ମନୋରଞ୍ଜନ
ବିଜେବି କଲେଜରେ କମେଣ୍ଟମରାକୁ କେନ୍ଦ୍ର କରି ଛାତ୍ରଙ୍କୁ ଆକ୍ରମଣ, ୩ ଛାତ୍ର ଆହତ
ଭୁବନେଶ୍ବର : ପୁଣି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠିତ କଲେଜ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଯାଇଛି। କମେଣ୍ଟମରାକୁ କେନ୍ଦ୍ର କରି ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଏହି ଗଣ୍ଡଗୋଳରେ ୩ଜଣ ଛାତ୍ର ଆହତ ହୋଇଛନ୍ତି। ଆମ୍ବେଦକର ହଷ୍ଟେଲ ଛାତ୍ର ଆକ୍ରମଣ କରିଥିବା ନେଇ ଅଭିଯୋଗ ପରେ ଦୁଇ ଗୋଷ୍ଠୀ ପକ୍ଷରୁ ବଡ଼ଗଡ଼ ଥାନାରେ ଏତଲା ହୋଇଛି। ଗଣ୍ଡଗୋଳ ଘଟଣାରେ ଜଣେ +୩ ଛାତ୍ର ଓ ଦୁଇ ଜଣ +୨ ଛାତ୍ର ଆହତ ହୋଇଛନ୍ତି। […]
ଭୁବନେଶ୍ବର : ପୁଣି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠିତ କଲେଜ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଯାଇଛି। କମେଣ୍ଟମରାକୁ କେନ୍ଦ୍ର କରି ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଏହି ଗଣ୍ଡଗୋଳରେ ୩ଜଣ ଛାତ୍ର ଆହତ ହୋଇଛନ୍ତି। ଆମ୍ବେଦକର ହଷ୍ଟେଲ ଛାତ୍ର ଆକ୍ରମଣ କରିଥିବା ନେଇ ଅଭିଯୋଗ ପରେ ଦୁଇ ଗୋଷ୍ଠୀ ପକ୍ଷରୁ ବଡ଼ଗଡ଼ ଥାନାରେ ଏତଲା ହୋଇଛି।
ଗଣ୍ଡଗୋଳ ଘଟଣାରେ ଜଣେ +୩ ଛାତ୍ର ଓ ଦୁଇ ଜଣ +୨ ଛାତ୍ର ଆହତ ହୋଇଛନ୍ତି। ଗୁରୁବାରର କମେଣ୍ଟମରା ଘଟଣାକୁ ନେଇ ପ୍ରିନ୍ସିପାଲଙ୍କୁ ଜଣାଇବାରୁ ମାଡ଼ ହୋଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ବାରମ୍ବାର ଆମ୍ବେଦକର ହଷ୍ଟେଲରେ ଗଣ୍ଡଗୋଳ ନେଇ ଆଭିଯୋଗ ଆସୁଛି। ଯିଏ ବି ସମ୍ପୃକ୍ତ ଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।





