ବିବାହିତା ମହିଳାଙ୍କୁ ତଣ୍ଟିଚିପି ହତ୍ୟା ଅଭିଯୋଗ, ଝିଅ ଜନ୍ମ ହେଲା ବୋଲି ଦେଉଥିଲେ ନିର୍ଯ୍ୟାତନା

The Sakala Picture
Published On

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଶଙ୍ଗ ଗାଁରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ୱାମୀ ଘର ଲୋକ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ସଦର ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ମଙ୍ଗଳବାର ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବଲାଙ୍ଗିର ସଦର ଥାନା ଅନ୍ତର୍ଗତ କୁଶଙ୍ଗ ଗାଁର ଭିଷ୍ମଦେବ ସାହୁ ଲୋଇସିଂହା ଥାନା ବାଞ୍ଜିପାଲିର ଟଙ୍କଧର ସାହୁଙ୍କ ଝିଅ ରଜନୀ ସାହୁଙ୍କୁ […]

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଶଙ୍ଗ ଗାଁରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ୱାମୀ ଘର ଲୋକ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ସଦର ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ମଙ୍ଗଳବାର ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ବଲାଙ୍ଗିର ସଦର ଥାନା ଅନ୍ତର୍ଗତ କୁଶଙ୍ଗ ଗାଁର ଭିଷ୍ମଦେବ ସାହୁ ଲୋଇସିଂହା ଥାନା ବାଞ୍ଜିପାଲିର ଟଙ୍କଧର ସାହୁଙ୍କ ଝିଅ ରଜନୀ ସାହୁଙ୍କୁ ତିନି ବର୍ଷ ତଳେ ବିବାହ କରିଥିଲା। ବିବାହର ବର୍ଷକ ପରେ ଘରେ ଝିଅ ଟିଏ ଜନ୍ମ ହୋଇଥିଲା। ଝିଅ ଜନ୍ମ ହୋଇଥିବାରୁ ରଜନୀଙ୍କୁ ସ୍ୱାମୀ, ଶାଶୁ, ଶ୍ୱଶୂର ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ। ଯାହାଫଳରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିରହୁଥିଲା। ସୋମବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଭିଷ୍ମଦେବ ସାହୁ ରଜନୀଙ୍କ ପରିବାର ଲୋକଙ୍କୁ ହିଟରରେ ଲାଗି ମୃତ୍ୟୁବରଣ କରିଥିବା ନେଇ ଫୋନରେ ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ୧୪.୨୨ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଯୁବା ପ୍ୟାକ୍ସର ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ଏହି ସୂଚନା ପାଇବା ପରେ ରଜନୀଙ୍କ ପରିବାର ଲୋକ ସଙ୍ଗେ ସଙ୍ଗେ ଝିଅ ଘରେ ପହଞ୍ଚିଥିଲେ। ଏନେଇ ସଦର ପୁଲିସକୁ ମଧ୍ୟ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ରୋଷେଇ ସମୟରେ ବିଦ୍ୟୁତ ଚୁଲ୍‍ହାରେ ଲାଗି ରଜନୀଙ୍କ ମୃତ୍ୟୁ ହୋଇଥିବା ଶାଶୁ ଘର ଲୋକ କହୁଥିବା ବେଳେ ତାଙ୍କ ବେକରେ ହୋଇଥିବା କଳାଦାଗ ଯୋଗୁ ଉଭୟ ପୁଲିସ ଓ ବାପଘର ଲୋକେ ସନ୍ଦେହ କରିଥିଲେ। ପୁଲିସ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ରଜନୀଙ୍କ ତଣ୍ଟି ଚିପି ସ୍ୱାମୀ ଓ ପରିବାର ଲୋକ ହତ୍ୟା କରିଥିବା ବଡଭାଇ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମଙ୍ଗଳବାର ବ୍ୟବଚ୍ଚେଦ ସରିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣା ସଦର ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହିତ ସ୍ୱାମୀ ଭୀଷ୍ମଦେବ ଓ ପରିବାର ଲୋକଙ୍କୁ ପଚାରଉଚୁରା କରୁଥିବା ସଦର ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର