ରାତି ଅଧରେ ଶସସ୍ତ୍ର ଡକାୟତି, ଗୁଳିମାଡ଼ କରି ଲୁଟିନେଲେ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର
ସୋର: ବାଲେଶ୍ଵର ଜିଲ୍ଲା ସୋର ଦୟାନିଧିପୁର ଗାଁରେ ରାତି ଅଧରେ ଗୁଳି ଫୁଟାଇ ଲୁଟ୍ । ମରଣାନ୍ତକ ଆକ୍ରମଣ କରି ଲୁଟିଲେ ସୁନା ଗହଣା । ସୋର ପୁଲିସର ନିଷ୍କ୍ରିୟତା ପାଇଁ ଦିନକୁ ଦିନ ସୋର ଅଞ୍ଚଳରେ ଅପରାଧୀଙ୍କ କାର୍ୟ୍ୟକଳାପ ବଢ଼ିବାରେ ଲାଗିଛି। ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଭୁଜାଲି ଓ ବନ୍ଧୁକ ମୁନରେ ବାରମ୍ବାର ଲୁଟ୍ ହେବାରେ ଲାଗିଛି। ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ ୭ ଜଣ ଦୁର୍ବୃତ୍ତ ମୁହଁରେ କଳାମୁଖା ପିନ୍ଧି ସୋର ଥାନା […]
ସୋର: ବାଲେଶ୍ଵର ଜିଲ୍ଲା ସୋର ଦୟାନିଧିପୁର ଗାଁରେ ରାତି ଅଧରେ ଗୁଳି ଫୁଟାଇ ଲୁଟ୍ । ମରଣାନ୍ତକ ଆକ୍ରମଣ କରି ଲୁଟିଲେ ସୁନା ଗହଣା । ସୋର ପୁଲିସର ନିଷ୍କ୍ରିୟତା ପାଇଁ ଦିନକୁ ଦିନ ସୋର ଅଞ୍ଚଳରେ ଅପରାଧୀଙ୍କ କାର୍ୟ୍ୟକଳାପ ବଢ଼ିବାରେ ଲାଗିଛି। ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଭୁଜାଲି ଓ ବନ୍ଧୁକ ମୁନରେ ବାରମ୍ବାର ଲୁଟ୍ ହେବାରେ ଲାଗିଛି।
ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ ୭ ଜଣ ଦୁର୍ବୃତ୍ତ ମୁହଁରେ କଳାମୁଖା ପିନ୍ଧି ସୋର ଥାନା ତେଣ୍ଟେଇ ପଂଚାୟତ ଦୟାନିଧିପୁର ଗାଁର ମଞ୍ଜୁଲତା ନାୟକଙ୍କ ଘରେ ପଶିଥିଲେ । ଚୋରମାନେ ଘରେ ପଶିବା ପୂର୍ବରୁ ତାଙ୍କ ମା’ ଜାଣିପାରି ପୁଅକୁ ଫୋନ୍ ଯୋଗେ ଜଣାଇଥିଲେ । ପୁଅ ମଳୟ ରାଉତ ପଡ଼ୋଶୀଙ୍କୁ ଫୋନ୍ କରିବା ସମୟରେ ଦୁର୍ବୃତ୍ତ ଘରର କବାଟ ଭାଙ୍ଗି ଘର ଭିତରକୁ ପଶିବା ସହିତ ପରିବାରର ସମସ୍ତ ୫ଜଣଙ୍କୁ ଘରର ସ୍କ୍ରିନ୍ ଚିରି ହାତ ଗୋଡ଼କୁ ବାନ୍ଧି ମାଡ଼ ମାରିଥିଲେ । ପରେ ଘରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ନଗଦ ୫୦ ହଜାର ଟଙ୍କା ଲୁଟିଥିଲେ ।
ଏହି ସମୟରେ ପଡ଼ୋଶୀ ବଳରାମ ରାଉତ ଓ ପ୍ରଶାନ୍ତ ରାଉତ ଆସିବାରୁ ଦୁର୍ବୃତ୍ତମାନେ ଘରର ଛାତ ଉପରେ ଥାଇ ସେମାନଙ୍କୁ ଗୁଳି ମାରିଥିଲେ । ବଳରାମଙ୍କ ଛାତିରେ ଗୁଳି ବାଜିବା ସହିତ ସେ ଗୁରୁତର ଆହତ ହୋଇଥିଲେ । ଗୁଳି ଫୁଟିବା ପରେ ପାଖରେ ଥିବା ଅନ୍ୟ ପଡ଼ୋଶୀ ଆସିବାକୁ ସାହସ କରିନଥିଲେ । ଏହି ସମୟରେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସାପରେ ବି ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରୋହିତ ନାୟକ, ରବୀନ୍ଦ୍ର ନାୟକ ଓ ବଳରାମ ରାଉତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।