ମନୋରଞ୍ଜନ
ପଛକୁ ପଛ ଦୁଇ ଲଘୁଚାପ, ଆସୁଛି ବଡ଼ ବର୍ଷା
ଭୁବନେଶ୍ୱର: ଆସୁଛି ବଡ଼ ବର୍ଷା। ପଛକୁ ପଛ ଦୁଇଟି ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାର ପ୍ରକୋପ ସପ୍ତାହେରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ରହିବ। ଏହି ସମୟରେ ସ୍ୱାଭାବିକ ତୁଳନାରେ ଦୁଇଗୁଣା ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର୍ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୧୨ ଓ ୧୯ରେ ଉତ୍ତର ବଙ୍ଗୋପସାଗରରେ ୨ଟି ଲଘୁଚାପ ସୃଷ୍ଟି ହେବ। ଏହାଦ୍ୱାରା ରାଜ୍ୟରେ […]
ଭୁବନେଶ୍ୱର: ଆସୁଛି ବଡ଼ ବର୍ଷା। ପଛକୁ ପଛ ଦୁଇଟି ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାର ପ୍ରକୋପ ସପ୍ତାହେରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ରହିବ। ଏହି ସମୟରେ ସ୍ୱାଭାବିକ ତୁଳନାରେ ଦୁଇଗୁଣା ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର୍ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୧୨ ଓ ୧୯ରେ ଉତ୍ତର ବଙ୍ଗୋପସାଗରରେ ୨ଟି ଲଘୁଚାପ ସୃଷ୍ଟି ହେବ। ଏହାଦ୍ୱାରା ରାଜ୍ୟରେ ଭଲ ବର୍ଷା ହେବ। ଗତ ଲଘୁଚାପଟି ମଧ୍ୟପ୍ରଦେଶ ଓ ପୂର୍ବ ମହାରାଷ୍ଟ୍ରରେ ରହିଛି ଓ ତାହାର ବାହ୍ୟବଳୟ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି।
ଫଳରେ ୧୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ବଳୟ ହେତୁ ୧୨ ତାରିଖରେ ବର୍ଷା ବଢ଼଼ିବ। ୧୩ରେ ଲଘୁଚାପ ସୃଷ୍ଟି ହୋଇ ୧୪ରେ ଅନେକ ସ୍ଥାନରେ ମଧ୍ୟମ ଧରଣର ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୫ ଓ ୧୬ରେ ବିସ୍ତୃତ ଅଞ୍ଚଳରେ ମଧ୍ୟମଧରଣର ବର୍ଷା ହୋଇପାରେ। ୧୯ତାରିଖରେ ଉତ୍ତର ବଙ୍ଗୋପସାଗର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ସେପ୍ଟେମ୍ବର ମାସର ତୃତୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ୪୮ଘଣ୍ଟାରେ ଲଘୁଚାପ ସୃଷ୍ଟି ହୋଇପାରେ।
ଏହାଦ୍ୱାରା ସାରା ରାଜ୍ୟରେ ବର୍ଷା ହୋଇପାରେ। ଆକଳନ କରାଯାଉଛି ଯେ ଆସନ୍ତା ୧୧ ଦିନ ମଧ୍ୟରେ (୧୧-୨୧) ରାଜ୍ୟରେ ସମୁଦାୟ ବର୍ଷା ସ୍ୱାଭାବିକଠାରୁ ଦୁଇଗୁଣା ଅଧିକ ହୋଇପାରେ। ଏହି ସମୟରେ ସମ୍ଭବତଃ ଉତ୍ତର ଉପକୂଳରେ କିଛି କମ୍ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି। ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ୧୨ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପ୍ରଭାବରେ ରାଜ୍ୟରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ଉକ୍ତ ଦିନ ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, ନୟାଗଡ଼, କଟକ, କନ୍ଧମାଳ, ଖୋର୍ଦ୍ଧା ଓ ଗଞ୍ଜାମ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବାରୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର କହିଛି।