ଜୀବନ ଯୁଦ୍ଧରେ ବଞ୍ଚିବାର ରାହା ଖୁଜୁଛି ୯ ବର୍ଷର ଝିଅ ଗେହ୍ଲୀ

The Sakala Picture
Published On

ଜଳେଶ୍ବର:  ଅର୍ଥ ହିଁ ଅନର୍ଥର ମୂଳ। ଝିଅର ଜୀବନ ବଞ୍ଚାଇବା ପାଇଁ ବାପା ମାଆଙ୍କର ଆପ୍ରାଣ ଉଦ୍ୟମ। ଶେଷରେ ଚାଷ ଜମି, ଘରର ଆସବା ପତ୍ର ବିକି ଝିଅକୁ ଭଲ କରିବାକୁ ଚେଷ୍ଟା କରିଥିଲେ। ହେଲେ ଝିଅ ଭଲ ହେଲା ନାହିଁ। ବାପା ଜଣେ ଚାଷୀ ହୋଇ ଥିବାରୁ ଅର୍ଥ ଯୋଗାଡ଼ କରିବା ସମ୍ଭବ ନ ହେବାରୁ ଝିଅକୁ ଭଲ ଡାକ୍ତର ଦେଖେଇ ପାରୁ ନାହାନ୍ତି। ବିଛଣାରେ ପଡିପଡି ଜୀବନ ଅତିବାହିତ କରୁଛି ୯ ବର୍ଷର ଝିଅ […]

ଜଳେଶ୍ବର:  ଅର୍ଥ ହିଁ ଅନର୍ଥର ମୂଳ। ଝିଅର ଜୀବନ ବଞ୍ଚାଇବା ପାଇଁ ବାପା ମାଆଙ୍କର ଆପ୍ରାଣ ଉଦ୍ୟମ। ଶେଷରେ ଚାଷ ଜମି, ଘରର ଆସବା ପତ୍ର ବିକି ଝିଅକୁ ଭଲ କରିବାକୁ ଚେଷ୍ଟା କରିଥିଲେ। ହେଲେ ଝିଅ ଭଲ ହେଲା ନାହିଁ। ବାପା ଜଣେ ଚାଷୀ ହୋଇ ଥିବାରୁ ଅର୍ଥ ଯୋଗାଡ଼ କରିବା ସମ୍ଭବ ନ ହେବାରୁ ଝିଅକୁ ଭଲ ଡାକ୍ତର ଦେଖେଇ ପାରୁ ନାହାନ୍ତି। ବିଛଣାରେ ପଡିପଡି ଜୀବନ ଅତିବାହିତ କରୁଛି ୯ ବର୍ଷର ଝିଅ ଗେହ୍ଲୀ। ଏଭଳି ହୃଦୟସ୍ପର୍ଶୀ ଘଟଣା ଜଳେଶ୍ଵର ବ୍ଲକ ରାୟାଁ ରାମଚନ୍ଦ୍ରପୁର ପଞ୍ଚାୟତର ରାୟାଁରାମଚନ୍ଦ୍ରପୁର ଗ୍ରାମରୁ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକର ରାୟାଁ ରାମଚନ୍ଦ୍ରପୁର ପଞ୍ଚାୟତର ରାୟାଁ ରାମଚନ୍ଦ୍ରପୁର ଗ୍ରାମର ଅଜିତ ପାତ୍ରଙ୍କର ୯ ବର୍ଷର ଝିଅ ଗେହ୍ଲୀ। ଖୁସିରେ ବାପା ମା ଡାକନ୍ତି ଗେହ୍ଲି। ଜନ୍ମରୁ ବିକଳାଙ୍ଗ ଚାଲିବା, ବୁଲିବା, କଥା କହିବା ଏପରିକି ଖାଇବା ସମ୍ଭବ ନୁହେଁ। ଝିଅ ଜନ୍ମ ହେଲା ପରେ ବାପା ମାଆ ଖୁସିରେ ତାର ନାଁ ଗେହ୍ଲି ଦେଇଥିଲେ। ହେଲେ ଜନ୍ମ ହେଲା ପରେ ଗେହ୍ଲି କାନ୍ଦି ନଥିଲା। ଡାକ୍ତରଙ୍କର ପରାମର୍ଶ ପରେ କଟକ ଶିଶୁ ଭବନକୁ ନେଇ ଝିଅର ଚିକିତ୍ସା କରିଥିଲେ ଦୀର୍ଘ ଦିନ ଚିକିତ୍ସା ପରେ ଝିଅ ଗେହ୍ଲୀ ଭଲ ନ ହେବାରୁ ଡାକ୍ତର ପରାମର୍ଶ ଦେଲେ ବଡ଼ ଡାକ୍ତରକୁ ଦେଖାଇବା ପାଇଁ।ହେଲେ ବାପା ଅଜିତ ଜଣେ ଚାଷୀ ହୋଇ ଥିବାରୁ ଅର୍ଥ ଯୋଗାଡ଼ କରିପାରିଲେ ନାହିଁ। ନିରାଶ ହୋଇ ଶେଷରେ ଝିଅକୁ ଘରକୁ ନେଇ ଆସିଥିଲେ। ଏବେ ଝିଅର ବୟସ ୯ ବର୍ଷ। ମାତ୍ର ତାର ସମସ୍ତ କାମ ତାର ମାଆ ଅନ୍ନପୂର୍ଣ୍ଣା ହିଁ କରନ୍ତି। ବାପା ଜଣେ ଚାଷୀ ହୋଇ ଥିବାରୁ ଚାଷ କରି ଯାହା ରୋଜଗାର କରନ୍ତି ସେଥିରେ ଚାରି ପ୍ରାଣୀ ପରିବାର ପୋଷିବା ନିଅଣ୍ଟ ହୁଏ। ଝିଅକୁ ଭଲ ଡାକ୍ତର ଦେଖେଇବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ଝିଅର ଜୀବନ ବଞ୍ଚାଇବାକୁ ସରକାରୀ କିମ୍ବା ବେସରକରୀ ସାହାଯ୍ୟର ଭିକ୍ଷା ମାଗିଛନ୍ତି ବାପା -ମାଆ।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

ତେବେ ଗ୍ରାମରେ ଉକ୍ତ ପରିବାରର ଅବସ୍ଥାକୁ ଲକ୍ଷ୍ୟ କରି ଗ୍ରାମବାସୀ ମାନେ ସରକାରୀ କିମ୍ବା ବେସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ତେବେ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜଳେଶ୍ୱର ବ୍ଲକ ଉପାଦକ୍ଷ ବ୍ରଜମୋହନ ପ୍ରଧାନ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ସାହାଯ୍ଯ କରିବାକୁ ଚାହୁଁଥିଲେ-
ବ୍ୟାଙ୍କ ଠିକଣା—-
ଅଜିତ କୁମାର ପାତ୍ର
ଗ୍ରାମ–ରାୟାଁ ରାମଚନ୍ଦ୍ର ପୁର
ଥାନା -ଜଳେଶ୍ବର
ଜିଲ୍ଲା-ବାଲେଶ୍ଵର (ଓଡିଶା)
ମୋ -୮୯୦୮୨୦୨୭୭୫
Central Bank Of India
A /C -3439837891
I F S C – CBIN0284087

04 Jul 2021 By The Sakala

ଜୀବନ ଯୁଦ୍ଧରେ ବଞ୍ଚିବାର ରାହା ଖୁଜୁଛି ୯ ବର୍ଷର ଝିଅ ଗେହ୍ଲୀ

ଜଳେଶ୍ବର:  ଅର୍ଥ ହିଁ ଅନର୍ଥର ମୂଳ। ଝିଅର ଜୀବନ ବଞ୍ଚାଇବା ପାଇଁ ବାପା ମାଆଙ୍କର ଆପ୍ରାଣ ଉଦ୍ୟମ। ଶେଷରେ ଚାଷ ଜମି, ଘରର ଆସବା ପତ୍ର ବିକି ଝିଅକୁ ଭଲ କରିବାକୁ ଚେଷ୍ଟା କରିଥିଲେ। ହେଲେ ଝିଅ ଭଲ ହେଲା ନାହିଁ। ବାପା ଜଣେ ଚାଷୀ ହୋଇ ଥିବାରୁ ଅର୍ଥ ଯୋଗାଡ଼ କରିବା ସମ୍ଭବ ନ ହେବାରୁ ଝିଅକୁ ଭଲ ଡାକ୍ତର ଦେଖେଇ ପାରୁ ନାହାନ୍ତି। ବିଛଣାରେ ପଡିପଡି ଜୀବନ ଅତିବାହିତ କରୁଛି ୯ ବର୍ଷର ଝିଅ ଗେହ୍ଲୀ। ଏଭଳି ହୃଦୟସ୍ପର୍ଶୀ ଘଟଣା ଜଳେଶ୍ଵର ବ୍ଲକ ରାୟାଁ ରାମଚନ୍ଦ୍ରପୁର ପଞ୍ଚାୟତର ରାୟାଁରାମଚନ୍ଦ୍ରପୁର ଗ୍ରାମରୁ ଦେଖିବାକୁ ମିଳିଛି।

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକର ରାୟାଁ ରାମଚନ୍ଦ୍ରପୁର ପଞ୍ଚାୟତର ରାୟାଁ ରାମଚନ୍ଦ୍ରପୁର ଗ୍ରାମର ଅଜିତ ପାତ୍ରଙ୍କର ୯ ବର୍ଷର ଝିଅ ଗେହ୍ଲୀ। ଖୁସିରେ ବାପା ମା ଡାକନ୍ତି ଗେହ୍ଲି। ଜନ୍ମରୁ ବିକଳାଙ୍ଗ ଚାଲିବା, ବୁଲିବା, କଥା କହିବା ଏପରିକି ଖାଇବା ସମ୍ଭବ ନୁହେଁ। ଝିଅ ଜନ୍ମ ହେଲା ପରେ ବାପା ମାଆ ଖୁସିରେ ତାର ନାଁ ଗେହ୍ଲି ଦେଇଥିଲେ। ହେଲେ ଜନ୍ମ ହେଲା ପରେ ଗେହ୍ଲି କାନ୍ଦି ନଥିଲା। ଡାକ୍ତରଙ୍କର ପରାମର୍ଶ ପରେ କଟକ ଶିଶୁ ଭବନକୁ ନେଇ ଝିଅର ଚିକିତ୍ସା କରିଥିଲେ ଦୀର୍ଘ ଦିନ ଚିକିତ୍ସା ପରେ ଝିଅ ଗେହ୍ଲୀ ଭଲ ନ ହେବାରୁ ଡାକ୍ତର ପରାମର୍ଶ ଦେଲେ ବଡ଼ ଡାକ୍ତରକୁ ଦେଖାଇବା ପାଇଁ।ହେଲେ ବାପା ଅଜିତ ଜଣେ ଚାଷୀ ହୋଇ ଥିବାରୁ ଅର୍ଥ ଯୋଗାଡ଼ କରିପାରିଲେ ନାହିଁ। ନିରାଶ ହୋଇ ଶେଷରେ ଝିଅକୁ ଘରକୁ ନେଇ ଆସିଥିଲେ। ଏବେ ଝିଅର ବୟସ ୯ ବର୍ଷ। ମାତ୍ର ତାର ସମସ୍ତ କାମ ତାର ମାଆ ଅନ୍ନପୂର୍ଣ୍ଣା ହିଁ କରନ୍ତି। ବାପା ଜଣେ ଚାଷୀ ହୋଇ ଥିବାରୁ ଚାଷ କରି ଯାହା ରୋଜଗାର କରନ୍ତି ସେଥିରେ ଚାରି ପ୍ରାଣୀ ପରିବାର ପୋଷିବା ନିଅଣ୍ଟ ହୁଏ। ଝିଅକୁ ଭଲ ଡାକ୍ତର ଦେଖେଇବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ଝିଅର ଜୀବନ ବଞ୍ଚାଇବାକୁ ସରକାରୀ କିମ୍ବା ବେସରକରୀ ସାହାଯ୍ୟର ଭିକ୍ଷା ମାଗିଛନ୍ତି ବାପା -ମାଆ।

ତେବେ ଗ୍ରାମରେ ଉକ୍ତ ପରିବାରର ଅବସ୍ଥାକୁ ଲକ୍ଷ୍ୟ କରି ଗ୍ରାମବାସୀ ମାନେ ସରକାରୀ କିମ୍ବା ବେସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ତେବେ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜଳେଶ୍ୱର ବ୍ଲକ ଉପାଦକ୍ଷ ବ୍ରଜମୋହନ ପ୍ରଧାନ।

ସାହାଯ୍ଯ କରିବାକୁ ଚାହୁଁଥିଲେ-
ବ୍ୟାଙ୍କ ଠିକଣା—-
ଅଜିତ କୁମାର ପାତ୍ର
ଗ୍ରାମ–ରାୟାଁ ରାମଚନ୍ଦ୍ର ପୁର
ଥାନା -ଜଳେଶ୍ବର
ଜିଲ୍ଲା-ବାଲେଶ୍ଵର (ଓଡିଶା)
ମୋ -୮୯୦୮୨୦୨୭୭୫
Central Bank Of India
A /C -3439837891
I F S C – CBIN0284087

https://www.thesakala.in/latest-odisha-news/balasore/a-9-year-old-girl-is-looking-for-a-way-to-survive-the-war-of-life/article-3475
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର