ମରଣ ସହ ଜୁଝୁଛି ୭ବର୍ଷର ଝିଅ: ଅସ୍ତ୍ରୋପଚାର ପାଇଁ ଦରକାର କୋଟିଏରୁ ଉର୍ଦ୍ଧ୍ବ ଟଙ୍କା, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

The Sakala Picture
Published On

ବାଲେଶ୍ଵର: ବାଲେଶ୍ଵର ସଦର ବ୍ଲକ ଅଧିନସ୍ଥ ପଦ୍ମପୁର ଗାଁର ୭ବର୍ଷର ଝିଅ ଗାୟତ୍ରୀରେଖା ପାତ୍ର ରୋଗ ଶଯ୍ୟାରେ ପଡି ରହିଥିବା ବେଳେ ବାପାକୁ ଘାରିଛି ଝିଅର ଚିକିତ୍ସା ଚିନ୍ତା ।ରୋଗ ଚିହ୍ନଟ ହେବାର ମାତ୍ର ୪ ବର୍ଷ ମଧ୍ୟରେ ଝିଅ ପାଇଁ ବାପା ୧୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ପାଣି ପରି ଖର୍ଚ୍ଚ କରିଥିବା ବେଳେ ଅସ୍ତ୍ରୋପଚାର ତଥା ଆନୁସାଙ୍ଗିକ ଖର୍ଚ୍ଚ ପାଇଁ ଅତିକମରେ ଆହୁରି କୋଟିଏ ଟଙ୍କାର ଆବଶ୍ୟକତା ଥିବାରୁ ବାପାଙ୍କ ଆଖିକୁ ନିଦ […]

ବାଲେଶ୍ଵର: ବାଲେଶ୍ଵର ସଦର ବ୍ଲକ ଅଧିନସ୍ଥ ପଦ୍ମପୁର ଗାଁର ୭ବର୍ଷର ଝିଅ ଗାୟତ୍ରୀରେଖା ପାତ୍ର ରୋଗ ଶଯ୍ୟାରେ ପଡି ରହିଥିବା ବେଳେ ବାପାକୁ ଘାରିଛି ଝିଅର ଚିକିତ୍ସା ଚିନ୍ତା ।ରୋଗ ଚିହ୍ନଟ ହେବାର ମାତ୍ର ୪ ବର୍ଷ ମଧ୍ୟରେ ଝିଅ ପାଇଁ ବାପା ୧୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ପାଣି ପରି ଖର୍ଚ୍ଚ କରିଥିବା ବେଳେ ଅସ୍ତ୍ରୋପଚାର ତଥା ଆନୁସାଙ୍ଗିକ ଖର୍ଚ୍ଚ ପାଇଁ ଅତିକମରେ ଆହୁରି କୋଟିଏ ଟଙ୍କାର ଆବଶ୍ୟକତା ଥିବାରୁ ବାପାଙ୍କ ଆଖିକୁ ନିଦ ନାହିଁ। ଏବେ ଚିକିତ୍ସା ପାଇଁ ବାପା ସମସ୍ତଙ୍କୁ ଆକୁଳ ନିବେଦନ କରୁଛନ୍ତି।

ପଦ୍ମପୁର ଗ୍ରାମର ପ୍ରକାଶ କୁମାର ପାତ୍ରଙ୍କ ସାନ ଝିଅ ଗାୟତ୍ରୀରେଖା। ଗାୟତ୍ରୀ କୁ ଏବେ ବୟସ ୭ବର୍ଷ। ତେବେ ସେ ୩ ବର୍ଷର ହୋଇଥିବା ବେଳେ ଦେଖାଗଲା ହଠାତ ମୁଣ୍ଡର ଆଗ ଓ ପଛ ଅସ୍ବାଭାବିକ ଭାବେ ବୃଦ୍ଧି ପାଉଛି। ଆଖିକୁ ମଧ୍ୟ ଭଲଭାବେ ଦେଖା ଯାଉନାହିଁ । ପାଟିରୁ ଅନବରତ ଲାଳ ଝରୁଛି । ହାତଗୋଡ ମଧ୍ୟ ବଙ୍କା ହୋଇ ଯାଉଥିବା ବେଳେ ଶରୀର ଅତ୍ୟଧିକ ଦୁର୍ବଳ ହୋଇଯାଉଛି। ନିଜ ଅଲିଅଳି ଝିଅର ଏପରି ଅବସ୍ଥା ଦେଖି ବାପା ପ୍ରକାଶ ପ୍ରଥମେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ। ଏହାପରେ କଟକ ଭୁବନେଶ୍ୱର କୁ ମଧ୍ୟ ଝିଅକୁ ଚିକିତ୍ସା ପାଇଁ ନେଇଛନ୍ତି। ତେବେ କିଛି ମାସ ତଳେ ଭୁବନେଶ୍ୱର ଏମ୍ସ ଦିଲ୍ଲୀକୁ ଗାୟତ୍ରୀଙ୍କ ଉଚ୍ଚତର ଚିକିତ୍ସା ପାଇଁ ରେଫର କରିଛି। ଗାୟତ୍ରୀ ହାଇଫର ସେପାଲିଜି ଜେନେଟିକ ଭଳି ଗୁରୁତର ରୋଗରେ ପୀଡିତ ଥିବା କୁହାଯାଇଛି। ଝିଅର ଚିକିତ୍ସା ପାଇଁ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଟଙ୍କା ପ୍ରକାଶ ଖର୍ଚ୍ଚ କରିଥିବା ବେଳେ ଏଥିପାଇଁ ତାଙ୍କୁ ତାଙ୍କର ରୋଜଗାରର ମାଧ୍ୟମ ଥିବା ଏକ ହୋଟେଲକୁ ମଧ୍ୟ ବିକ୍ରି କରିବାକୁ ପଡିଛି। କେବଳ ହୋଟେଲ ନୁହେଁ ଘରର ଜମି ଓ ସମସ୍ତ ଅଳଙ୍କାର ମଧ୍ୟ ସେ ବିକ୍ରି କରିସାରିଛନ୍ତି। ଆଗକୁ ଝିଅର ବିରଳ ଅସ୍ତ୍ରୋପଚାର ହେବା ନେଇ ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ପ୍ରକାଶଙ୍କୁ ସୂଚନା ଦେଇଛନ୍ତି।

ଏହି ବିରଳ ଅସ୍ତ୍ରୋପଚାର ଓ ଆନୁସଙ୍ଗିକ ଚିକିତ୍ସା ଖର୍ଚ୍ଚ ବାବଦରେ ଅତିକମରେ ୧ କୋଟି ଟଙ୍କାର ଆବଶ୍ୟକତା ରହିଛି ବୋଲି ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ଆକଳନ କରିଥିବା ପ୍ରକାଶ ସୂଚନା ଦେଇଛନ୍ତି। ଝିଅର ରୋଗ ଯନ୍ତ୍ରଣା ଦିନକୁ ଦିନ ବଢୁଥିବା ବେଳେ ବର୍ତ୍ତମାନ ପ୍ରକାଶଙ୍କ ହାତରେ ଫଟା ଅଧିଲି ଟିଏ ମଧ୍ୟ ନାହିଁ। ଫଳରେ ତାଙ୍କୁ ଏତେ ଟଙ୍କା କିଏ ଦେବ ଓ କେଉଁଠୁ ଯୋଗାଡ ହେବ ସେହି ଚିନ୍ତାରେ ପ୍ରକାଶ ଙ୍କ ଆଖିକୁ ନିଦ ନାହିଁ। ସହାୟତା ପାଇବା ପାଇଁ ପ୍ରକାଶ ଗତ କିଛି ଦିନ ଧରି ସେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦ୍ବାରସ୍ଥ ହେଉଛନ୍ତି। କେହି ସହୃଦୟ ବ୍ୟକ୍ତି ପ୍ରକାଶଙ୍କୁ ସହାୟତାର ହାତ ବଢାଇବାକୁ ଚାହୁଁଥିଲେ ତାଙ୍କର ୬୩୭୦୪୯୪୪୮୪ ନମ୍ବରର ଯୋଗାଯୋଗ ପାଇଁ ଅନୁରୋଧ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର