ପୁଅକୁ ଖୋଜି ଖୋଜି ଛତିଶଗଡ଼ରୁ ଆସି ଟିଟିଲାଗଡ଼ରେ ପହଞ୍ଚିଲା ମା’

The Sakala Picture
Published On

ଟିଟିଲାଗଡ: ବୁଝୁନି ମାଆର ମନ। ୪ ବର୍ଷ ତଳୁ ନିଖୋଜ ହୋଇଯାଇଛି ପୁଅ । ହେଲେ ଲୋକଙ୍କଠୁ ଖବର ପାଇବା ମାତ୍ରେ ଡେରି ନ କରି ମଆ ପୁଅକୁ ଖୋଜିବାକୁ ବାହାରି ଯାଉଛି ଏ ଜିଲ୍ଲାରୁ ସେ ଜିଲ୍ଲା, ଏ  ରାଜ୍ଯରୁ ସେ ରାଜ୍ଯକୁ । ଆଜି ଏମିତି ଏକ ଘଟଣା ଦେଖିବାକୁ ମିିଳିଛି ଟିଟିଲାଗଡ଼ରେ। ନିଖୋଜ ପୁଅର ସନ୍ଧାନ ଖବର ପାଇ ଛତିଶଗଡ଼ରୁ ଆସି ଟିଟିଲାଗଡରେ ପହଞ୍ଚିଛି ବୃଦ୍ଧା ମାଆ। ସାଙ୍ଗରେ ଅଛି ଝିଅ । […]

ଟିଟିଲାଗଡ: ବୁଝୁନି ମାଆର ମନ। ୪ ବର୍ଷ ତଳୁ ନିଖୋଜ ହୋଇଯାଇଛି ପୁଅ । ହେଲେ ଲୋକଙ୍କଠୁ ଖବର ପାଇବା ମାତ୍ରେ ଡେରି ନ କରି ମଆ ପୁଅକୁ ଖୋଜିବାକୁ ବାହାରି ଯାଉଛି ଏ ଜିଲ୍ଲାରୁ ସେ ଜିଲ୍ଲା, ଏ  ରାଜ୍ଯରୁ ସେ ରାଜ୍ଯକୁ । ଆଜି ଏମିତି ଏକ ଘଟଣା ଦେଖିବାକୁ ମିିଳିଛି ଟିଟିଲାଗଡ଼ରେ। ନିଖୋଜ ପୁଅର ସନ୍ଧାନ ଖବର ପାଇ ଛତିଶଗଡ଼ରୁ ଆସି ଟିଟିଲାଗଡରେ ପହଞ୍ଚିଛି ବୃଦ୍ଧା ମାଆ। ସାଙ୍ଗରେ ଅଛି ଝିଅ ।

ଆହୁରି ପଢ଼ନ୍ତୁ: Rajya Sabha Election: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ନବୀନ: ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ମିଳିଲା ଟିକେଟ୍‌

ସୂଚନା ଅନୁଯାୟୀ,  ବିଗତ ୪ ବର୍ଷରୁ ନିଖୋଜ ଥିବା ଛତିଶଗଡ ମହାସମୁନ୍ଦ୍ ନିବାସୀ ରୋନକ ସିଂ ରାଜପୁତଙ୍କ ପରିବାର ସଦସ୍ୟ ଦୀର୍ଘଦିନ ଧରି ବହୁ ସହର ମଧ୍ୟରେ ଖୋଜାଖୋଜି କରିବା ପରେ ଜଣେ ବ୍ୟକ୍ତିଙ୍କ ଠାରୁ ଫୋନ ଯୋଗେ ଖବର ପାଇବା ପରେ ମାହସମୁନ୍ଦରୁ ଟିଟିଲାଗଡ଼କୁ ଆସିଥିବା ବେଳେ ଶେଷରେତାଙ୍କୁ ନିରାଶ ହେବାକୁ ପଡ଼ିଛି। ମାହସମୁନ୍ଦ ଛତିଶଗଡ଼ ଠାରୁ ବିଗତ ୧୫ ଏପ୍ରିଲ ୨୦୧୭ ରୁ ରାଜେଶ୍ୱରୀ ରାଜପୁତ (ମାଆ) ଙ୍କ ଏକ ମାତ୍ର ପୁଅ ରୋନକ୍ ନିଖୋଜ ରହିଥିବା ବେଳେ ବିଗତ ୪ ବର୍ଷ ଧରି ମାଆ ରାଜେଶ୍ୱରୀ ତାଙ୍କ ଝିଅ ମେଘା ସହ ତାଙ୍କ ପୁଅକୁ ଏ ରାଜ୍ୟରୁ ସେ ରାଜ୍ୟ, ଏ ଗାଁରୁ ସେ ଗାଁ ଖୋଜି ଚାଲିଛନ୍ତି। ହେଲେ କୌଣସି ସୁରାଗ ମିଳୁ ନ ଥିବା ବେଳେ ଗତ ୨୦ ତାରିଖ ଦିନ ଫୋନେ ମାଧ୍ୟମରେ ତାଙ୍କୁ ଜଣେ ଖବର ଦେଲେ ଯେ ତାଙ୍କ ପୁଅ ଟିଟିଲାଗଡ଼ ରେଳବାଇ ଷ୍ଟେସନ ନିକଟରେ ଦେଖା ଯାଇଛି। ତା’ ପରେ ଖୁସି ସମ୍ଭାଳି ନ ପାରି ପରିବାର ଲୋକେ ଟିଟିଲାଗଡ ସହରକୁ ଧାଇଁ ଆସିଥିଲେ। ସହରର ବିଭିନ ଦୋକାନରୁ ଦୋକାନ ବୁଲି, ଲୋକଙ୍କ ସାଥିରେ କଥା ହେଇ ନିଜ ପୁଅଙ୍କ ବିଷୟରେ କହି ମାଆ ଓ ଝିଅ କଥା ହେଉ ହେଉ କାନ୍ଦି ପକାଉ ଥିବା ବେଳେ ପୁଅଙ୍କ ପୋଷ୍ଟର ଓ ଫୋଟୋ ଦେଖାଇବା ସହ ଅନେକ ପ୍ରମୁଖ ଛକ ଗୁଡିକରେ ପୋଷ୍ଟର ଲଗାଇଥିଲେ। ଶେଷରେ ଟିଟିଲାଗଡ଼ ପୁଲିସ ଥାନାକୁ ଯାଇ ମଧ୍ୟ ଉଭୟ ମାଆ ଓ ଝିଅ ଥାନା ଅଧିକାରୀ ରଞ୍ଜନ ବରୀହାଙ୍କୁ ଦେଖା କରିବା ସହ ପୁଲିସର ଆଶ୍ୱାସନା ପରେ ନିଖୋଜ ଯୁବକର ଅନୁସନ୍ଧାନରେ ନିରାଶ ହୋଇ ସମ୍ବଲପୁରକୁ ଯାଇଥିବା ନେଇ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ଭକ୍ତିମୟ ପରିବେଶ: ଜୟ ଜଗନ୍ନାଥ ଓ ଗୋବିନ୍ଦା ଧ୍ୱନିରେ କମ୍ପୁଛି ଡିଜିଟାଲ ପ୍ଲାଟଫର୍ମ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp