ଟଙ୍କା ପାଇଁ ବଡ ଭାଇକୁ ହତ୍ୟା କଲା ସାନ ଭାଇ

The Sakala Picture
Published On

ଟିଟିଲାଗଡ: ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ହାଟପଦା ପଡ଼ାର ଦିଜିଲି ବେହେରାଙ୍କ ପୁଅ ସଞ୍ଜୟ ବେହେରା ବୟସ (୩୩ ) ଦୀର୍ଘ ୨୦ ଦିନରୁ ଉର୍ଦ୍ଧ୍ବ ଦିନ ଧରି ନିଖୋଜ ଥିଲେ। ଏ ନେଇ ପରିବାର ଲୋକେ ଟିଟିଲାଗଡ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ।  ପୁଲିସ ଏ ନେଇ କେସ ନଂ୭୭/୨୦୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଆଜି ଟିଟିଲାଗଡ଼ ଥାନାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ଝାରଦେବନ୍ଧ […]

ଟିଟିଲାଗଡ: ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ହାଟପଦା ପଡ଼ାର ଦିଜିଲି ବେହେରାଙ୍କ ପୁଅ ସଞ୍ଜୟ ବେହେରା ବୟସ (୩୩ ) ଦୀର୍ଘ ୨୦ ଦିନରୁ ଉର୍ଦ୍ଧ୍ବ ଦିନ ଧରି ନିଖୋଜ ଥିଲେ। ଏ ନେଇ ପରିବାର ଲୋକେ ଟିଟିଲାଗଡ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ।  ପୁଲିସ ଏ ନେଇ କେସ ନଂ୭୭/୨୦୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଆଜି ଟିଟିଲାଗଡ଼ ଥାନାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ଝାରଦେବନ୍ଧ ଶିବ ମନ୍ଦିର ନିକଟ ରେ ଥିବା ଜଙ୍ଗଲରେ ଉକ୍ତ ନିଖୋଜ ସଞ୍ଜୟଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

ସୂଚନା ଅନୁଯାୟୀ , ସଞ୍ଜୟଙ୍କ ପିତା ଦିଜିଲି ବେହେରା ବିଦ୍ୟୁତ ବିଭାଗ କର୍ମଚାରୀ ଥିଲେ କିଛି ଦିନ ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଙ୍କୁ ବିଜୁଳି ବିଭାଗ ତରଫରୁ ମିଳିଥିବା ଟଙ୍କାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହିବା ସହ ଭାଇ -ଭାଇଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ଏଇ ଟଙ୍କା ଭାଗ ବଣ୍ଟାକୁ ନେଇ ସଞ୍ଜୟକୁ ସାନ ଭାଇ ପ୍ରମୋଦ ବେହେରା (୨୭) ନିଜେ ହତ୍ୟା କରିଦେଇଥିବା ସୂଚନା ମିଳିଛି। ଟିଟିଲାଗଡ ପୁଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳକୁ ଯାଇ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ମାଟି ଖୋଳି ଶବ ଉଦ୍ଧାର କରିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ବେଶ ହଟଚମଟ ସୃଷ୍ଟି ହୋଇଥିବା ବେଳେ ପୁଲିସ ତରଫରୁ ଅନୁସନ୍ଧାନ ଜାରି ରହିଛି। ତେବେ ସହର ଠାରୁ ଏତେ ଦୂରରେ ଶବ ପୋତା ଯାଇଥିବାକୁ ନେଇ ହତ୍ୟାକାରୀ ନିଜେ ଏକା ଏକା ଏତେ ସବୁ କାମ କରିବା ସମ୍ଭପର ନୁହେଁ ଏବଂ ହତ୍ୟାକାରି ସହ ନିଶ୍ଚୟ ଅନ୍ୟ ସହୋଜୋଗି ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ପଞ୍ଚାୟତର ତୋଗଲକି ଫରମାନ: ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଏକଘରକିଆ ନିର୍ଦ୍ଦେଶ

ପ୍ରକାଶ ଥାଉ ଯେ, ମୃତ ସଞ୍ଜୟ ଯେଉଁ ଦିନ ନିଖୋଜ ହୋଇଥିଲେ ସେହିଦିନ ସେ ମୁନିଗୁଡ଼ାରେ ଥିବା ତାଙ୍କ ସ୍ତ୍ରୀଙ୍କ ସହ ସାନ ଭାଇ ଟଙ୍କା ପାଇଁ ତାଙ୍କୁ ମାରିଦେବାକୁ ଧମକ ଦେଉଥିବା କଥା ଜଣାଇଥିଲେ। ମୃତ ସଞ୍ଜୟର ଗୋଟିଏ ଛୋଟ ଝିଅ ଥିବାବେଳେ ଟଙ୍କା ପାଇଁ ନିଜ ସାନ ଭାଇ ଅମାନୁଷିକ ଭାବରେ ହତ୍ୟା କରି ଶବକୁ ଜଙ୍ଗଲକୁ ନେଇ ପୋତିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ଗଳିତ ଶବକୁ ପୁଲିସ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇଛି। ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

27 Oct 2021 By The Sakala

ଟଙ୍କା ପାଇଁ ବଡ ଭାଇକୁ ହତ୍ୟା କଲା ସାନ ଭାଇ

ଟିଟିଲାଗଡ: ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ହାଟପଦା ପଡ଼ାର ଦିଜିଲି ବେହେରାଙ୍କ ପୁଅ ସଞ୍ଜୟ ବେହେରା ବୟସ (୩୩ ) ଦୀର୍ଘ ୨୦ ଦିନରୁ ଉର୍ଦ୍ଧ୍ବ ଦିନ ଧରି ନିଖୋଜ ଥିଲେ। ଏ ନେଇ ପରିବାର ଲୋକେ ଟିଟିଲାଗଡ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ।  ପୁଲିସ ଏ ନେଇ କେସ ନଂ୭୭/୨୦୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଆଜି ଟିଟିଲାଗଡ଼ ଥାନାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ଝାରଦେବନ୍ଧ ଶିବ ମନ୍ଦିର ନିକଟ ରେ ଥିବା ଜଙ୍ଗଲରେ ଉକ୍ତ ନିଖୋଜ ସଞ୍ଜୟଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ , ସଞ୍ଜୟଙ୍କ ପିତା ଦିଜିଲି ବେହେରା ବିଦ୍ୟୁତ ବିଭାଗ କର୍ମଚାରୀ ଥିଲେ କିଛି ଦିନ ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଙ୍କୁ ବିଜୁଳି ବିଭାଗ ତରଫରୁ ମିଳିଥିବା ଟଙ୍କାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହିବା ସହ ଭାଇ -ଭାଇଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ଏଇ ଟଙ୍କା ଭାଗ ବଣ୍ଟାକୁ ନେଇ ସଞ୍ଜୟକୁ ସାନ ଭାଇ ପ୍ରମୋଦ ବେହେରା (୨୭) ନିଜେ ହତ୍ୟା କରିଦେଇଥିବା ସୂଚନା ମିଳିଛି। ଟିଟିଲାଗଡ ପୁଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳକୁ ଯାଇ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ମାଟି ଖୋଳି ଶବ ଉଦ୍ଧାର କରିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ବେଶ ହଟଚମଟ ସୃଷ୍ଟି ହୋଇଥିବା ବେଳେ ପୁଲିସ ତରଫରୁ ଅନୁସନ୍ଧାନ ଜାରି ରହିଛି। ତେବେ ସହର ଠାରୁ ଏତେ ଦୂରରେ ଶବ ପୋତା ଯାଇଥିବାକୁ ନେଇ ହତ୍ୟାକାରୀ ନିଜେ ଏକା ଏକା ଏତେ ସବୁ କାମ କରିବା ସମ୍ଭପର ନୁହେଁ ଏବଂ ହତ୍ୟାକାରି ସହ ନିଶ୍ଚୟ ଅନ୍ୟ ସହୋଜୋଗି ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।

ପ୍ରକାଶ ଥାଉ ଯେ, ମୃତ ସଞ୍ଜୟ ଯେଉଁ ଦିନ ନିଖୋଜ ହୋଇଥିଲେ ସେହିଦିନ ସେ ମୁନିଗୁଡ଼ାରେ ଥିବା ତାଙ୍କ ସ୍ତ୍ରୀଙ୍କ ସହ ସାନ ଭାଇ ଟଙ୍କା ପାଇଁ ତାଙ୍କୁ ମାରିଦେବାକୁ ଧମକ ଦେଉଥିବା କଥା ଜଣାଇଥିଲେ। ମୃତ ସଞ୍ଜୟର ଗୋଟିଏ ଛୋଟ ଝିଅ ଥିବାବେଳେ ଟଙ୍କା ପାଇଁ ନିଜ ସାନ ଭାଇ ଅମାନୁଷିକ ଭାବରେ ହତ୍ୟା କରି ଶବକୁ ଜଙ୍ଗଲକୁ ନେଇ ପୋତିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ଗଳିତ ଶବକୁ ପୁଲିସ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇଛି। ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର