ସପ୍ତମ ଦିନରେ ବି ଚାଲିପାରୁନି ବିଧାନସଭା: ଆରମ୍ଭରୁ ହଙ୍ଗାମା, ଦିନ ୧୧.୩୦ପର୍ଯ୍ୟନ୍ତ ଗୃହ ମୁଲତବୀ

The Sakala Picture
Published On

ଭୁବନେଶ୍ବର : ଆଜି ସପ୍ତମ ଦିନରେ ବି ଚାଲିପାରିଲାନି ବିଧାନସଭା । ଆଜି ଗୃହ ଆରମ୍ଭରୁ ପୁଣିଥରେ ଅଚଳାବସ୍ଥା ଦେଖାଦେଇଛି ।ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ମଧ୍ୟ ଭାଗକୁ ଆସି ଘଣ୍ଟ ବାଡେଇ ପ୍ରତିିବାଦ କରିଥିଲେ । ବାଚସ୍ପତି ବିଧାୟକମାନଙ୍କ ନିଜ ନିଜ ସ୍ଥାନକୁ ଯିବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରିନଥିଲେ। ଏହାପରେ ବାଚସ୍ପତି ଗୃହକାର୍ଯ୍ୟକୁ  ଦିନ ୧୧.୩୦ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଆଜି ବିଧାନସଭା ପ୍ରଶ୍ନ କାଳରେ […]

ଭୁବନେଶ୍ବର : ଆଜି ସପ୍ତମ ଦିନରେ ବି ଚାଲିପାରିଲାନି ବିଧାନସଭା । ଆଜି ଗୃହ ଆରମ୍ଭରୁ ପୁଣିଥରେ ଅଚଳାବସ୍ଥା ଦେଖାଦେଇଛି ।ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ମଧ୍ୟ ଭାଗକୁ ଆସି ଘଣ୍ଟ ବାଡେଇ ପ୍ରତିିବାଦ କରିଥିଲେ । ବାଚସ୍ପତି ବିଧାୟକମାନଙ୍କ ନିଜ ନିଜ ସ୍ଥାନକୁ ଯିବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରିନଥିଲେ। ଏହାପରେ ବାଚସ୍ପତି ଗୃହକାର୍ଯ୍ୟକୁ  ଦିନ ୧୧.୩୦ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡିର ଗର୍ଜନ

ଆଜି ବିଧାନସଭା ପ୍ରଶ୍ନ କାଳରେ କୃଷି ଓ କୃଷକ ସଶକ୍ତି କରଣ, ଖାଦ୍ୟ ଯୋଗାଣ , ସମବାୟ, ସ୍କୁଲ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଆଲୋଚନା ରହିଛି। ଏହା ସହିତ ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗର ଅତିରକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବାର କାର୍ୟ୍ୟକ୍ରମ ରହିଛି। କିନ୍ତୁ ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କରୁଥିବା ବେଳେ ଶାସକ ବିଜେଡି ସଦସ୍ୟମାନେ ନିଜ ସ୍ଥାନରେ ଛିଡାହୋଇ ପ୍ରତିବାଦ କରିଥିଲେ। ବିଜେଡି ସଦସ୍ୟ ଗୋବିନ୍ଦଙ୍କ ଓକିଲ ମୋହନ ଲାଲ ଶର୍ମାଙ୍କ ସହ ବିଜେପି ନେତାଙ୍କ ଫଟୋ ଦେଖାଇ ପ୍ରତିବାଦ କରିଥିଲେ।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ମୋହନଲାଲ ବିଜେପିର ବଡ ବଡ ନେତାଙ୍କ ସହ ବସି ଫଟୋ ଉଠାଇଥିବାର ଫଟୋ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ମମିତାର ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକୁ ଦାବି କରି ବିରୋଧୀ ବିଧାନସଭା ଚଲାଇ ଦେଉନଥିବା ବେଳେ ଅନ୍ୟପଟେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବେଲରେ ଆଣିବାକୁ ବିଜେପି ନେତା ମୋହନଲାଲ ଶର୍ମା ଉଦ୍ୟମ କରୁଥିବା ଅଭିଯୋଗ କରିଛି ବିଜେଡି । ଏପରିକି ଏହାର ପ୍ରମାଣ ମଧ୍ୟ ଗତକାଲି ସାମ୍ବାଦିକ ସମ୍ମିଳନୀରେ ରଖିଥିଲା ବିଜେଡି । ମମିତା ପ୍ରସଙ୍ଗରେ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ବିଜେଡି କହିଛି । କାରଣ ମମିତା ପାଇଁ ବିଜେପି ଗୋଟିଏ ପଟେ ଲଢେଇ କରୁଥିବା କହୁଥିବା ବେଳେ ଅନ୍ୟପଟେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ବିଜେପି ନେତା ଆଗେଇ ଆସୁଥିବା ଦଳର ଦୋମୁହାଁ ନୀତିକୁ ପଦାରେ ପକାଇଛି ବୋଲି ବିଜେଡି କହିଛି ।

ଆହୁରି ପଢ଼ନ୍ତୁ: ଯୋଗାଣ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ବର୍ଷିଲା ବିଜେଡି: ଚାଷୀଙ୍କ ମନର ନିଆଁରେ ସରକାର ଜଳିଯିବେ

ତେବେ ଶୀତ ଅଧିବେଶନରେ ଏହିଭଳି ଗୃହ ଅଚଳାବସ୍ଥାକୁ ନେଇ ଗତକାଲି ବାଚସ୍ପତି ସର୍ବଦଳୀୟ ବୈଠକ ମଧ୍ୟ ଡକାଇଥିଲେ ଏହା ପୂର୍ବରୁ ମଧ୍ୟ ସର୍ବଦଳୀୟ ବୈଠକ ଡକାଯାଇ ଗୃହ ସ୍ୱଭାବିକ୍ ପାଇଁ ଆଲୋଚନା ହୋଇଥିଲା ମାତ୍ର ସର୍ବଦଳୀୟ ବୈଠକ କାମଦେଲାନି, ସବୁ କିଛି ଗୃହରେ ଫେଲ୍ ମାରିଛି ।

08 Dec 2021 By The Sakala

ସପ୍ତମ ଦିନରେ ବି ଚାଲିପାରୁନି ବିଧାନସଭା: ଆରମ୍ଭରୁ ହଙ୍ଗାମା, ଦିନ ୧୧.୩୦ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ବର : ଆଜି ସପ୍ତମ ଦିନରେ ବି ଚାଲିପାରିଲାନି ବିଧାନସଭା । ଆଜି ଗୃହ ଆରମ୍ଭରୁ ପୁଣିଥରେ ଅଚଳାବସ୍ଥା ଦେଖାଦେଇଛି ।ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ମଧ୍ୟ ଭାଗକୁ ଆସି ଘଣ୍ଟ ବାଡେଇ ପ୍ରତିିବାଦ କରିଥିଲେ । ବାଚସ୍ପତି ବିଧାୟକମାନଙ୍କ ନିଜ ନିଜ ସ୍ଥାନକୁ ଯିବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରିନଥିଲେ। ଏହାପରେ ବାଚସ୍ପତି ଗୃହକାର୍ଯ୍ୟକୁ  ଦିନ ୧୧.୩୦ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।

ଆଜି ବିଧାନସଭା ପ୍ରଶ୍ନ କାଳରେ କୃଷି ଓ କୃଷକ ସଶକ୍ତି କରଣ, ଖାଦ୍ୟ ଯୋଗାଣ , ସମବାୟ, ସ୍କୁଲ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଆଲୋଚନା ରହିଛି। ଏହା ସହିତ ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗର ଅତିରକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବାର କାର୍ୟ୍ୟକ୍ରମ ରହିଛି। କିନ୍ତୁ ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କରୁଥିବା ବେଳେ ଶାସକ ବିଜେଡି ସଦସ୍ୟମାନେ ନିଜ ସ୍ଥାନରେ ଛିଡାହୋଇ ପ୍ରତିବାଦ କରିଥିଲେ। ବିଜେଡି ସଦସ୍ୟ ଗୋବିନ୍ଦଙ୍କ ଓକିଲ ମୋହନ ଲାଲ ଶର୍ମାଙ୍କ ସହ ବିଜେପି ନେତାଙ୍କ ଫଟୋ ଦେଖାଇ ପ୍ରତିବାଦ କରିଥିଲେ।

ମୋହନଲାଲ ବିଜେପିର ବଡ ବଡ ନେତାଙ୍କ ସହ ବସି ଫଟୋ ଉଠାଇଥିବାର ଫଟୋ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ମମିତାର ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକୁ ଦାବି କରି ବିରୋଧୀ ବିଧାନସଭା ଚଲାଇ ଦେଉନଥିବା ବେଳେ ଅନ୍ୟପଟେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବେଲରେ ଆଣିବାକୁ ବିଜେପି ନେତା ମୋହନଲାଲ ଶର୍ମା ଉଦ୍ୟମ କରୁଥିବା ଅଭିଯୋଗ କରିଛି ବିଜେଡି । ଏପରିକି ଏହାର ପ୍ରମାଣ ମଧ୍ୟ ଗତକାଲି ସାମ୍ବାଦିକ ସମ୍ମିଳନୀରେ ରଖିଥିଲା ବିଜେଡି । ମମିତା ପ୍ରସଙ୍ଗରେ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ବିଜେଡି କହିଛି । କାରଣ ମମିତା ପାଇଁ ବିଜେପି ଗୋଟିଏ ପଟେ ଲଢେଇ କରୁଥିବା କହୁଥିବା ବେଳେ ଅନ୍ୟପଟେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ବିଜେପି ନେତା ଆଗେଇ ଆସୁଥିବା ଦଳର ଦୋମୁହାଁ ନୀତିକୁ ପଦାରେ ପକାଇଛି ବୋଲି ବିଜେଡି କହିଛି ।

ତେବେ ଶୀତ ଅଧିବେଶନରେ ଏହିଭଳି ଗୃହ ଅଚଳାବସ୍ଥାକୁ ନେଇ ଗତକାଲି ବାଚସ୍ପତି ସର୍ବଦଳୀୟ ବୈଠକ ମଧ୍ୟ ଡକାଇଥିଲେ ଏହା ପୂର୍ବରୁ ମଧ୍ୟ ସର୍ବଦଳୀୟ ବୈଠକ ଡକାଯାଇ ଗୃହ ସ୍ୱଭାବିକ୍ ପାଇଁ ଆଲୋଚନା ହୋଇଥିଲା ମାତ୍ର ସର୍ବଦଳୀୟ ବୈଠକ କାମଦେଲାନି, ସବୁ କିଛି ଗୃହରେ ଫେଲ୍ ମାରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର