ବନ୍ୟ ପଶୁ ପକ୍ଷୀକୁ ଘଉଡାଇବା ପାଇଁ ବିକ୍ରି ଚାଳିଛି ଅଭିନବ ହାତ ତିଆରି ଫଟାକା

The Sakala Picture
Published On

ଜଳେଶ୍ବର: ବନ୍ୟ ପଶୁ ପକ୍ଷୀକୁ ଘଉଡାଇବା ପାଇଁ ଜଳେଶ୍ୱର ସହରରେ ବିକ୍ରି ଚାଳିଛି ଅଭିନବ ହାତ ତିଆରି ଫଟାକା ବା ବନ୍ଧୁକ। କିଣିବା ପାଇଁ ଲାଗିଛି ଲୋକଙ୍କ ଭିଡ଼। ବନ୍ୟ ପ୍ରାଣୀମାନଙ୍କ ଦାଉରୁ ବହୁ ସମୟରେ ଫସଲ ନଷ୍ଟ ହେଉଛି ଫଳରେ ଚାଷୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୂର କରିବା ପାଇଁ ଜଳେଶ୍ୱର ସହରରେ ବିକ୍ରି ହେଉଛି ପ୍ଲାଷ୍ଟିକ ପାଇପରେ ହାତ ତିଆରି ଫଟାକା ବା ବନ୍ଧୁକ। ଚାଷୀ ନିଜ […]

ଜଳେଶ୍ବର: ବନ୍ୟ ପଶୁ ପକ୍ଷୀକୁ ଘଉଡାଇବା ପାଇଁ ଜଳେଶ୍ୱର ସହରରେ ବିକ୍ରି ଚାଳିଛି ଅଭିନବ ହାତ ତିଆରି ଫଟାକା ବା ବନ୍ଧୁକ। କିଣିବା ପାଇଁ ଲାଗିଛି ଲୋକଙ୍କ ଭିଡ଼। ବନ୍ୟ ପ୍ରାଣୀମାନଙ୍କ ଦାଉରୁ ବହୁ ସମୟରେ ଫସଲ ନଷ୍ଟ ହେଉଛି ଫଳରେ ଚାଷୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୂର କରିବା ପାଇଁ ଜଳେଶ୍ୱର ସହରରେ ବିକ୍ରି ହେଉଛି ପ୍ଲାଷ୍ଟିକ ପାଇପରେ ହାତ ତିଆରି ଫଟାକା ବା ବନ୍ଧୁକ। ଚାଷୀ ନିଜ ମୁଣ୍ଡ ଝାଳ ତୁଣ୍ଡରେ ମାରି କଷ୍ଟ କରି ଫସଲ ଚାଷ କରିଥାଏ। ତେବେ ଏହାକୁ କେତେବେଳେ ମାଙ୍କଡ଼ ହାତୀ ଓ ଅନ୍ୟାନ ବନ୍ୟ ପଶୁପକ୍ଷୀ ନଷ୍ଟ କରିଦିଅନ୍ତି। ଫଳରେ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଲକ୍ଷ ଲକ୍ଷ ଟଙ୍କାର ପନିପରିବା ମଧ୍ୟ ନଷ୍ଟ ହୁଏ। ଏମାନଙ୍କୁ ଘଉଡାଇବା ପାଇଁ ଚାଷୀ ଓ ବନବିଭାଗ ଅନେକ ସମୟରେ ବିଫଳ ହେଉଛନ୍ତି। ତେବେଏହି ସମସ୍ୟା ଦୂର କରିବା ପାଇଁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସହରରେ ସୁଦୂର ମହାରାଷ୍ଟ୍ର ନାଗପୁର ଅଞ୍ଚଳରୁ ତିଆରି ହୋଇ ଥିବା ହାତତିଆରି ଫଟାକା ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଏହି ଫଟାକା କେଇ ଖଣ୍ଡ ଟୁକୁରା ପ୍ଲାଷ୍ଟିକ ପାଇପ ଓ ଗ୍ୟାସ ଲାଇଟର ସାହାଯ୍ଯରେ ନିର୍ମିତ। ଏଥିରେ ଫଳ ପଚିବରେ ବ୍ୟବହୃତ ହେଉଥିବା କାର୍ବାଇଟ ଓ ସାଧାରଣ ପାଣି ବ୍ୟବହାର କରାଯାଇ ଆଲୋକ ଓ ଶବ୍ଦ ବାହାର କରାଯାଉଛି। ଫଳରେ ଏହା ଦ୍ଵାରା ବନ୍ୟ ପଶୁପକ୍ଷୀଙ୍କୁ ଘଉଡ଼ାଇବାରେ ସହଜ ହେବ ବୋଲି ବିକ୍ରି କରୁଥିବା ବେପାରୀ କହୁଥିଲା ବେଳେ ଲୋକମାନେ ଏହା ଫଳରେ ଫସଲ ନଷ୍ଟ ହେବା ଦାଉରୁ ରକ୍ଷା କରିହେବ ବୋଲି କହିଛନ୍ତି। ତେବେ ଏହାକୁ କିଣିବା ପାଇଁ ଲୋକମାନେ ଭିଡ଼ ଜମାଇଥିବାର ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

03 Jan 2022 By The Sakala

ବନ୍ୟ ପଶୁ ପକ୍ଷୀକୁ ଘଉଡାଇବା ପାଇଁ ବିକ୍ରି ଚାଳିଛି ଅଭିନବ ହାତ ତିଆରି ଫଟାକା

ଜଳେଶ୍ବର: ବନ୍ୟ ପଶୁ ପକ୍ଷୀକୁ ଘଉଡାଇବା ପାଇଁ ଜଳେଶ୍ୱର ସହରରେ ବିକ୍ରି ଚାଳିଛି ଅଭିନବ ହାତ ତିଆରି ଫଟାକା ବା ବନ୍ଧୁକ। କିଣିବା ପାଇଁ ଲାଗିଛି ଲୋକଙ୍କ ଭିଡ଼। ବନ୍ୟ ପ୍ରାଣୀମାନଙ୍କ ଦାଉରୁ ବହୁ ସମୟରେ ଫସଲ ନଷ୍ଟ ହେଉଛି ଫଳରେ ଚାଷୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୂର କରିବା ପାଇଁ ଜଳେଶ୍ୱର ସହରରେ ବିକ୍ରି ହେଉଛି ପ୍ଲାଷ୍ଟିକ ପାଇପରେ ହାତ ତିଆରି ଫଟାକା ବା ବନ୍ଧୁକ। ଚାଷୀ ନିଜ ମୁଣ୍ଡ ଝାଳ ତୁଣ୍ଡରେ ମାରି କଷ୍ଟ କରି ଫସଲ ଚାଷ କରିଥାଏ। ତେବେ ଏହାକୁ କେତେବେଳେ ମାଙ୍କଡ଼ ହାତୀ ଓ ଅନ୍ୟାନ ବନ୍ୟ ପଶୁପକ୍ଷୀ ନଷ୍ଟ କରିଦିଅନ୍ତି। ଫଳରେ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଲକ୍ଷ ଲକ୍ଷ ଟଙ୍କାର ପନିପରିବା ମଧ୍ୟ ନଷ୍ଟ ହୁଏ। ଏମାନଙ୍କୁ ଘଉଡାଇବା ପାଇଁ ଚାଷୀ ଓ ବନବିଭାଗ ଅନେକ ସମୟରେ ବିଫଳ ହେଉଛନ୍ତି। ତେବେଏହି ସମସ୍ୟା ଦୂର କରିବା ପାଇଁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସହରରେ ସୁଦୂର ମହାରାଷ୍ଟ୍ର ନାଗପୁର ଅଞ୍ଚଳରୁ ତିଆରି ହୋଇ ଥିବା ହାତତିଆରି ଫଟାକା ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଏହି ଫଟାକା କେଇ ଖଣ୍ଡ ଟୁକୁରା ପ୍ଲାଷ୍ଟିକ ପାଇପ ଓ ଗ୍ୟାସ ଲାଇଟର ସାହାଯ୍ଯରେ ନିର୍ମିତ। ଏଥିରେ ଫଳ ପଚିବରେ ବ୍ୟବହୃତ ହେଉଥିବା କାର୍ବାଇଟ ଓ ସାଧାରଣ ପାଣି ବ୍ୟବହାର କରାଯାଇ ଆଲୋକ ଓ ଶବ୍ଦ ବାହାର କରାଯାଉଛି। ଫଳରେ ଏହା ଦ୍ଵାରା ବନ୍ୟ ପଶୁପକ୍ଷୀଙ୍କୁ ଘଉଡ଼ାଇବାରେ ସହଜ ହେବ ବୋଲି ବିକ୍ରି କରୁଥିବା ବେପାରୀ କହୁଥିଲା ବେଳେ ଲୋକମାନେ ଏହା ଫଳରେ ଫସଲ ନଷ୍ଟ ହେବା ଦାଉରୁ ରକ୍ଷା କରିହେବ ବୋଲି କହିଛନ୍ତି। ତେବେ ଏହାକୁ କିଣିବା ପାଇଁ ଲୋକମାନେ ଭିଡ଼ ଜମାଇଥିବାର ଦେଖିବାକୁ ମିଳିଛି।

https://www.thesakala.in/latest-odisha-news/balasore/innovative-handmade-crackers-on-sale-in-jaleswar-town-to-chase-wild-animals/article-8111
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର