ପ୍ରତାପ ଷଡ଼ଙ୍ଗୀଙ୍କ ଇସ୍ତଫା ଜିଲ୍ଲା ରାଜନୀତିକୁ ପ୍ରଭାବିତ କରିବ, ଇସ୍ତଫା ଖବରକୁ ନେଇ ସୋସିଆଲ ମିଡିଆରେ ଝଡ଼

The Sakala Picture
Published On

ବାଲେଶ୍ଵର:  କେନ୍ଦ୍ରମନ୍ତ୍ରୀ ଭାବେ ପ୍ରତାପ ଷଡ଼ଙ୍ଗୀ ଆଜି ନିଜ ପଦବୀରୁ ଇସ୍ତଫା ଦେଇଥିବାରୁ ବାଲେଶ୍ଵର ରାଜନୀତି ସରଗରମ ହୋଇଛି। ପ୍ରତାପଙ୍କ ଏପରି ଅପ୍ରତ୍ୟାଶିତ ଇସ୍ତଫା ଜିଲ୍ଲା ରାଜନୀତିରେ ଆଗାମୀ ଦିନରେ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ଜୋର ଧରିଛି। ବିଜେଡ଼ିର ଦୁର୍ଗ କୁହାଯାଉଥିବା ବାଲେଶ୍ଵରେ ୨୦୧୯ ନିର୍ବାଚନରେ ସାଂସଦ ଭାବେ ମାତ୍ର ଅଳ୍ପ ଭୋଟ ବ୍ୟବଧାନରେ ପ୍ରତାପ ବିଜୟ ଲାଭ କରି କେବଳ ରାଜ୍ୟ କାହିଁକି ଦେଶବାସୀଙ୍କୁ ମଧ୍ୟ ଚକିତ କରିଥିଲା। ସାକ୍ଷରତା ଦୃଷ୍ଟିରୁ ସମଗ୍ର ରାଜ୍ୟରେ […]

ବାଲେଶ୍ଵର:  କେନ୍ଦ୍ରମନ୍ତ୍ରୀ ଭାବେ ପ୍ରତାପ ଷଡ଼ଙ୍ଗୀ ଆଜି ନିଜ ପଦବୀରୁ ଇସ୍ତଫା ଦେଇଥିବାରୁ ବାଲେଶ୍ଵର ରାଜନୀତି ସରଗରମ ହୋଇଛି। ପ୍ରତାପଙ୍କ ଏପରି ଅପ୍ରତ୍ୟାଶିତ ଇସ୍ତଫା ଜିଲ୍ଲା ରାଜନୀତିରେ ଆଗାମୀ ଦିନରେ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ଜୋର ଧରିଛି। ବିଜେଡ଼ିର ଦୁର୍ଗ କୁହାଯାଉଥିବା ବାଲେଶ୍ଵରେ ୨୦୧୯ ନିର୍ବାଚନରେ ସାଂସଦ ଭାବେ ମାତ୍ର ଅଳ୍ପ ଭୋଟ ବ୍ୟବଧାନରେ ପ୍ରତାପ ବିଜୟ ଲାଭ କରି କେବଳ ରାଜ୍ୟ କାହିଁକି ଦେଶବାସୀଙ୍କୁ ମଧ୍ୟ ଚକିତ କରିଥିଲା। ସାକ୍ଷରତା ଦୃଷ୍ଟିରୁ ସମଗ୍ର ରାଜ୍ୟରେ ଶୀର୍ଷରେ ଥିବା ବାଲେଶ୍ଵର ଲୋକସଭା ଆସନରୁ ପ୍ରତାପଙ୍କ ବିଜୟ ତାଙ୍କୁ ନୂଆ ପରିଚୟ ଦେଇଥିଲା। ସେଥିପାଇଁ ସେ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଶିରୋନାମାରେ ଥିଲେ। କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ରାଜ୍ୟ ବିଜେପି ରାଜନୀତି ସେ ହିଁ ଏକ ବଡ଼ ଚେହେରା ଭାବେ ଉଭା ହୋଇଥିଲେ। କୁହାଯାଉଥିଲା ମୋଦୀଙ୍କ ବିଶ୍ବସ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକଳ୍ପ ଭାବେ ପ୍ରତାପ ଷଡ଼ଙ୍ଗୀ ଦଳର ଦାୟିତ୍ଵ ନେବେ। ବାଲେଶ୍ଵର କାହିଁକି ସମଗ୍ର ରାଜ୍ୟରେ ବିଜେଡିକୁ ମାତ ଦେବା ପାଇଁ ପ୍ରତାପ ହିଁ ଏକ ବଡ଼ ଭୂମିକା ନିର୍ବାହ କରିବେ। ହେଲେ ମାତ୍ର କିଛି ମାସର ବ୍ୟବଧାନରେ ସେସବୁ ମିଳେଇ ଯାଇଥିଲା। ବିଶେଷ କରି ମୁଁ ବାଲେଶ୍ଵରର ମନ୍ତ୍ରୀ ନୁହେଁ ଭାରତର ମନ୍ତ୍ରୀ ବୋଲି ଏକ କାର୍ଯ୍ୟକ୍ରମ ସମୟରେ ପ୍ରତାପ ବୟାନ ଦେବା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିଲା। ବିଜେଡି ଓ କଂଗ୍ରେସ ସ ଏହାକୁ ଏକ ଇସ୍ୟୁ କରିଥିଲେ। ସେହିପରି କେନ୍ଦ୍ର ସରକାରଙ୍କ ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ଵ କରୁଥିବା ପ୍ରତାପ ତାଙ୍କ ଦୁଇ ବର୍ଷ ର କାର୍ଯ୍ୟକାଳ ମଧ୍ୟରେ ବାଲେଶ୍ବର ଜିଲ୍ଲାରେ କେନ୍ଦ୍ରିୟ ଯୋଜନାରେ ସେହିଭଳି କୌଣସି ବଡ଼ ଧରଣର ଉନ୍ନୟନ ମୂଳକ କାର୍ଯ୍ୟ କରିନପାରିବା ମଧ୍ୟ ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଲୋଚନା ପାଇଁ ଖୋରାକ ଯୋଗାଉଥିଲା।
ବିଶେଷ କରି ଏମ୍ସ ହସ୍ପିଟାଲ ଏଠାରେ କାର୍ଯ୍ୟକ୍ଷମ ହୋଇ ନାପାରିବା ପ୍ରସଙ୍ଗ କୁ ବିରୋଧୀ ମାନେ ପ୍ରତାପଙ୍କ ବିରୋଧରେ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ। ସେହିପରି ୨୦୧୯ ନିର୍ବାଚନ ପରଠାରୁ ମଧ୍ୟ ଜିଲ୍ଲାରେ ବିଜେପିର ଦଳୀୟ ଅନ୍ତ୍ରଦ୍ବନ୍ଦ ମଧ୍ୟ ବୃଦ୍ଧି ପାଇଥିଲା। ନିର୍ଦ୍ଦିଷ୍ଟ କିଛି ଦଳୀୟ କାର୍ଯ୍ୟକ୍ରମରେ ଦଳର କାର୍ଯ୍ୟକର୍ତ୍ତା ମାନେ ଦୁଇ ଭାଗରେ ବିଭକ୍ତ ହୋଇ ଆୟୋଜନ କରୁଥିଲେ। ପ୍ରତାପ ନିଜ ନିର୍ବାଚନ କ୍ଷେତ୍ରରେ ଦିନକୁ ଦିନ ଲୋକପ୍ରିୟତା ହରାଉଥିବା ଖବର ରାଜ୍ୟ ବିଜେପିର ଏକ ଗୋଷ୍ଠୀ ଦଳର କେନ୍ଦ୍ରୀୟ ନେତାଙ୍କୁ ଜଣାଇଥିଲେ। ଏସବୁ କାରଣ ପାଇଁ ପ୍ରତାପଙ୍କୁ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଛି ବୋଲି ସାଧାରଣରେ ଆଲୋଚନା ହେଉଛି।
ତେବେ ଖୁବ ନିକଟରେ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାବେଳେ ପ୍ରତାପଙ୍କ ଇସ୍ତଫା ଦଳୀୟ କର୍ମୀଙ୍କ ମନୋବଳକୁ ଦୁର୍ବଳ କରିବ ବୋଲି ଦଳର ବହୁ ଛାମୁଆ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଅନ୍ୟପକ୍ଷରେ ପ୍ରତାପଙ୍କ ଇସ୍ତଫା ଖବର ଆଜି ଅପରାହ୍ନରୁ ସୋସିଆଲ ମିଡିଆରେ ଚହଳ ପକାଇଛି।କି ଏ ପ୍ରତାପଙ୍କ ସପକ୍ଷରେ ତ ଆଉ କିଏ ବିପକ୍ଷରେ ମତାମତ ଦେଉଥିବା ବେଳେ ବିଜେପି ସମର୍ଥିତ ନେତା ଓ କର୍ମୀ କିନ୍ତୁ ଏଥିରୁ ନିଜକୁ ଦୁରେଇ ରଖିଛନ୍ତି।  
07 Jul 2021 By The Sakala

https://www.thesakala.in/latest-odisha-news/balasore/pratap-sadangis-resignation-has-caused-a-stir-on-social-media/article-3557
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର