ବାହାନଗା ଟ୍ରେନ୍‌ ଦୁର୍ଘଟଣା : ବାଲେଶ୍ବର ମେଡିକାଲରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

The Sakala Picture
Published On

ବାଲେଶ୍ବର : ବାଲେଶ୍ୱର ବାହାନଗାରେ ଗତ ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଲାଣି। ଏଥିସହ ୧୦୦୦ରୁ ଅଧିକ ଗୁରୁତର ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଗତକାଲି ରାତିରେ ଘଟିଥିବା ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୀର୍ଘ ୧୫ ଘଣ୍ଟା ପରେ ଏବେବି ଉଦ୍ଧାର କାର୍ଯ୍ୟ ଶେଷ ହୋଇନି। ଏବେ ବି ଓଡିଆରଏଫ, ଏନଡିଆରଏଫ, ଅଗ୍ନିଶମ ବିଭାଗ କର୍ମଚାରୀ ଓ ଆର୍ମି ଘଟଣାସ୍ଥଳରେ ମୁତୟନ ହୋଇ ଉଦ୍ଧାର କାର୍ଯ୍ୟକୁ […]

ବାଲେଶ୍ବର : ବାଲେଶ୍ୱର ବାହାନଗାରେ ଗତ ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଲାଣି। ଏଥିସହ ୧୦୦୦ରୁ ଅଧିକ ଗୁରୁତର ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଗତକାଲି ରାତିରେ ଘଟିଥିବା ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୀର୍ଘ ୧୫ ଘଣ୍ଟା ପରେ ଏବେବି ଉଦ୍ଧାର କାର୍ଯ୍ୟ ଶେଷ ହୋଇନି। ଏବେ ବି ଓଡିଆରଏଫ, ଏନଡିଆରଏଫ, ଅଗ୍ନିଶମ ବିଭାଗ କର୍ମଚାରୀ ଓ ଆର୍ମି ଘଟଣାସ୍ଥଳରେ ମୁତୟନ ହୋଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ SIR ପାଇଁ 'ଭୋଟର ତାଲିକା ପର୍ଯ୍ୟବେକ୍ଷକ' ଭାବେ ୧୦ IAS ଅଧିକାରୀ ନିଯୁକ୍ତ

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବର୍ତ୍ତମାନ ବନ୍ୟା ଆଶଙ୍କା ନାହିଁ: ହୀରାକୁଦକୁ ଆସୁଥିବା ବନ୍ୟାଜଳ ଉପରେ ଜଳସମ୍ପଦ ବିଭାଗର ନଜର

ଅନ୍ୟପଟେ ଏନଡିଆରଏଫ ତରଫରୁ ୬ଟି ଟିମ୍‌ ମୁତୟନ ହୋଇଥିବା ବେଳେ ଡଗ୍‌ ସ୍କ୍ୱାର୍ଡ ଓ ମେଡିକାଲ ଟିମ୍‌ ବି ଘଟଣାସ୍ଥଳରେ ମୁତୟନ ହୋଇଥିବା ଜଣେ ସିନିୟର କମାଣ୍ଡର ପ୍ରକାଶ କରିଛନ୍ତି। ଏଥିସହ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବଗି ତଳୁ ମୃତଦେହ ବାହାର କରିବା ପ୍ରକ୍ରିୟା ଚାଲୁ ରହିଛି ।

ଆହୁରି ପଢ଼ନ୍ତୁ: ଏପ୍ରିଲ-ମେ'ରେ ହେବ ପଞ୍ଚାୟତ ନିର୍ବାଚନ: ରାଜ୍ୟ ନିର୍ବାଚନ ଆୟୋଗ

ଆଜି ସକାଳୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ରେଳ ମନ୍ତ୍ରୀ ଏବଂ ବାଲେଶ୍ବର ଜିଲ୍ଲାପାଳ,ଏସପିଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହେବା ପରେ, ମେଡିକାଲ ଯାଇ ଆହତମାନଙ୍କୁ ଭେଟିଛନ୍ତି। ଏଥି ସହିତ ହସ୍ପିଟାଲରେ ଡାକ୍ତରଙ୍କୁ ଭେଟି ଚିକିତ୍ସା ବାବଦରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଘଟଣାସ୍ଥଳରେ ସ୍ଥିତିର ଅନୁଧ୍ୟାନ କରିବା ସହ ଫଶି ରହିଥିବା ଯାତ୍ରୀଙ୍କ ତାଙ୍କ ଗସ୍ତବ୍ୟସ୍ଥଳକୁ ପଠାଇବର ବ୍ୟବସ୍ଥା କରାଯାଉଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଦୁର୍ଘଟଣାରେ ଆହତ ଲୋକଙ୍କୁ ଭେଟିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ସେବା କିପରି ଚାଲିଛି ସେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ହସ୍ପିଟାଲ ଅଧିକ୍ଷକ ଙ୍କ ସହ ଆଲୋଚନା କରିଥିଲେ।ସେହିପରି ଆହତଙ୍କ ଚିକିତ୍ସାରେ ଯେଭଳି ତୃଟି ନହୁଏ ସେ ନେଇ ବିଭାଗୀୟ ଡାକ୍ତର ଦଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏଥି ସହିତ ସ୍ୱାସ୍ଥ୍ୟ ସେବା ଯୋଗାବାରେ କଣ ସମସ୍ୟା ହେଉଛି, ଏବଂ ତାର ସମାଧାନ ପାଇଁ ଯଦି ଅଧିକ କିଛି ସହାୟତା ଆବଶ୍ୟକ ଅଛି ତେବେ ତୁରନ୍ତ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଖ୍ୟମନ୍ତ୍ରୀଙ୍କ ସହ 5ଟି ସଚିବ ଭି କେ ପଣ୍ଡିଆନ, ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଜଳେଶ୍ବର ବିଧାୟକ ତଥା ସଂସ୍କୃତି ମନ୍ତ୍ରୀ ଅଶ୍ଵନୀ ପାତ୍ର,ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସଦର ବିଧାୟକ ସ୍ୱରୂପ ଦାସ ,ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ, ବିଧାୟକ ପ୍ରଣବ ବଲବନ୍ତ ରାୟ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ପ୍ରମୁଖ ମୁଖ୍ୟ ଚିକିତ୍ସାଳୟରେ ପହଁଚି ଥିଲେ।

ଅନ୍ୟପଟେ ଗତକାଲିଠୁ ଘଟଣାସ୍ଥଳରେ ରାଜସ୍ବମନ୍ତ୍ରୀ ପ୍ରମିଳା ମଲ୍ଲିକ, ଏସଆରସି, ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚିଛନ୍ତି। ବାଲେଶ୍ୱର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଗତ କାଲି ରାତିରୁ ୫ଶହରୁ ଉର୍ଦ୍ଧ୍ବ ଗୁରୁତର ଆହତ ମାନେ ଭର୍ତ୍ତି ହୋଇଛନ୍ତି। ଆଜି ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପହଞ୍ଚି ଆହତଙ୍କ ଚିକିତ୍ସା ସେବା ବୁଝିବା ସହିତ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ପହଞ୍ଚିଛନ୍ତି। ସେଠାରେ ପ୍ରଣବ ପ୍ରକାଶ ଦାସ ମେଡିକାଲରେ ରୋଗୀଙ୍କୁ ଚିକିତ୍ସା ବାବଦରେ ବୁଝିବା ସହ ଗୁରୁତରଙ୍କୁ ଅନ୍ୟ ମେଡିକାଲକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି।

ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହେଲା ପରେ ଯାତ୍ରୀମାନଙ୍କୁ ଉଦ୍ଧାର ସହ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍‌କାଳ ପଦକ୍ଷେପ ନିଆଯାଇଛି। ରାତିରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ କାର୍ଯ୍ୟାଳୟର କଣ୍ଟ୍ରୋଲ୍‌ ରୁମ୍‌କୁ ଯାଇ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥ‌ିଲେ। ସେଠା‌ରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବାଲେଶ୍ବର ଜିଲ୍ଲାପାଳଙ୍କ ସହ କଥା ହୋଇ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିବାକୁ କହିଥିଲେ। ରାଜ୍ୟ ପ୍ରଶାସନ ପକ୍ଷରୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯାଉଛି ବୋଲି ସେ କହିଥିଲେ। ସେଠାରେ ମୁଖ୍ୟ ଶାସନ ସଚିବ ପି କେ ଜେନା ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଶନିବାର ସକାଳେ ନିଜେ ଦୁର୍ଘଟଣାସ୍ଥଳକୁ ଯିବେ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏବେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ପ୍ରାଥମିକତା ଦିଆଯାଉଛି ବୋଲି ସେ କହିଥିଲେ।

ସେପଟେ ବର୍ତ୍ତମାନ ଆଉ କୌଣସି ଆହାତ ମେଡ଼ିକାଲକୁ ଆସୁ ନାହାନ୍ତି । ଆହାତଙ୍କ ସଂଖ୍ୟା ସେହି ୧୦୦୦ ରହିଛି ବୋଲି ମୁଖ୍ୟ ଶାସନ ସଚିବ ପି କେ ଜେନା କହିଛନ୍ତି। ଆଉ ଦୁଇଟି ବଗି ଉଦ୍ଧାର କରାଯିବାର ରହିଛି।  ତାହା ଭିତରେ ଯାହା ଲୋକ ଥିବେ । ଯାହାକୁ କାଟିକି ବାହାର କରାଯାଉଛି । ଆହୁରି ୨ ରୁ ୩ ଘଣ୍ଟା ଲାଗିବ ଉଦ୍ଧାର କାର୍ଯ୍ୟ । ମୃତ୍ୟୁ ସଂଖ୍ୟାକୁ ନେଇ ଅନେକ ଆଲୋଚନା ଚାଲିଛି କିନ୍ତୁ ଆମ ପାଖରେ ଯାହା ସୂଚନା ଅଛି ୨୩୮ ବୋଲି ମୁଖ୍ୟ ଶାସନ ସଚିବ ପି କେ ଜେନା କହିଛନ୍ତି। ଏହି ସଂଖ୍ୟା ପରେ ମଧ୍ୟ ଆହୁରି ଡେଡ଼ ବଡ଼ି ବାହାରିଛି । ଘଣ୍ଟେ ଦୁଇ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ସ୍ଥିତି ଜଣା ପଡ଼ିବ । ବର୍ତ୍ତମାନ କିଛି ଲୋକେ ଡେଡ଼ ବଡ଼ି କୁ ଚିହ୍ନଟ କରି ନେଉଛନ୍ତି । ଯଦି କିଛି ଡେଡ଼ ବଡ଼ି କୁ କେହି ଚିହ୍ନଟ ନ କରି ପାରୁନାହାନ୍ତି ତେବେ ନିୟମ ଅନୁଯାୟୀ କାମ ହେବ । ଆମେ ୫୦୦ ଡେଡ଼ ବଡ଼ି କଭର ପଠେଇଛୁ । ଟିମ ପୁରା କାମ ରେ ଲାଗିଛନ୍ତି ।

03 Jun 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର