ୟୁକ୍ରେନର ଖାରକିଭରେ ବିପଦରେ ଅଛନ୍ତି ବାଲେଶ୍ଵରର ବିବେକ ଓ ଆକାଶ, ୨ ଶହ ମିଟର ଦୂରତାରେ ପଡୁଛି ବମ୍

The Sakala Picture
Published On

ବାଲେଶ୍ଵର: ୟୁକ୍ରେନର ଖାରକିଭ ସହରରେ ଆମେ ରହୁଛୁ। ଯେଉଁଠି ବହୁତ ଜୋରରେ ଆକ୍ରମଣ ଚାଲିଛି। ଏମିତିକି ଆମେ ରହୁଥିବା ଆପାର୍ଟମେଣ୍ଟ ନିକଟରୁ ମାତ୍ର ୨ ଶହ ମିଟର ଦୂରତାରେ ମଙ୍ଗଳବାର ଦିନ ବମ୍ ପଡିଥିଲା। ତେଣୁ ଆମେ ବିପଦରେ ରହିଛୁ। ଆମ ଜୀବନ କେତେବେଳେ ବି ଚାଲିଯାଇପାରେ।  ଆମକୁ ରକ୍ଷା କରନ୍ତୁ। ଆମେ ଏବେ ଆମ ଆପାର୍ଟମେଣ୍ଟଠୁ ୮ ଶହ ମିଟର ଦୂରରେ ଥିବା ମେଟ୍ରୋ ଷ୍ଟେସନରେ ରହୁଛୁ। ଦିନକୁ ଥରେ କେବଳ ଖାଇବା କିମ୍ବା ଜରୁରୀ […]

ବାଲେଶ୍ଵର: ୟୁକ୍ରେନର ଖାରକିଭ ସହରରେ ଆମେ ରହୁଛୁ। ଯେଉଁଠି ବହୁତ ଜୋରରେ ଆକ୍ରମଣ ଚାଲିଛି। ଏମିତିକି ଆମେ ରହୁଥିବା ଆପାର୍ଟମେଣ୍ଟ ନିକଟରୁ ମାତ୍ର ୨ ଶହ ମିଟର ଦୂରତାରେ ମଙ୍ଗଳବାର ଦିନ ବମ୍ ପଡିଥିଲା। ତେଣୁ ଆମେ ବିପଦରେ ରହିଛୁ। ଆମ ଜୀବନ କେତେବେଳେ ବି ଚାଲିଯାଇପାରେ।  ଆମକୁ ରକ୍ଷା କରନ୍ତୁ। ଆମେ ଏବେ ଆମ ଆପାର୍ଟମେଣ୍ଟଠୁ ୮ ଶହ ମିଟର ଦୂରରେ ଥିବା ମେଟ୍ରୋ ଷ୍ଟେସନରେ ରହୁଛୁ। ଦିନକୁ ଥରେ କେବଳ ଖାଇବା କିମ୍ବା ଜରୁରୀ ପାଇଁ ନିଜ ଫ୍ଲାଟକୁ ଆସୁଛୁ। ମେଟ୍ରୋ ନିକଟରେ ବନ୍ଧୁକ, ଟ୍ୟାଙ୍କ୍ ଆଦି ଧରି ଛିଡା ହୋଇଛନ୍ତି। କେତେବେଳେ ଆମ ଜୀବନ ଚାଲିଯିବ ସେହି ଭୟରେ ରହିଛୁ। ଖାଇବା ବି ଧୀରେ ଧୀରେ ସରିଗଲଣି। ତେଣୁ ଦୁଇ ଦିନ ଭିତରେ ଆମକୁ ଏଠାରୁ ଉଦ୍ଧାର କରନ୍ତୁ। ଆମ ଜୀବନ ବିପଦରେ ରହିଛି’…. ଏପରି ନେହୁରା ହୋଇ ଏକ ଭିଡିଓ ମାଧ୍ୟମରେ ୟୁକ୍ରେନରୁ ଉଦ୍ଧାର ପାଇଁ ନେହୁରା ହୋଇଛନ୍ତି ବାଲେଶ୍ଵର ଜିଲ୍ଲା  ବସ୍ତା କାଇଁନ୍ଦା ଅଞ୍ଚଳର ଡାକ୍ତରୀ ଛାତ୍ର ଆକାଶ ପରିଡା ଓ ବାଲିଆପାଳ ବ୍ଲକର ଶ୍ରୀରାମପୁରର ବିବେକାନନ୍ଦ ପାତ୍ର।
ମଙ୍ଗଳବାର ଦିନ ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପରେ ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ୟୁକ୍ରେନରେ ରହୁଥିବା ଭାରତୀୟ ତଥା ଓଡ଼ିଶାର ଛାତ୍ରଛାତ୍ରୀମାନେ ଜୀବନ ବଞ୍ଚାଇବା ପାଇଁ ଅନୁରୋଧ କରୁଛନ୍ତି। ସେହିପରି ବାଲେଶ୍ଵରର ଆକାଶ ଓ ବିବେକ ମଧ୍ୟ ଖାର୍କିଭ ସହରରେ ଫସିକି ରହିଛନ୍ତି। ଯେଉଁଠି ବର୍ତ୍ତମାନ ଆକ୍ରମଣ ଜୋରଦାର ଚାଲିଛି। ତେବେ ୟୁକ୍ରେନ୍ ରେ ସବୁଆଡୁ ଲୋକଙ୍କୁ ଉଦ୍ଧାର କରାଯାଉଛି ମାତ୍ର ଖାରକିଭ ରିଜନରୁ କାହାକୁ ଉଦ୍ଧାର କରାଯାଉନି ବୋଲି ସେମାନଙ୍କ କହିଛନ୍ତି। ବିବେକ ଓ ଆକାଶ ରହୁଥିବା ସ୍ଥାନରୁ ହଙ୍ଗେରୀ, ରୋମାନିଆ ଓ ପୋଲାଣ୍ଡ ବୋର୍ଡର ଆଦି ୧୭ ଶହ କିଲୋମିଟର ଦୂର। ତେଣୁ ସେମାନେ ଆସିବା ବି ସମ୍ଭବପର ହେଉନାହିଁ। ମେଟ୍ରୋରେ ଦିନସାରା ରହୁଛନ୍ତି। ରାତିରେ ଫାଙ୍କା ସମୟରେ ଖାଇବା ଏବଂ ଫ୍ରେସ୍ ହେବାକୁ ଫ୍ଲାଟକୁ ଯାଉଛନ୍ତି। ମେଟ୍ରୋକୁ ବଙ୍କର୍ ତଥା ଲୁହା ଗେଟରେ ବନ୍ଦ କରି ରଖାଯାଉଛି। ସେଠାକାର କର୍ତ୍ତୃପକ୍ଷ ମଧ୍ୟ କିଛି ବୁଝୁନାହଖନ୍ତି। ତେବେ ନିକଟରେ ଖାର୍କିଭ ବୋର୍ଡର ରହିଛି। ଭାରତ ସରକାର ସହଯୋଗ କରିଲେ ସେମାନେ ଘରକୁ ଫେରିପାରିବେ। ସେଠାରେ ୩ ହଜାରରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ରହିଥିବା ଳେଳେ ଓଡ଼ିଶାରୁ ହଜାରେ ଛାତ୍ରଛାତ୍ରୀ ବିପଦରେ ରହିଛନ୍ତି। କୌଣସି ଉପାୟରେ ସୁରକ୍ଷିତ ନାହାନ୍ତି। ବହୁତ ଅଧିକ ଏୟାର ଷ୍ଟ୍ରାଇକ୍ ହେଉଛି। ୧ କିଲୋମିଟର ଦୂରତାରେ ମିଜାଇଲ୍ ମଧ୍ୟ ପଡି ସବୁ ଧ୍ବଂସ ହୋଇଯାଉଛି। ସେଥିପାଇଁ ଭୟଭୀତ ଅବସ୍ଥାରେ ରହିଛନ୍ତି ଉଭୟ। ଯେତେବେଳେ ସରକାର ହିଁ ନିର୍ଦ୍ଦେଶ ଦେଲେ ସେମାନେ ଘରେ ପହଞ୍ଚିପାରିବେ। ଏହାବ୍ୟତୀତ ୟୁକ୍ରେନିଆନ୍ ମାନେ ଛାଡୁନାହାନ୍ତି ଏବଂ ପିଟୁଥିବା କଥା କହିଛନ୍ତି।ଖାର୍କିଭ ରିଜନ୍ ଅତିକ୍ରମ କରିବା ପରେ ସେମାନେ ସୁରକ୍ଷିତ ରହିପାରିବେ ଏବଂ ସେଠାରୁ ନିଜ ଘରକୁ ଆସିବାର ସୁବିଧା ପାଇପାରିବେ ବୋଲି ଆକାଶ ଓ ବିବେକ କହିଛନ୍ତି।
01 Mar 2022 By The Sakala

https://www.thesakala.in/latest-odisha-news/balasore/two-students-from-balasore-are-in-ukraine/article-9608
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର