡପାଟ ତୃତୀୟ ସ୍ଥାନ ହାସଲ କରିଥିବାବେଳେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ସୁପ୍ରଭାତ ଓମପ୍ରକାଶ ସାହୁ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ବ୍ୟାଡମିଣ୍ଟନରେ ପୁରୁଷ ଡବଲ୍ସରେ ରାମଶଙ୍କର ମଲ୍ଲିକ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସରୋଜ ଭୋଇ ଚମ୍ପିୟାନ ହୋଇଥିବାବେଳେ ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଅନୁଭବ ସାହୁ୍ ରନର୍ସଅପ୍ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରିୟବ୍ରତ ନାୟକ ଏବଂ ରଜତ କୁମାର ମହାନ୍ତ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଲକ୍ଷ୍ମଣ ପ୍ରେମକୃଷ୍ଣ ଏବଂ ଆଶିଷ କୁମାର ସିଂ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ କିଟ୍‌ ର ଅନୁଜା ଦାସମହାପାତ୍ର ଚମ୍ପିୟାନ ହୋଇଥିବାବେଳେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ରଶ୍ମିତା ସାବର ରନର୍ସଅପ୍ ହୋଇଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲିଲିନା ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବ୍ୟାଡମିଣ୍ଟନ ମହିଳା ଡବଲ୍ସରେ କିଟ୍‌ ର ଅନୁଜା ଦାସମହାପାତ୍ର ଏବଂ ବୈଷ୍ଣବୀ ରାଓ ଚମ୍ପିୟାନ ହୋଇଥିବାବେଳେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ରଶ୍ମିତା ସାବର ଏବଂ ମଧୁସ୍ମିତା ଶବର ରନର୍ସଅପ୍ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲିଲିନା ସାହୁ ଏବଂ ରିତୁ ଖେତାନ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସୁନିଧି କାଶ୍ୟପ ଜେନା ଏବଂ କପାରା ଜେନା ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ମହିଳା ବାସ୍କେଟବଲ ଫାଇନାଲରେ ଉତ୍କଳ ବିଶ୍ୱବିଦ୍ୟାଳୟ ରେଭେନ୍‌ସା ବିଶ୍ୱବିଦ୍ୟାଳୟକୁ ୩୫-୧୦ ରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା । ଟେବୁଲ୍ ଟେନିସ୍ ପୁରୁଷ ସିଙ୍ଗଲ୍ସରେ କିଟ୍‌ର ସୁଦୀପ କୃଷ୍ଣ ବେହେରା ଚାମ୍ପିଅନ୍ ହୋଇଥିବାବେଳେ ସୋଆ ବିଶ୍ୱବିଦ୍ୟାଳୟର ଅବିନାଶ ତ୍ରିପାଠୀ ରନର୍ସଅପ୍ ହୋଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ମୋହିତ ବେହୁରାୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

ଟେବୁଲ ଟେନିସରେ ମହିଳା ସିଙ୍ଗଲ୍ସ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସିକ୍ରିତୀ ଭାଗବତ ଚମ୍ପିୟାନ ହୋଇଥିବାବେଳେ କିଟ୍‌ର ଶ୍ରେୟା ତିୱାରୀ ରନର୍ସଅପ୍ ହୋଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ମୀମାଂସା ମିଶ୍ରଙ୍କ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପୁରୁଷ କ୍ୟାରମ୍‌ ସିଙ୍ଗଲ୍ସରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସୌମ୍ୟରଞ୍ଜନ ତ୍ରିପାଠୀ ଚାମ୍ପିଅନ୍ ହୋଇଥିବାବେଳେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଓମ୍‌ପ୍ରକାଶ ବେହେରା ରନର୍ସଅପ୍ ହୋଇଛନ୍ତି । ରେଭେନ୍‌ସା ବିଶ୍ୱବିଦ୍ୟାଳୟର କରନ୍‌ କୁମାର ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ସେଭଳି ମହିଳା କ୍ୟାରମ୍‌ ସିଙ୍ଗଲ୍ସରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରଣତି ଠାକୁର ଚାମ୍ପିଅନ୍ ହୋଇଥିବାବେଳେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସ୍ୱାତୀ ଦୁଆରି ରନର୍ସଅପ୍ ହୋଇଛନ୍ତି । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ରୁପାଲି ରାଜ୍‌ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ପୁରୁଷ ଭଲିବଲ୍‌ର ପ୍ରଥମ ସେମିଫାଇନାଲରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି ।

ପୁରୁଷ ଫୁଟ୍‌ବଲ୍‌ର କ୍ୱାଟର ଫାଇନାଲ୍‌ରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ହରାଇଥିଲା । ସେଭଳି ଅନ୍ୟ ଏକ କ୍ୱାଟର ଫାଇନାଲ୍‌ରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା ।

ପୁରୁଷ କ୍ରିକେଟ୍‌ରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ଫକୀରମୋହନ ବିଶ୍ୱବିଦ୍ୟାଳୟଙ୍କୁ ହରାଇ ସୋମବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଭେଟିବ । ମହିଳା କ୍ରିକେଟ୍‌ରେ କିଟ୍‌ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ହରାଇ ଚମ୍ପିୟାନ ହୋଇଛି ।

ସେହିପରି ଶନିବାର ଖେଳାଯାଇଥିବା ଖେଳଗୁଡିକରେ ପୁରୁଷ କବାଡି ରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ୪୩-୨୧ ରେ ପରାସ୍ତ କରିଛି, ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ରେଭେନ୍‌ସା ବିଶ୍ୱବିଦ୍ୟାଳୟକୁ ୪୪-୧୪ ରେ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୩୨-୧୭ ରେ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ୩୩-୨୪ ରେ ପରାସ୍ତ କରିଛି । । ପ୍ରଥମ ସେମିଫାଇନାଲରେ ମହିଳା କବାଡିରେ ଉତ୍କଳ ବିଶ୍ୱବିଦ୍ୟାଳୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ୩୪-୧୩ ଏବଂ ଦ୍ୱିତୀୟ ସେମିଫାଇନାଲରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ୩୧-୧୭ ରେ ପରାସ୍ତ କରିଛି ।

ପୁରୁଷ ବାସ୍କେଟବଲ୍‌ରେ, କିଟ୍‌ ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ୫୪-୨୮ ରେ ପରାସ୍ତ କରିଛି ଏବଂ ମହିଳା ବାସ୍କେଟବଲ୍‌ରେ, ଉତ୍କଳ ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ୪୪-୧୩ ରେ ପରାସ୍ତ କରିଛି । ମହିଳା ଚେସ ଦ୍ୱିତୀୟ ରାଉଣ୍ଡରେ, କିଟ୍‌ର ଦଳପତି ଉମା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଅନୀତା ବାର୍ଗୋଳାଙ୍କୁ, ରେଭେନ୍‌ସା ବିଶ୍ୱବିଦ୍ୟାଳୟର ସ୍ତୁତି ନନ୍ଦ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଐଶ୍ୱର୍ଯ୍ୟା ମିଶ୍ରଙ୍କୁ ପରାସ୍ତ କରିଛନ୍ତି । ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱବିଦ୍ୟାଳୟର ଏସ୍‌ଡି. ଅନୁପ୍ରିୟା ମାଝୀ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇଟିଶ୍ରୀ ଟୁଡୁ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରତୀକ୍ଷା ସୁପକର ଉତ୍କଳ ବିଶ୍ୱବିଦ୍ୟାଳୟର ସୋନାଲି ସିଂଙ୍କୁ ପରାସ୍ତ କରିଛନ୍ତି ।

ପୁରୁଷ ଚେସରେ, ଉତ୍କଳ ବିଶ୍ୱବିଦ୍ୟାଳୟର ତପନ ବଡ଼ମୁଣ୍ଡି କିଟ୍‌ର ସାକିଲା ମାଝୀଙ୍କୁ, କିଟ୍‌ର ସାଜନ କୁମାର ନାୟକ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ତୁଷାରକାନ୍ତ ସାହୁଙ୍କୁ, ରେଭେନ୍‌ସା ବିଶ୍ୱବିଦ୍ୟାଳୟର ସ୍ୱରାଜ ସଂକେତ ମହାନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ସେଖ୍‌ ମହମ୍ମଦ ମୁଦାସିରଙ୍କୁ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଣବାନନ୍ଦ ନାୟକ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ନିଖିଲ୍‌ କୁମାର ଦାନଙ୍କୁ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଅସିତ କୁମାର ମହାନ୍ତି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଆୟୁଷ ମହାନନ୍ଦଙ୍କୁ ପରାସ୍ତ କରିଥିବାବେଳେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସଞ୍ଜୟ କୁମାର ସିଂ ୱାକଓଭର ପାଇଛନ୍ତି । ମହିଳା ଭଲିବଲ୍‌ର କିଟ୍‌ ରେଭେନ୍‌ସା ବିଶ୍ୱବିଦ୍ୟାଳୟକୁ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି ।

13 Mar 2022 By The Sakala

https://www.thesakala.in/latest-odisha-news/balasore/odisha-inter-university-competition-roundtable/article-9934
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର