ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ: ୪୪ ଲକ୍ଷ ଟଙ୍କାରେ ନିଲାମ ହେଲା ସରପଞ୍ଚ ପଦବୀ

The Sakala Picture
Published On

ବଲାଙ୍ଗିର: ଗାଁ ମନ୍ଦିର ପ୍ରାଙ୍ଗଣରେ ଚାଲିଥିଲା ବୈଠକ। ବୈଠକରେ ଉପସ୍ଥୀତ ଥିଲେ ସରପଞ୍ଚ ପଦବୀ ପାଇଁ ଆଶାୟୀ ଥିବା ନେତା। ନେତାଙ୍କୁ ଘେରି ବସିଥିଲେ ବହୁ ସଂଖ୍ୟାରେ ଗ୍ରାମବାସୀ। ନିର୍ବାଚନ ପୂର୍ବରୁ ଏହିଭଳି ଗ୍ରାମସଭାରେ ଗାଁ ଉନ୍ନତି ପାଇଁ ଆଲୋଚନା ଚାଲିଥିବା ଭଳି ମନେ ହେଉଥିବା ଏହି ବୈଠକରେ କିନ୍ତୁ ଚାଲିଥିଲା ଭୋଟ ନିଲାମ। ଆଶାୟୀ ପ୍ରାର୍ଥୀ ମାନେ ଖୋଲାଖୋଲି ଭାବେ ନିଜ ଦର ଲଗାଉଥିବା ବେଳେ ଶେଷରେ ସରପଞ୍ଚ ପଦବୀ ପାଇଁ ଚୁଡାନ୍ତ ହୋଇଥିଲା ୪୪ […]

ବଲାଙ୍ଗିର: ଗାଁ ମନ୍ଦିର ପ୍ରାଙ୍ଗଣରେ ଚାଲିଥିଲା ବୈଠକ। ବୈଠକରେ ଉପସ୍ଥୀତ ଥିଲେ ସରପଞ୍ଚ ପଦବୀ ପାଇଁ ଆଶାୟୀ ଥିବା ନେତା। ନେତାଙ୍କୁ ଘେରି ବସିଥିଲେ ବହୁ ସଂଖ୍ୟାରେ ଗ୍ରାମବାସୀ। ନିର୍ବାଚନ ପୂର୍ବରୁ ଏହିଭଳି ଗ୍ରାମସଭାରେ ଗାଁ ଉନ୍ନତି ପାଇଁ ଆଲୋଚନା ଚାଲିଥିବା ଭଳି ମନେ ହେଉଥିବା ଏହି ବୈଠକରେ କିନ୍ତୁ ଚାଲିଥିଲା ଭୋଟ ନିଲାମ। ଆଶାୟୀ ପ୍ରାର୍ଥୀ ମାନେ ଖୋଲାଖୋଲି ଭାବେ ନିଜ ଦର ଲଗାଉଥିବା ବେଳେ ଶେଷରେ ସରପଞ୍ଚ ପଦବୀ ପାଇଁ ଚୁଡାନ୍ତ ହୋଇଥିଲା ୪୪ ଲକ୍ଷ ଟଙ୍କା। କୈାଣସି ରାଜନୈତିକ ସିନେମା ଭଳି ଲାଗୁଥିବା ଏହିଭଳି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ଗ୍ରାମରେ। ଏହା ଜିଲ୍ଲାରେ ପ୍ରଥମ ଘଟଣା ନୁହଁ ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏହିଭଳି ଭୋଟ ନିଲାମ କଥା ଉଠିଥିଲା। ଆଗଲପୁର ବ୍ଲକ ବଡଟୀକା ପଞ୍ଚାୟତ କରକଚିଆ ଗ୍ରାମରେ ଏହିଭଳି ଭୋଟ ନିଲାମ ହୋଇଥିଲା।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ସରପଞ୍ଚ ଆସନ ହାତେଇବା ପାଇଁ ଗାଁ ଗାଁରେ ଏବେ ନେତା ମାନେ ଆସ୍ଥାନ ଜମାଇ ରଖିଛନ୍ତି। ଏହି ସବୁଭିତରେ ଅବାଧ ଓ ମୁକ୍ତ ନିର୍ବାଚନ ପରିଚାଳନା କରିବା ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଥିବା ବେଳେ ନିର୍ବାଚନ ଆରମ୍ଭରୁ ଗାଁ ପ୍ରାଙ୍ଗଣରେ ଭୋଟ ନିଲାମ ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ପଞ୍ଚାୟତରେ ବିଲେଇସର୍ଡା, କସୃପାଲି ଓ ବନ୍ଦନାକଟା ଗାଁ ରହିଛି। ରବିବାର ସଂଧ୍ୟାରେ ବିଲେଇସର୍ଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ନିର୍ବାଚନ କୁ ନେଇ ବୈଠକ ଅନୁଷ୍ଠିତ ହେବ ବୋଲି ଡାକବାଜି ଯନ୍ତ୍ରରେ ଡକାଯାଇଥିଲା। ଏହି ବୈଠକରେ ସରପଞ୍ଚ ପଦବୀ ଆଶାୟୀ ଥିବା ପ୍ରାର୍ଥୀ ମାନେ ମଧ୍ୟ ଉପସ୍ଥୀତ ରହିଥିଲେ।ଏହି ବୈଠକରେ ଉପସ୍ଥୀତ ଥିବା ପ୍ରାର୍ଥୀ ମାନେ ସରପଞ୍ଚ ପଦବୀ ବଦଳରେ କେତେ ଟଙ୍କା ଦେବେ ସେନେଇ ହାକ ଲଗାଇଥିଲେ। ଶେଷରେ ସୁଶାନ୍ତ ଛତ୍ରିଆ ନାମକ ଜଣେ ପ୍ରାର୍ଥୀ ଏଥିପାଇଁ ଗାଁ ମନ୍ଦିର ପରିଚାଳନା କମିଟିକୁ ୪୪ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିବା ଜଣାପଡ଼ିଛି। ଦୁର୍ଭାଗ୍ୟର ବିଷୟ ହେଉଛି ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ସରପଞ୍ଚ ପଦବୀ ନିଲାମରେ ନେବା ପାଇଁ ନେତା ମାନଙ୍କ ଭିତରେ ପ୍ରତିଯୋଗିତା ମଧ୍ୟ ଦେଖିବାକୁ ମିଲିଥିଲା। ଅନ୍ୟଜଣେ ପ୍ରାର୍ଥୀ ୩୯ ଲକ୍ଷ ପର୍ଯ୍ୟନ୍ତ ହାକ ଲଗାଇଥିବା ଆଲୋଚନା ହେଉଛି। ବୈଠକ ନିଷ୍ପତ୍ତି ଅନୁସାରେ ଯେଉଁ ବ୍ୟକ୍ତି ଅଧିକ ଟଙ୍କା ନିଲାମରେ ଡାକିଥିବ ସେହି ବ୍ୟକ୍ତି ସାମ୍ନାରେ ଅନ୍ୟ ପ୍ରାର୍ଥୀ ଆଉ ନାମାଙ୍କନ ଭରିବେ ନାହିଁ। ସମ୍ପୃକ୍ତ ପ୍ରାର୍ଥୀ ଜଣକ ର୍ନିଦ୍ୱନ୍ଦରେ ନିର୍ବାଚିତ ହେବେ।ଏହି ଘଟଣାରେ ନିଜ ପ୍ରତିକ୍ରୀୟା ରଖିଛନ୍ତି ସମ୍ପୃକ୍ତ ପ୍ରାର୍ଥୀ ସୁଶାନ୍ତ ଛାତ୍ରିଆ। ତାଙ୍କ କହିବା ଅନୁସାରେ ୪୪ ଲକ୍ଷ ଟଙ୍କାରେ ସରପଞ୍ଚ ପଦବୀ ନିଲାମ ହେବା ଚର୍ଚ୍ଚା ଭୁଲ। ବୈଠକ ବସିଥିଲା। ଗାଁ କମିଟି ୪୪ ହଜାର ଟଙ୍କା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ପରେ ତାଙ୍କ ବିଶ୍ୱାସ ଓ ନିଷ୍ପତ୍ତି ଅନୁସାରେ ମୁଁ ନାମାଙ୍କନ ଦାଖଲ କରିବି ବୋଲି ସେ କହିଛନ୍ତି।ଏହି ଘଟଣା କିନ୍ତୁ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ କାର୍ଯ୍ୟାନୁଷ୍ଠାନ ଭୟରେ ସତ ମାନିବାକୁ ନାରାଜ ରହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଅନ୍ୟପକ୍ଷରେ ଏହି ଘଟଣା ଜଣାପଡ଼ିବା ପରେ ପ୍ରଶାସନିକ ତତ୍ପରତା ମଧ୍ୟ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏବିଷୟରେ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି। ଯାଞ୍ଚ ପରେ ଘଟଣାର ସତ୍ୟତା କେତେ ରହିଛି ତାହା ଯାଞ୍ଚ ହେବ। ଯଦି ସତ୍ୟତା ପ୍ରମାଣିତ ହେବ ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରଣା ନିଜ ପ୍ରତିକ୍ରୀୟାରେ କହିଛନ୍ତି। ସେପଟେ ଏନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲାରେ ଏହା ପ୍ରଥମ ଘଟଣା ନୁହଁ।ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ଆଗଲପୁର ବ୍ଲକ ବଡଟୀକା ପଞ୍ଚାୟତର କରକଚିଆ ଗାଁରେ ଏହିଭଳି ଗ୍ରାମସଭାରେ ଭୋଟ ନିଲାମ କରାଯିବା ଭଳି ଘଟଣା ସାମ୍ନାକୁ ଆସିଥିଲା। ଅବାଧ ଓ ମୁକ୍ତ ପଞ୍ଚାୟତ ନିର୍ବାଚନ କରିବା ନେଇ ପ୍ରଶାସନ ବାହାବା ନେଉଥିବା ବେଳେ ଏହି ଘଟଣା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

17 Jan 2022 By The Sakala

ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ: ୪୪ ଲକ୍ଷ ଟଙ୍କାରେ ନିଲାମ ହେଲା ସରପଞ୍ଚ ପଦବୀ

ବଲାଙ୍ଗିର: ଗାଁ ମନ୍ଦିର ପ୍ରାଙ୍ଗଣରେ ଚାଲିଥିଲା ବୈଠକ। ବୈଠକରେ ଉପସ୍ଥୀତ ଥିଲେ ସରପଞ୍ଚ ପଦବୀ ପାଇଁ ଆଶାୟୀ ଥିବା ନେତା। ନେତାଙ୍କୁ ଘେରି ବସିଥିଲେ ବହୁ ସଂଖ୍ୟାରେ ଗ୍ରାମବାସୀ। ନିର୍ବାଚନ ପୂର୍ବରୁ ଏହିଭଳି ଗ୍ରାମସଭାରେ ଗାଁ ଉନ୍ନତି ପାଇଁ ଆଲୋଚନା ଚାଲିଥିବା ଭଳି ମନେ ହେଉଥିବା ଏହି ବୈଠକରେ କିନ୍ତୁ ଚାଲିଥିଲା ଭୋଟ ନିଲାମ। ଆଶାୟୀ ପ୍ରାର୍ଥୀ ମାନେ ଖୋଲାଖୋଲି ଭାବେ ନିଜ ଦର ଲଗାଉଥିବା ବେଳେ ଶେଷରେ ସରପଞ୍ଚ ପଦବୀ ପାଇଁ ଚୁଡାନ୍ତ ହୋଇଥିଲା ୪୪ ଲକ୍ଷ ଟଙ୍କା। କୈାଣସି ରାଜନୈତିକ ସିନେମା ଭଳି ଲାଗୁଥିବା ଏହିଭଳି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ଗ୍ରାମରେ। ଏହା ଜିଲ୍ଲାରେ ପ୍ରଥମ ଘଟଣା ନୁହଁ ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏହିଭଳି ଭୋଟ ନିଲାମ କଥା ଉଠିଥିଲା। ଆଗଲପୁର ବ୍ଲକ ବଡଟୀକା ପଞ୍ଚାୟତ କରକଚିଆ ଗ୍ରାମରେ ଏହିଭଳି ଭୋଟ ନିଲାମ ହୋଇଥିଲା।

ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ସରପଞ୍ଚ ଆସନ ହାତେଇବା ପାଇଁ ଗାଁ ଗାଁରେ ଏବେ ନେତା ମାନେ ଆସ୍ଥାନ ଜମାଇ ରଖିଛନ୍ତି। ଏହି ସବୁଭିତରେ ଅବାଧ ଓ ମୁକ୍ତ ନିର୍ବାଚନ ପରିଚାଳନା କରିବା ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଥିବା ବେଳେ ନିର୍ବାଚନ ଆରମ୍ଭରୁ ଗାଁ ପ୍ରାଙ୍ଗଣରେ ଭୋଟ ନିଲାମ ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ପଞ୍ଚାୟତରେ ବିଲେଇସର୍ଡା, କସୃପାଲି ଓ ବନ୍ଦନାକଟା ଗାଁ ରହିଛି। ରବିବାର ସଂଧ୍ୟାରେ ବିଲେଇସର୍ଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ନିର୍ବାଚନ କୁ ନେଇ ବୈଠକ ଅନୁଷ୍ଠିତ ହେବ ବୋଲି ଡାକବାଜି ଯନ୍ତ୍ରରେ ଡକାଯାଇଥିଲା। ଏହି ବୈଠକରେ ସରପଞ୍ଚ ପଦବୀ ଆଶାୟୀ ଥିବା ପ୍ରାର୍ଥୀ ମାନେ ମଧ୍ୟ ଉପସ୍ଥୀତ ରହିଥିଲେ।ଏହି ବୈଠକରେ ଉପସ୍ଥୀତ ଥିବା ପ୍ରାର୍ଥୀ ମାନେ ସରପଞ୍ଚ ପଦବୀ ବଦଳରେ କେତେ ଟଙ୍କା ଦେବେ ସେନେଇ ହାକ ଲଗାଇଥିଲେ। ଶେଷରେ ସୁଶାନ୍ତ ଛତ୍ରିଆ ନାମକ ଜଣେ ପ୍ରାର୍ଥୀ ଏଥିପାଇଁ ଗାଁ ମନ୍ଦିର ପରିଚାଳନା କମିଟିକୁ ୪୪ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିବା ଜଣାପଡ଼ିଛି। ଦୁର୍ଭାଗ୍ୟର ବିଷୟ ହେଉଛି ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ସରପଞ୍ଚ ପଦବୀ ନିଲାମରେ ନେବା ପାଇଁ ନେତା ମାନଙ୍କ ଭିତରେ ପ୍ରତିଯୋଗିତା ମଧ୍ୟ ଦେଖିବାକୁ ମିଲିଥିଲା। ଅନ୍ୟଜଣେ ପ୍ରାର୍ଥୀ ୩୯ ଲକ୍ଷ ପର୍ଯ୍ୟନ୍ତ ହାକ ଲଗାଇଥିବା ଆଲୋଚନା ହେଉଛି। ବୈଠକ ନିଷ୍ପତ୍ତି ଅନୁସାରେ ଯେଉଁ ବ୍ୟକ୍ତି ଅଧିକ ଟଙ୍କା ନିଲାମରେ ଡାକିଥିବ ସେହି ବ୍ୟକ୍ତି ସାମ୍ନାରେ ଅନ୍ୟ ପ୍ରାର୍ଥୀ ଆଉ ନାମାଙ୍କନ ଭରିବେ ନାହିଁ। ସମ୍ପୃକ୍ତ ପ୍ରାର୍ଥୀ ଜଣକ ର୍ନିଦ୍ୱନ୍ଦରେ ନିର୍ବାଚିତ ହେବେ।ଏହି ଘଟଣାରେ ନିଜ ପ୍ରତିକ୍ରୀୟା ରଖିଛନ୍ତି ସମ୍ପୃକ୍ତ ପ୍ରାର୍ଥୀ ସୁଶାନ୍ତ ଛାତ୍ରିଆ। ତାଙ୍କ କହିବା ଅନୁସାରେ ୪୪ ଲକ୍ଷ ଟଙ୍କାରେ ସରପଞ୍ଚ ପଦବୀ ନିଲାମ ହେବା ଚର୍ଚ୍ଚା ଭୁଲ। ବୈଠକ ବସିଥିଲା। ଗାଁ କମିଟି ୪୪ ହଜାର ଟଙ୍କା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ପରେ ତାଙ୍କ ବିଶ୍ୱାସ ଓ ନିଷ୍ପତ୍ତି ଅନୁସାରେ ମୁଁ ନାମାଙ୍କନ ଦାଖଲ କରିବି ବୋଲି ସେ କହିଛନ୍ତି।ଏହି ଘଟଣା କିନ୍ତୁ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ କାର୍ଯ୍ୟାନୁଷ୍ଠାନ ଭୟରେ ସତ ମାନିବାକୁ ନାରାଜ ରହିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣା ଜଣାପଡ଼ିବା ପରେ ପ୍ରଶାସନିକ ତତ୍ପରତା ମଧ୍ୟ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏବିଷୟରେ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି। ଯାଞ୍ଚ ପରେ ଘଟଣାର ସତ୍ୟତା କେତେ ରହିଛି ତାହା ଯାଞ୍ଚ ହେବ। ଯଦି ସତ୍ୟତା ପ୍ରମାଣିତ ହେବ ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରଣା ନିଜ ପ୍ରତିକ୍ରୀୟାରେ କହିଛନ୍ତି। ସେପଟେ ଏନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ।

ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲାରେ ଏହା ପ୍ରଥମ ଘଟଣା ନୁହଁ।ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ଆଗଲପୁର ବ୍ଲକ ବଡଟୀକା ପଞ୍ଚାୟତର କରକଚିଆ ଗାଁରେ ଏହିଭଳି ଗ୍ରାମସଭାରେ ଭୋଟ ନିଲାମ କରାଯିବା ଭଳି ଘଟଣା ସାମ୍ନାକୁ ଆସିଥିଲା। ଅବାଧ ଓ ମୁକ୍ତ ପଞ୍ଚାୟତ ନିର୍ବାଚନ କରିବା ନେଇ ପ୍ରଶାସନ ବାହାବା ନେଉଥିବା ବେଳେ ଏହି ଘଟଣା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

https://www.thesakala.in/latest-odisha-news/balangir/balangir-sarpanch-post-auctioned-for-rs-44-lakhs/article-8527
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର