ଉଦାହରଣ ସାଜିଲେ ବାଲେଶ୍ଵରର ବଳରାମ: ସହାୟତା ପାଇଁ ମୋବାଇଲ, ବାଇକ୍ ବ୍ୟବହାର ବନ୍ଦ କଲେ

The Sakala Picture
Published On

ବାଲେଶ୍ବର: କୋଭିଡ୍ ରୋଗୀଙ୍କ ପାଇଁ ନିଜର ସଞ୍ଚିତ ଅର୍ଥରୁ ୫୨ ହଜାର ଟଙ୍କା ବ୍ୟୟରେ ବ୍ୟକ୍ତିଗତ ଭାବେ ଜିଲ୍ଲାପାଳଙ୍କୁ ଏକ ଅକ୍ସିଜେନ କନସେନଟ୍ରେଟର୍ ପ୍ରଦାନ କରିଛନ୍ତି। ଯେଉଁଥିପାଇଁ ସେ କିଛି ଦିନ ହେବ  ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟୁଛନ୍ତି। ସେ ହେଉଛନ୍ତି ବାଲେଶ୍ଵର ସହର ଗୋପାଳଗାଁ ଅଞ୍ଚଳର ବଳରାମ ବେହେରା। ସେ ବାଲେଶ୍ଵର ମହିଳା କଲେଜରୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଅବସର ଗ୍ରହଣ କରିଛନ୍ତି। ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଏଭଳି ନିଷ୍ପତ୍ତି ଅନ୍ୟମାନଙ୍କ ପାଇଁ […]

ବାଲେଶ୍ବର: କୋଭିଡ୍ ରୋଗୀଙ୍କ ପାଇଁ ନିଜର ସଞ୍ଚିତ ଅର୍ଥରୁ ୫୨ ହଜାର ଟଙ୍କା ବ୍ୟୟରେ ବ୍ୟକ୍ତିଗତ ଭାବେ ଜିଲ୍ଲାପାଳଙ୍କୁ ଏକ ଅକ୍ସିଜେନ କନସେନଟ୍ରେଟର୍ ପ୍ରଦାନ କରିଛନ୍ତି। ଯେଉଁଥିପାଇଁ ସେ କିଛି ଦିନ ହେବ  ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟୁଛନ୍ତି। ସେ ହେଉଛନ୍ତି ବାଲେଶ୍ଵର ସହର ଗୋପାଳଗାଁ ଅଞ୍ଚଳର ବଳରାମ ବେହେରା। ସେ ବାଲେଶ୍ଵର ମହିଳା କଲେଜରୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଅବସର ଗ୍ରହଣ କରିଛନ୍ତି। ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଏଭଳି ନିଷ୍ପତ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ତେବେ ତୃତୀୟ ଲହର ବେଳେ ଏହି ଅକ୍ସିଜେନ କନସେନଟ୍ରେଟର୍ ମେସିନ୍ ସହାୟ ହେବ ବୋଲି ସିଡିଏମ ଦୁଲାଲସେନ ଜଗଦେବ କହିଛନ୍ତି।
ବଳରାମ ଚାକିରିରୁ ଅବସର ପରଠୁ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି। ନିଜ ଖର୍ଚ୍ଚରେ ସହରର ବିଭିନ୍ନ ସ୍ଥାନରେ ଗଛ ଲଗାଇଛନ୍ତି। ସେଥିପାଇଁ ବଳରାମ ‘ଗଛ ମଣିଷ’ ଭାବେ ବେଶ ଜଣାଶୁଣା। ତେବେ କୋଭିଡ଼ରେ ଆକ୍ରାନ୍ତ ହେଉଥିବା ଅଧିକାଂଶ ରୋଗୀ ଅମ୍ଳଜାନ ଅଭାବରୁ ମୃତ୍ୟୁବରଣ କରୁଥିବା ଜାଣିବା ପରେ ବଳରାମ ଏକ ନିଷ୍ପତ୍ତି ନେଲେ। ନିଜର ଖର୍ଚ୍ଚ କାଟ୍ ପାଇଁ ମୋବାଇଲ, ଗାଡି ବ୍ୟବହାର ବନ୍ଦ କରିଲେ। ସେଥିରୁ ଯାହା ଟଙ୍କା ବଳିଲା ତାକୁ ସଞ୍ଚିବା ଆରମ୍ଭ କଲେ। ସଞ୍ଚିତ ଅର୍ଥରୁ ୫୨ ହଜାର ଟଙ୍କା ବ୍ୟୟରେ ବ୍ୟକ୍ତିଗତ ଭାବେ ଏକ କନସନଟ୍ରେଟର କିଣି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦୁଲାଇସେନ ଜଗଦେବଙ୍କୁ ପ୍ରଦାନ କରିଛନ୍ତି। ତାଙ୍କର ଏପରି ମହାନ କାମ ଅନ୍ୟମାନଙ୍କୁ ପ୍ରେରଣା ନିଶ୍ଚୟ ଦେବ।
22 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର