ବାହାନଗା ରେଳ ଦୁର୍ଘଟଣା: ସାନ ଭାଇ ଆଖି ଆଗରେ ଚାଲିଗଲା ବଡ଼ଭାଇର ଜୀବନ

The Sakala Picture
Published On

ଜଳେଶ୍ୱର: ପ୍ରତ୍ୟେକ ବାପାମାଆଙ୍କ ଇଚ୍ଛା ମୋ ପୁଅ ପାଠ ପଢି ଭଲ ମଣିଷ ହେବ ଏବଂ ଭଲ ଚାକିରୀ ଟିଏ କରିବ। କିନ୍ତୁ ତାହା ଆଜି ସ୍ୱପ୍ନରେ ରହିଗଲା। ଦୁଇ ଭାଇଙ୍କ ପାଇଁ ପ୍ରାୟ କାଳ ଥିଲା ଶୁକ୍ରବାର। କରମଣ୍ଡଳକୁ ମଧ୍ୟ କାଳ ଥିଲା ଶୁକ୍ରବାର। ୧୪ ବର୍ଷ ତଳର କାଳ ଶୁକ୍ରବାର ପରି ପୁଣି ଭୟଙ୍କର ଦୁର୍ଘଟଣା ଘଟିଛି କରମଣ୍ଡଳ ସହ। ସୂଚନାରୁ ପ୍ରକାଶ ଯେ ବାଲେଶ୍ଵର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାରେ ଜଳେଶ୍ଵରର ଶାଳିକୋଠା […]

ଜଳେଶ୍ୱର: ପ୍ରତ୍ୟେକ ବାପାମାଆଙ୍କ ଇଚ୍ଛା ମୋ ପୁଅ ପାଠ ପଢି ଭଲ ମଣିଷ ହେବ ଏବଂ ଭଲ ଚାକିରୀ ଟିଏ କରିବ। କିନ୍ତୁ ତାହା ଆଜି ସ୍ୱପ୍ନରେ ରହିଗଲା। ଦୁଇ ଭାଇଙ୍କ ପାଇଁ ପ୍ରାୟ କାଳ ଥିଲା ଶୁକ୍ରବାର। କରମଣ୍ଡଳକୁ ମଧ୍ୟ କାଳ ଥିଲା ଶୁକ୍ରବାର। ୧୪ ବର୍ଷ ତଳର କାଳ ଶୁକ୍ରବାର ପରି ପୁଣି ଭୟଙ୍କର ଦୁର୍ଘଟଣା ଘଟିଛି କରମଣ୍ଡଳ ସହ। ସୂଚନାରୁ ପ୍ରକାଶ ଯେ ବାଲେଶ୍ଵର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାରେ ଜଳେଶ୍ଵରର ଶାଳିକୋଠା ବାଗେଶ୍ଵରୀ ସଂସ୍କୃତ ମହାବିଦ୍ୟାଳୟରେ ପାଠ ପଢୁଥିବା ଦୁଇ ଭାଇ କରମଣ୍ଡଳ ଏକ୍ସପ୍ରେସରେ କେନ୍ଦ୍ରାପଡ଼ା ଯାଉଥିବା ବେଳେ ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣାରେ ସାନ ଭାଇ ଆଗରେ ବଡ଼ ଭାଇର ମୃତ୍ୟୁ ହୋଇଛି। ଆଉ ଏହି ଦୁର୍ଘଟଣାରେ ସାନ ଭାଇବି ଗୁରୁତର ହୋଇଛି।

ସୂଚନାଯୋଗ୍ୟ ଯେ ରାସଗୋବିନ୍ଦପୁର ଥାନା ମଙ୍ଗଳପୁର ଗାଁର ମୃତ୍ୟୁଞ୍ଜୟ ଦାସଙ୍କ ପୁଅ ଅନୁରାଗ ଓ ଦିବ୍ୟେନ୍ଦୁ ଉଭୟ ଆରୁହା ପଂଚାୟତ ଶାଳିକୋଠା ବାଗେଶ୍ଵରୀ ସଂସ୍କୃତ କଲେଜରେ ପାଠ ପଢନ୍ତି। ଉଭୟ ମଧ୍ୟ ହଷ୍ଟେଲରେ ରହନ୍ତି। ତେବେ ସାନ ଭାଇ ଦିବ୍ୟେନ୍ଦୁର ଆଜି କେନ୍ଦ୍ରାପଡ଼ାରେ ସିଟି ପ୍ରବେଶିକା ପରୀକ୍ଷା ଥିଲା। ବଡ଼ଭାଇ ଅନୁରାଗ ଦିବ୍ୟେନ୍ଦୁକୁ ନିଜ ସାଥିରେ ନେଇ କେନ୍ଦ୍ରାପଡ଼ା ଯାଉଥିଲେ। ସେଥିପାଇଁ ସେମାନେ ଗତକାଲି ସନ୍ଧ୍ୟାରେ ବାଲେଶ୍ଵର ଷ୍ଟେସନରୁ କରମଣ୍ଡଳ ଟ୍ରେନରେ ଚଢ଼ିଥିଲେ। ତେବେ ବାହାନଗା ନିକଟରେ ଏହି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବାରୁ ଜେନେରାଲ କମ୍ପାଟମ୍ୟାଣ୍ଟରେ ଯାତ୍ରା କରୁଥିବା ଅନୁରାଗର ମୃତ୍ୟୁ ହୋଇଛି। ସେହିପରି ଦିବ୍ୟୁନ୍ଦୁ ମଧ୍ୟ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଅନୁରାଗଙ୍କ ମୃତ୍ୟୁରେ ବାଗେଶ୍ବରୀ ସଂସ୍କୃତ କଲେଜର ଅଧ୍ୟକ୍ଷ ଡ.ବିବେକାନନ୍ଦ ସାହୁ ଗଭୀର ଶୋକବ୍ୟକ୍ତ କରିଛନ୍ତି।

03 Jun 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର