ପଞ୍ଚମ ବର୍ଷରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ : ‘ବ୍ୟାକ୍‍ ଟୁ ସ୍କୁଲ’ ପୁସ୍ତକ ଉନ୍ମୋଚିତ

The Sakala Picture
Published On

ଭୁବନେଶ୍ୱର : ଚତୁର୍ଥ ବର୍ଷ ପୂରଣ କରି ପଞ୍ଚମ ବର୍ଷରେ ପାଦ ଥାପିଛି ‘ମୋ ସ୍କୁଲ’ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଏକ କଫି ଟେବୁଲ୍‍ ବୁକ୍‍ ଓ ପୁରାତନ ଛାତ୍ରଛାତ୍ରୀଙ୍କ ଉପରେ ପର୍ଯ୍ୟବସିତ ‘ବ୍ୟାକ୍‍ ଟୁ ସ୍କୁଲ’ ନାମକ ସ୍ୱତନ୍ତ୍ର ପୁସ୍ତିକାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଲୋକାର୍ପଣ ଉତ୍ସବରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ‘୫-ଟି’ ସଚିବ ଭି.କେ ପାଣ୍ଡିଆନ, ଏସିଏସ୍‍ ପ୍ରଦୀପ ଜେନା, ପଞ୍ଚାୟତିରାଜ ବିଭାଗର ପ୍ରମୁଖ […]

ଭୁବନେଶ୍ୱର : ଚତୁର୍ଥ ବର୍ଷ ପୂରଣ କରି ପଞ୍ଚମ ବର୍ଷରେ ପାଦ ଥାପିଛି ‘ମୋ ସ୍କୁଲ’ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଏକ କଫି ଟେବୁଲ୍‍ ବୁକ୍‍ ଓ ପୁରାତନ ଛାତ୍ରଛାତ୍ରୀଙ୍କ ଉପରେ ପର୍ଯ୍ୟବସିତ ‘ବ୍ୟାକ୍‍ ଟୁ ସ୍କୁଲ’ ନାମକ ସ୍ୱତନ୍ତ୍ର ପୁସ୍ତିକାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଲୋକାର୍ପଣ ଉତ୍ସବରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ‘୫-ଟି’ ସଚିବ ଭି.କେ ପାଣ୍ଡିଆନ, ଏସିଏସ୍‍ ପ୍ରଦୀପ ଜେନା, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ ମିନା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଆଇଟି ସଚିବ ମନୋଜ ମିଶ୍ର, ଓଏମସିର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସତ୍ୟବ୍ରତ ସାହୁ, ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍‍ଚୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଏହି ଅବସରରେ ‘ମୋ ସ୍କୁଲ’ ଅଧ୍ୟକ୍ଷା କହିଥିଲେ ଯେ, ମୋ ସ୍କୁଲ କାର୍ଯ୍ୟକ୍ରମ ଆଜି ଯେଉଁ ସ୍ତରରେ ପହଞ୍ଚିଛି ତାହାର ସମସ୍ତ ଶ୍ରେୟ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗୁ ସମ୍ଭବ ହୋଇ ପାରିଛି। ସେମାନଙ୍କ ପାଇଁ ହିଁ ବିଦ୍ୟାଳୟଗୁଡ଼ିକର ରୂପ ପରିବର୍ତ୍ତନ ହେବାରେ ସଫଳ ହୋଇଛି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ସମସ୍ତ ବିଦ୍ୟାଳୟରେ ପହଞ୍ଚିବ। ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ସରକାରୀ ସ୍କୁଲଗୁଡ଼ିକ ଯେପରି ବିଶ୍ୱସ୍ତରୀୟ ହୋଇପାରିବ ସେ ଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ଶ୍ରୀମତୀ ବାଗ୍‍ଚୀ କହିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

15 Nov 2021 By The Sakala

ପଞ୍ଚମ ବର୍ଷରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ : ‘ବ୍ୟାକ୍‍ ଟୁ ସ୍କୁଲ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଚତୁର୍ଥ ବର୍ଷ ପୂରଣ କରି ପଞ୍ଚମ ବର୍ଷରେ ପାଦ ଥାପିଛି ‘ମୋ ସ୍କୁଲ’ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଏକ କଫି ଟେବୁଲ୍‍ ବୁକ୍‍ ଓ ପୁରାତନ ଛାତ୍ରଛାତ୍ରୀଙ୍କ ଉପରେ ପର୍ଯ୍ୟବସିତ ‘ବ୍ୟାକ୍‍ ଟୁ ସ୍କୁଲ’ ନାମକ ସ୍ୱତନ୍ତ୍ର ପୁସ୍ତିକାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଲୋକାର୍ପଣ ଉତ୍ସବରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ‘୫-ଟି’ ସଚିବ ଭି.କେ ପାଣ୍ଡିଆନ, ଏସିଏସ୍‍ ପ୍ରଦୀପ ଜେନା, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ ମିନା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଆଇଟି ସଚିବ ମନୋଜ ମିଶ୍ର, ଓଏମସିର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସତ୍ୟବ୍ରତ ସାହୁ, ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍‍ଚୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ‘ମୋ ସ୍କୁଲ’ ଅଧ୍ୟକ୍ଷା କହିଥିଲେ ଯେ, ମୋ ସ୍କୁଲ କାର୍ଯ୍ୟକ୍ରମ ଆଜି ଯେଉଁ ସ୍ତରରେ ପହଞ୍ଚିଛି ତାହାର ସମସ୍ତ ଶ୍ରେୟ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗୁ ସମ୍ଭବ ହୋଇ ପାରିଛି। ସେମାନଙ୍କ ପାଇଁ ହିଁ ବିଦ୍ୟାଳୟଗୁଡ଼ିକର ରୂପ ପରିବର୍ତ୍ତନ ହେବାରେ ସଫଳ ହୋଇଛି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ସମସ୍ତ ବିଦ୍ୟାଳୟରେ ପହଞ୍ଚିବ। ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ସରକାରୀ ସ୍କୁଲଗୁଡ଼ିକ ଯେପରି ବିଶ୍ୱସ୍ତରୀୟ ହୋଇପାରିବ ସେ ଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ଶ୍ରୀମତୀ ବାଗ୍‍ଚୀ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର