ସାଇକଲରେ ମା’ର ଶବକୁ ମଶାଣିକୁ ନେଲା ପୁଅ

The Sakala Picture
Published On

ବଲାଙ୍ଗିର/ଖପ୍ରାଖୋଲ : କରୋନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ଲୋକଙ୍କ ମନରେ ଭୟ ବସା ବାନ୍ଧିଲାଣି। କରୋନା ସଂକ୍ରମଣ ଭୟରେ ଜଣେ ଆକ୍ରାନ୍ତଙ୍କ ମୃତ ଦେହକୁ ଗାଁରେ କେହି କାନ୍ଧ ଦେବାକୁ ଆଗେଇ ଆଶିନଥିଲେ। ପୁଲିସ ପ୍ରଶାସନ ସଂକ୍ରମଣରୁ ବଞ୍ଚିବା ଲାଗି ଗାଁ ଲୋକଙ୍କୁ ପିପିଇ କିଟ୍‍ ପ୍ରଦାନ କରିଥିବା ସତ୍ତ୍ବେ ଭୟରେ କେହି ଶବକୁ କାନ୍ଧ ଦେଇନଥିଲେ। ଶେଷରେ ଅନ୍ୟ କୌଣସି ଉପାୟ ନପାଇ ପୁଅ ମା’ର ଶବକୁ ସାଇକଲରେ […]

ବଲାଙ୍ଗିର/ଖପ୍ରାଖୋଲ : କରୋନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ଲୋକଙ୍କ ମନରେ ଭୟ ବସା ବାନ୍ଧିଲାଣି। କରୋନା ସଂକ୍ରମଣ ଭୟରେ ଜଣେ ଆକ୍ରାନ୍ତଙ୍କ ମୃତ ଦେହକୁ ଗାଁରେ କେହି କାନ୍ଧ ଦେବାକୁ ଆଗେଇ ଆଶିନଥିଲେ। ପୁଲିସ ପ୍ରଶାସନ ସଂକ୍ରମଣରୁ ବଞ୍ଚିବା ଲାଗି ଗାଁ ଲୋକଙ୍କୁ ପିପିଇ କିଟ୍‍ ପ୍ରଦାନ କରିଥିବା ସତ୍ତ୍ବେ ଭୟରେ କେହି ଶବକୁ କାନ୍ଧ ଦେଇନଥିଲେ। ଶେଷରେ ଅନ୍ୟ କୌଣସି ଉପାୟ ନପାଇ ପୁଅ ମା’ର ଶବକୁ ସାଇକଲରେ ମଶାଣିକୁ ବୋହି ନେଇ ଅନ୍ତିମ ସଂସ୍କାର କରିଥିଲା। ଏପରି ଅଭାବନୀୟ ଘଟଣା ଖପ୍ରାଖୋଲ ବ୍ଲକ୍‍ ଅନ୍ତର୍ଗତ ଭାଲୁଡୁଙ୍ଗୁରୀ ଗାଁରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଭାଲୁଡୁଙ୍ଗୁରୀ ଗାଁର ଅଯୋଧ୍ୟା ସାହୁ(୬୦) ଗତ ୧୦ଦିନ ହେବ ଜ୍ୱରରେ ପଡ଼ିଥିଲେ। ସେ ସୋମବାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସ୍ଥାନୀୟ ପୁଲିସ ଅଯୋଧ୍ୟାଙ୍କ ଅନ୍ତିମ ସଂସ୍କାର ଡାକ୍ତରଖାନାରୁ ପିପିଇ କିଟ୍‍ ଆଣି ଗ୍ରାମବାସୀଙ୍କୁ ପ୍ରଦାନ କରିଥିଲା। କିନ୍ତୁ ସଂକ୍ରମଣ ଭୟରେ ଗାଁଲୋକେ କାନ୍ଧ ଦେଇନଥିଲେ। ଏହାପରେ ପୁତ୍ର ଦାମୋଦର ମା’ଙ୍କ ଶବକୁ ସାଇକଲରେ ଶ୍ମଶାନକୁ ନେଇଥିଲେ। ସେଠାରେ କିଶୋର କୁମାର ସାହୁ, ଶ୍ୟାମ ସାହୁ, ଲମ୍ବୋଦର ସାହୁ, ତ୍ରିନାଥ ସାହୁ, ଲୁଇସ ବିଶ୍ୱାଳ, ଡୋଲାମଣୀ ପଧାନ ପ୍ରମୁଖଙ୍କ ସହଯୋଗରେ ଶବ ସତ୍କାର କରାଯାଇଥିଲା।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

28 Apr 2021 By The Sakala

ସାଇକଲରେ ମା’ର ଶବକୁ ମଶାଣିକୁ ନେଲା ପୁଅ

ବଲାଙ୍ଗିର/ଖପ୍ରାଖୋଲ : କରୋନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ଲୋକଙ୍କ ମନରେ ଭୟ ବସା ବାନ୍ଧିଲାଣି। କରୋନା ସଂକ୍ରମଣ ଭୟରେ ଜଣେ ଆକ୍ରାନ୍ତଙ୍କ ମୃତ ଦେହକୁ ଗାଁରେ କେହି କାନ୍ଧ ଦେବାକୁ ଆଗେଇ ଆଶିନଥିଲେ। ପୁଲିସ ପ୍ରଶାସନ ସଂକ୍ରମଣରୁ ବଞ୍ଚିବା ଲାଗି ଗାଁ ଲୋକଙ୍କୁ ପିପିଇ କିଟ୍‍ ପ୍ରଦାନ କରିଥିବା ସତ୍ତ୍ବେ ଭୟରେ କେହି ଶବକୁ କାନ୍ଧ ଦେଇନଥିଲେ। ଶେଷରେ ଅନ୍ୟ କୌଣସି ଉପାୟ ନପାଇ ପୁଅ ମା’ର ଶବକୁ ସାଇକଲରେ ମଶାଣିକୁ ବୋହି ନେଇ ଅନ୍ତିମ ସଂସ୍କାର କରିଥିଲା। ଏପରି ଅଭାବନୀୟ ଘଟଣା ଖପ୍ରାଖୋଲ ବ୍ଲକ୍‍ ଅନ୍ତର୍ଗତ ଭାଲୁଡୁଙ୍ଗୁରୀ ଗାଁରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଭାଲୁଡୁଙ୍ଗୁରୀ ଗାଁର ଅଯୋଧ୍ୟା ସାହୁ(୬୦) ଗତ ୧୦ଦିନ ହେବ ଜ୍ୱରରେ ପଡ଼ିଥିଲେ। ସେ ସୋମବାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସ୍ଥାନୀୟ ପୁଲିସ ଅଯୋଧ୍ୟାଙ୍କ ଅନ୍ତିମ ସଂସ୍କାର ଡାକ୍ତରଖାନାରୁ ପିପିଇ କିଟ୍‍ ଆଣି ଗ୍ରାମବାସୀଙ୍କୁ ପ୍ରଦାନ କରିଥିଲା। କିନ୍ତୁ ସଂକ୍ରମଣ ଭୟରେ ଗାଁଲୋକେ କାନ୍ଧ ଦେଇନଥିଲେ। ଏହାପରେ ପୁତ୍ର ଦାମୋଦର ମା’ଙ୍କ ଶବକୁ ସାଇକଲରେ ଶ୍ମଶାନକୁ ନେଇଥିଲେ। ସେଠାରେ କିଶୋର କୁମାର ସାହୁ, ଶ୍ୟାମ ସାହୁ, ଲମ୍ବୋଦର ସାହୁ, ତ୍ରିନାଥ ସାହୁ, ଲୁଇସ ବିଶ୍ୱାଳ, ଡୋଲାମଣୀ ପଧାନ ପ୍ରମୁଖଙ୍କ ସହଯୋଗରେ ଶବ ସତ୍କାର କରାଯାଇଥିଲା।

https://www.thesakala.in/latest-odisha-news/balangir/the-son-took-the-mothers-body-to-mashani-on-a-bicycle/article-1864
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର