ଆତଙ୍କ ଖେଳାଉଛନ୍ତି ଛୁଆ ଚୋର: ଛୁଆ ଚୋର ସନ୍ଦେହରେ ନୀରିହ ଖାଉଛନ୍ତି ମାଡ଼

The Sakala Picture
Published On

ମୁରିବାହାଲ: ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳର ଛୁଆ ଚୋରକୁ ନେଇ ଗୁଜବ ଲାଗିରହିଛି । ଗତ କିଛି ଦିନ ହେବ ସାରା ପଶ୍ଚିମ ଓଡ଼ିଶାରେ ଛୁଆ ଚୋରକୁ ନେଇ ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଛୁଆ ଚୋରି ହେଉଥିବା ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏହାକୁ ନେଇ ସହର ତଥା ଗ୍ରାମାଞ୍ଚଳରେ ନୂଆ ଚେହେରାର ଲୋକଙ୍କୁ ଦେଖିବା ମାତ୍ରେ ତାଙ୍କର ପରିଚୟ ବୁଝିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ମାଡ ମାରି ଲହୁଲୁହାଣ କରି ନିକଟସ୍ଥ ଥାନାକୁ ଆଣି […]

ମୁରିବାହାଲ: ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳର ଛୁଆ ଚୋରକୁ ନେଇ ଗୁଜବ ଲାଗିରହିଛି । ଗତ କିଛି ଦିନ ହେବ ସାରା ପଶ୍ଚିମ ଓଡ଼ିଶାରେ ଛୁଆ ଚୋରକୁ ନେଇ ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଛୁଆ ଚୋରି ହେଉଥିବା ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏହାକୁ ନେଇ ସହର ତଥା ଗ୍ରାମାଞ୍ଚଳରେ ନୂଆ ଚେହେରାର ଲୋକଙ୍କୁ ଦେଖିବା ମାତ୍ରେ ତାଙ୍କର ପରିଚୟ ବୁଝିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ମାଡ ମାରି ଲହୁଲୁହାଣ କରି ନିକଟସ୍ଥ ଥାନାକୁ ଆଣି ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଖୋଜିବା ପରେ ପିଲା ଚୋର ହୋଇ ନ ଥିବା ଜଣାପଡିଥାଏ। ଏହି ପିଲା ଚୋର ଗୁଜବ ଏତେ ମାତ୍ରାରେ ପ୍ରଚାର ବଢିଯାଇଛି ଯେ, ନିରୀହ ଗରିବ ଭିକାରୀ ମଧ୍ଯ ଏହି ରୋଷର ଶିକାର ହେବାରୁ ନିସ୍ତାର ପାଉ ନ ଥିବା ଜଣାପଡ଼ିଛି। ସେହି ଭଳି ମୁରିବାହାଲ ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେବ ଛୁଆ ଚୋର ସନ୍ଦେହରେ ନୀରିହ ବ୍ୟକ୍ତିମାନେ ଲୋକଙ୍କ ରୋଷର ଶିକାର ହୋଇ ମାଡ ଖାଇ ଲହୁଲୁହାଣ ହୋଇଥିବା ମଧ୍ଯ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବଲାଙ୍ଗୀର ଜିଲ୍ଲା ଭୋଇପାଲି ଗ୍ରାମରେ ବିଶ୍ୱକର୍ମା ପୂଜା ଆୟୋଜିତ

ମୁରିବାହାଲ ବ୍ଲକ ଅଞ୍ଚଳର ଲୋକେ ଡ୍ରୋନ କେମେରା ଦେଖିବାକୁ ପାଇଥିଲେ। ମୋବାଇଲରେ ଫଟୋ ଉତ୍ତୋଳନ କରିଥିଲେ। କିଛି ଲୋକ ବୋଲେରୋ ଗାଡ଼ିରେ ଆସିଥିଲେ ଏବଂ କେଉଁ ଆଡ଼େ ଚାଲିଯାଇଥିଲେ ଖୋଜାଖୋଜି କଲେ ମଧ୍ୟ କୌଣସି ଖୋଜ ଖବର ପାଇ ନ ଥିବା କହିଥିଲେ। ଅଞ୍ଚର ଯୁବକ ମାନେ ରାତିସାରା ଠେଙ୍ଗା ବାଡ଼ି ଧରି ଜଗି ରହିଥିଲେ। ଏହି ସମ୍ପର୍କ ରେ ମୁରିବାହାଲ ଥାନାକୁ ଫୋନ ଯୋଗେ ଜଣାଇଥିବା ଯୁବକମାନେ କହିଥିଲେ। ପୁଲିସ ତଦନ୍ତ କଲାପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଶୁଣିବାକୁ ମିଲୁଛି।ଏବେ ମୁରିବାହାଲ ତଥା ଆଖପାଖ ଅଞ୍ଚଳରେ ବାହାର ରାଜ୍ୟରୁ ଆସି କେତେକ ମହିଳା କୋଳରେ କୁନିକୁନି ଛୁଆଙ୍କୁ ଧରି ଭିକ୍ଷା ବୃତ୍ତି କରୁଥିବା ଦୃଷ୍ଟିକୁ ଆସିଛି। ଆଜି ମୁରିବାହାଲ ପୁଲିସ ପକ୍ଷରୁ ଗୋଟିଏ ଜରୁରୀ ସୂଚନା ଦେଇ ସମସ୍ତ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ମୁରିବାହାଲ ଥାନା ଅଞ୍ଚଳର ସମସ୍ତ ଜନସାଧାରଣ ଅବଗତି ନିମନ୍ତେ ନିଜ ଅଞ୍ଚଳର କୌଣସି ଅଚିହ୍ନା ବ୍ୟକ୍ତି କୁ ଦେଖିଲେ ମିଥ୍ୟା ପ୍ରଚାରିତ ଗୁଜବକୁ ସାମିଲ ନ କରି ସେହି ଅପରିଚିତ ବ୍ୟକ୍ତିକୁ ମାରପିଟ ନ କରି ଆଇନ କୁ ହାତକୁ ନ ନେଇ ଯଦି କୌଣସି ସନ୍ଦେହ ବ୍ୟକ୍ତି ନିଜ ଅଞ୍ଚଳରେ ଦେଖାଯାନ୍ତି ତାହେଲେ ନିକଟସ୍ଥ ଥାନାକୁ ଯାଇ ଜଣାନ୍ତୁ। ଦିଆଯାଇଥିବା ମୋବାଇଲ ନମ୍ୱର -8328857066 ମୁରିବାହାଲ ଥାନାକୁ ଜଣାଇବାକୁ ଭାରପ୍ରାପ୍ତ ଥାନାଧିକାରୀ ଜନାର୍ଦନ ଓରାମ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର