କୋକୋଇ ବନ୍ଧା ସରିଥିଲା, ଅନ୍ତିମ ସଂସ୍କାର ବେଳେ ଚେଇଁ ଉଠିଲା ଶବ

Madhusudan Das Picture
Published On

ବାଲେଶ୍ୱର: ଅନ୍ତିମ ସଂସ୍କାର ପାଇଁ ମଶାଣିରେ ସବୁ ବନ୍ଦୋବସ୍ତ ସରିଥିଲା। ଘର ଦୁଆର ମୁହଁରେ ବି କୋକୋଇ ବନ୍ଧା ସରିଥିଲା। ଖାଲି ଅପେକ୍ଷା ଥିଲା ଆମ୍ବୁଲାନ୍ସକୁ। ଭୁବନେଶ୍ବରରୁ ଶବ ଫେରିବା ପରେ ମଶାଣିକୁ ନେବା ପାଇଁ ଘରଲୋକ ତରତର ହେଉଥିବା ବେଳେ ହଠାତ୍‌ ଚେଇଁ ଉଠିଲେ ମହିଳା। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଓଲମରା ପଞ୍ଚାୟତର ରାଜନଗର ଗାଁରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମହିଳାଜଣଙ୍କ ହେଲେ, ଗାଁର ତାପସ କୁମାର ଅଠାଙ୍କ ସ୍ତ୍ରୀ ଅମିତା ଅଠା (୩୪)। ତାଙ୍କୁ ଗୁରୁତର ଅବସ୍ଥାରେ ରେମୁଣାସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। 

ଆହୁରି ପଢ଼ନ୍ତୁ: ବିରୂପା ନଦୀରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର, ଦୁଇଦିନ ତଳୁ ନିଖୋଜ ଥିଲେ

ସୂଚନାନୁଯାୟୀ, ଅମିତା ଗର୍ଭବତୀ ଥିଲେ। ଗତ ୧୩ ତାରିଖରେ ତାଙ୍କର ଗର୍ଭଯନ୍ତ୍ରଣା ହେବାରୁ ପରିବାରଲୋକେ ପ୍ରଥମେ ତାଙ୍କୁ ହାତୀଗଡ଼ସ୍ଥିତ ଏକ ମେଡିକାଲରେ ଭର୍ତ୍ତି କରାଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲର ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା। ୧୦ବର୍ଷ ପରେ ଘରକୁ ଏକ ନବଜାତ ଶିଶୁ ଆସିବ ବୋଲି ପରିବାରଲୋକେ ବହୁତ ଆଶା କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅମିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହୋଇଥିଲା। ପରେ ତାଙ୍କୁ ମୃତ ବୋଲି ଧାରଣା କରି ପରିବାରଲୋକେ ଭୁବନେଶ୍ୱରରୁ ଆମ୍ବୁଲାନ୍ସରେ ଗାଁକୁ ନେଇ ଆସିଥିଲେ। ଗାଁରେ ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶେଷ ଦର୍ଶନ ପାଇଁ ଗ୍ରାମବାସୀ ଓ ଆତ୍ମୀୟସଜନ ଘରେ ଭିଡ଼ ଜମାଇଥିଲେ। ଏପର୍ଯ୍ୟନ୍ତ ଅନ୍ତିମ ସତ୍କାର ପାଇଁ ନଦୀ ପଠାରେ କାଠ ସହ ସମସ୍ତ ବ୍ୟବସ୍ଥା ସରିଥିଲା ଓ କୋକେଇ ମଧ୍ୟ ବନ୍ଧାଯାଇଥିଲା। ଅମିତାଙ୍କୁ ଆମ୍ବୁଲାନ୍ସରୁ ଘରକୁ ଆଣିବା ପରେ ହଠାତ୍‌ ସେ ଆଖି ଖୋଲି ଦେବାରୁ ସେଠାରେ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ସ୍ଥାନୀୟ ଡାକ୍ତର ଯାଞ୍ଚ କରି ସେ ଜୀବିତ ଥିବା କହିଥିଲେ। 

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଭୟାବହ ଯୁଦ୍ଧ ସ୍ଥିତି ଲାଗି ‘ଇଫ୍ତାର ଓ ଇଦ୍ ମିଲନ’
ପାଳନ କରିବନି ବିଜେଡି

ତେବେ ଭୁବନେଶ୍ୱରର ଘରୋଇ ହସ୍‌ପିଟାଲରେ ସେ ମୃତ ବୋଲି କୌଣସି ଡାକ୍ତର ନିଶ୍ଚିତ କରିଥିଲେ କି ନାହିଁ କିମ୍ୱା କିପରି ପରିବାରଲୋକେ ତାଙ୍କୁ ମୃତ ବୋଲି ଭାବି ଘରକୁ ନେଇ ଆସିଥିଲେ, ତାହା ଜଣାପଡ଼ିନାହିଁ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ସନ୍ଧାନୀ କୁକୁର ଓ ବମ୍‌ ସ୍କ୍ୱାର୍ଡର ତଦନ୍ତ

17 Mar 2026 By Madhusudan Das

କୋକୋଇ ବନ୍ଧା ସରିଥିଲା, ଅନ୍ତିମ ସଂସ୍କାର ବେଳେ ଚେଇଁ ଉଠିଲା ଶବ

ବାଲେଶ୍ୱର: ଅନ୍ତିମ ସଂସ୍କାର ପାଇଁ ମଶାଣିରେ ସବୁ ବନ୍ଦୋବସ୍ତ ସରିଥିଲା। ଘର ଦୁଆର ମୁହଁରେ ବି କୋକୋଇ ବନ୍ଧା ସରିଥିଲା। ଖାଲି ଅପେକ୍ଷା ଥିଲା ଆମ୍ବୁଲାନ୍ସକୁ। ଭୁବନେଶ୍ବରରୁ ଶବ ଫେରିବା ପରେ ମଶାଣିକୁ ନେବା ପାଇଁ ଘରଲୋକ ତରତର ହେଉଥିବା ବେଳେ ହଠାତ୍‌ ଚେଇଁ ଉଠିଲେ ମହିଳା। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଓଲମରା ପଞ୍ଚାୟତର ରାଜନଗର ଗାଁରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମହିଳାଜଣଙ୍କ ହେଲେ, ଗାଁର ତାପସ କୁମାର ଅଠାଙ୍କ ସ୍ତ୍ରୀ ଅମିତା ଅଠା (୩୪)। ତାଙ୍କୁ ଗୁରୁତର ଅବସ୍ଥାରେ ରେମୁଣାସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। 

ସୂଚନାନୁଯାୟୀ, ଅମିତା ଗର୍ଭବତୀ ଥିଲେ। ଗତ ୧୩ ତାରିଖରେ ତାଙ୍କର ଗର୍ଭଯନ୍ତ୍ରଣା ହେବାରୁ ପରିବାରଲୋକେ ପ୍ରଥମେ ତାଙ୍କୁ ହାତୀଗଡ଼ସ୍ଥିତ ଏକ ମେଡିକାଲରେ ଭର୍ତ୍ତି କରାଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲର ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା। ୧୦ବର୍ଷ ପରେ ଘରକୁ ଏକ ନବଜାତ ଶିଶୁ ଆସିବ ବୋଲି ପରିବାରଲୋକେ ବହୁତ ଆଶା କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅମିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହୋଇଥିଲା। ପରେ ତାଙ୍କୁ ମୃତ ବୋଲି ଧାରଣା କରି ପରିବାରଲୋକେ ଭୁବନେଶ୍ୱରରୁ ଆମ୍ବୁଲାନ୍ସରେ ଗାଁକୁ ନେଇ ଆସିଥିଲେ। ଗାଁରେ ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶେଷ ଦର୍ଶନ ପାଇଁ ଗ୍ରାମବାସୀ ଓ ଆତ୍ମୀୟସଜନ ଘରେ ଭିଡ଼ ଜମାଇଥିଲେ। ଏପର୍ଯ୍ୟନ୍ତ ଅନ୍ତିମ ସତ୍କାର ପାଇଁ ନଦୀ ପଠାରେ କାଠ ସହ ସମସ୍ତ ବ୍ୟବସ୍ଥା ସରିଥିଲା ଓ କୋକେଇ ମଧ୍ୟ ବନ୍ଧାଯାଇଥିଲା। ଅମିତାଙ୍କୁ ଆମ୍ବୁଲାନ୍ସରୁ ଘରକୁ ଆଣିବା ପରେ ହଠାତ୍‌ ସେ ଆଖି ଖୋଲି ଦେବାରୁ ସେଠାରେ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ସ୍ଥାନୀୟ ଡାକ୍ତର ଯାଞ୍ଚ କରି ସେ ଜୀବିତ ଥିବା କହିଥିଲେ। 

ତେବେ ଭୁବନେଶ୍ୱରର ଘରୋଇ ହସ୍‌ପିଟାଲରେ ସେ ମୃତ ବୋଲି କୌଣସି ଡାକ୍ତର ନିଶ୍ଚିତ କରିଥିଲେ କି ନାହିଁ କିମ୍ୱା କିପରି ପରିବାରଲୋକେ ତାଙ୍କୁ ମୃତ ବୋଲି ଭାବି ଘରକୁ ନେଇ ଆସିଥିଲେ, ତାହା ଜଣାପଡ଼ିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର