ମନୋରଞ୍ଜନ
ଓଡ଼ିଶା
ଓଡିଶା ଲୋକସେବା ଆୟୋଗ ଆୟୁର୍ବେଦ ଡାକ୍ତରୀ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କଲେ ଟିଟିଲାଗଡ଼ର ଡା.ଗୁପ୍ତେଶ୍ଵର ମିଶ୍ର
ଟିଟିଲାଗଡ: ଟିଟିଲାଗଡ଼ ଉପଖଣ୍ଡ ସର୍ଗିଗୁଡା ଅଞ୍ଚଳର ଡାକ୍ତର ଗୁପ୍ତେଶ୍ଵର ମିଶ୍ର ଓଡିଶା ଲୋକସେବା ଆୟୋଗ ଆୟୁର୍ବେଦ ଡାକ୍ତରୀ ପରୀକ୍ଷାରେ ପ୍ରଥମ ସ୍ଥାନ ରଖିଛନ୍ତି। ପୂର୍ବରୁ ଡାକ୍ତରୀ ଅଧିକାରୀ ଭାବରେ କେନ୍ଦ୍ରୀୟ ଲୋକ ସେବା ଆୟୋଗ ଦ୍ୱାରା ଆୟୋଜିତ ସର୍ବଭାରତୀୟ ସ୍ତରରେ ୧୨ତମ ସ୍ଥାନ ରଖି କୃତକାର୍ଯ୍ୟ ହୋଇଥିବା ବେଳେ ପୁଣିଥରେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ କରି ଟିଟିଲାଗଡ ମାଟି ପାଇଁ ସୁନାମ ଆଣିଛନ୍ତି । ତାଙ୍କ ପିତା ଶିକ୍ଷକ ପତିତବାନ ମିଶ୍ର ଏବଂ ମା ଶିକ୍ଷୟତ୍ରୀ […]
ଟିଟିଲାଗଡ: ଟିଟିଲାଗଡ଼ ଉପଖଣ୍ଡ ସର୍ଗିଗୁଡା ଅଞ୍ଚଳର ଡାକ୍ତର ଗୁପ୍ତେଶ୍ଵର ମିଶ୍ର ଓଡିଶା ଲୋକସେବା ଆୟୋଗ ଆୟୁର୍ବେଦ ଡାକ୍ତରୀ ପରୀକ୍ଷାରେ ପ୍ରଥମ ସ୍ଥାନ ରଖିଛନ୍ତି। ପୂର୍ବରୁ ଡାକ୍ତରୀ ଅଧିକାରୀ ଭାବରେ କେନ୍ଦ୍ରୀୟ ଲୋକ ସେବା ଆୟୋଗ ଦ୍ୱାରା ଆୟୋଜିତ ସର୍ବଭାରତୀୟ ସ୍ତରରେ ୧୨ତମ ସ୍ଥାନ ରଖି କୃତକାର୍ଯ୍ୟ ହୋଇଥିବା ବେଳେ ପୁଣିଥରେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ କରି ଟିଟିଲାଗଡ ମାଟି ପାଇଁ ସୁନାମ ଆଣିଛନ୍ତି । ତାଙ୍କ ପିତା ଶିକ୍ଷକ ପତିତବାନ ମିଶ୍ର ଏବଂ ମା ଶିକ୍ଷୟତ୍ରୀ ଶ୍ରୀମତୀ ସଫଳ ମିଶ୍ର ଅଟନ୍ତି। ଛୋଟ ପୁଅ ରାମ କୃଷ୍ଣ ମିଶ୍ର ଭୀମସାର ବୁର୍ଲାରୁ ଏମବିବିଏସ ପଢି ସାରିଥିବା ବେଳେ ବଡ ପୁଅ ଗୁପ୍ତେଶ୍ଵର ମିଶ୍ର ଦିଲ୍ଲୀରେ ସର୍ବ ଭାରତୀୟ ଆୟୁର୍ବେଦ ସଂସ୍ଥାରେ ସ୍ନାତକୋତ୍ତର କରୁଛନ୍ତି। ଡାକ୍ତର ମିଶ୍ର ଷଷ୍ଠରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ବେଲପଡ଼ା ଜବହାର ନବୋଦୟ ବିଦ୍ୟାଳୟରେ ପଢ଼ି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରୁ ସ୍ନାତକ ସାରିଛନ୍ତି। ଏହି ସଫଳତା ତାଙ୍କର ଅସାଧାରଣ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରି ଅଞ୍ଚଳର ସୁନାମ ଅର୍ଜନ କରିପାରିଛି ତଥା ଅଞ୍ଚଳର ଆଗାମୀ ଯୁବପିଢ଼ି ଓ ପରୀକ୍ଷାର୍ଥୀଙ୍କ ପ୍ରେରଣାର ଉତ୍ସ ହୋଇପାରିଛନ୍ତି । ଏହି ଅବସରରେ ଜବହାର ନବୋଦୟ ପୁରାତନଛାତ୍ର ସଂଘ ବେଳପଡା ଓ ନବୋଦୟ ପରିବାର ଟିଟିଲାଗଡ଼ର ଆବାହକ, ଯୁବ ସମାଜସେବୀ ତଥା ପୂର୍ବତନ ଡାକ ସଙ୍ଘ ସଭାପତି ରମେଶ ଚନ୍ଦ୍ର ସାହୁ ଡାକ୍ତର ମିଶ୍ରଙ୍କୁ ହୃଦୟର ସହିତ ଶୁଭେଚ୍ଛା ଜଣାଇଛନ୍ତ । ଏହି ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।






