ଓଡିଶା ବିଧାନସଭାର ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ, ଆଗକୁ ଟିଭି ଓ ମାସିକା ପତ୍ରିକା ହେବ

The Sakala Picture
Published On

ଭୁବନେଶ୍ୱର: ଓଡିଶା ବିଧାନସଭାର ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ ହୋଇଛି । ଗତକାଲିଠାରୁ ଆରମ୍ଭ ହୋଇଛି ୟୁଟ୍ୟୁବ ଚ୍ୟାନେଲ । ବିଧାନସଭା ୟୁଟ୍ୟୁବ ଚ୍ୟାନେଲ ପରେ ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ମଧ୍ୟ ଆରମ୍ଭ ହେବ ବୋଲି ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ବି ଆରମ୍ଭ ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ତେବେ ପାର୍ଲିଆମେଣ୍ଟ ଢାଞ୍ଚାରେ କାର୍ଯ୍ଯକାରୀ ହେବ ଓଡ଼ିଶା ବିଧାନସଭା ଟିଭି […]

ଭୁବନେଶ୍ୱର: ଓଡିଶା ବିଧାନସଭାର ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ ହୋଇଛି । ଗତକାଲିଠାରୁ ଆରମ୍ଭ ହୋଇଛି ୟୁଟ୍ୟୁବ ଚ୍ୟାନେଲ । ବିଧାନସଭା ୟୁଟ୍ୟୁବ ଚ୍ୟାନେଲ ପରେ ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ମଧ୍ୟ ଆରମ୍ଭ ହେବ ବୋଲି ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ବି ଆରମ୍ଭ ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ତେବେ ପାର୍ଲିଆମେଣ୍ଟ ଢାଞ୍ଚାରେ କାର୍ଯ୍ଯକାରୀ ହେବ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ୍। ପ୍ରସାରଣ ହେବ ବିଧାନସଭା ସଂକ୍ରସନ୍ତୀୟ ଖବର। ଏଥିପାଇଁ ଓଡ଼ିଶା ବିଧାନସଭା ସମାଚାର ୟୁ ଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ ହୋଇଛି। ଶନିବାର ବିଜୁ ଜୟନ୍ତୀରେ ଏହାର ଶୁଭାରମ୍ଭ ହୋଇଛି। ଏବେ ୟୁ ଟ୍ୟୁବ୍‌ରେ ଏହାର ପ୍ରସାରଣ କରାଯିବ। ପରେ ସାଟେଲାଇଟ୍ ହେବାର ଯୋଜନା ରହିଛି। ଏଥିପାଇଁ ବିଧାନସଭା ପରିସରରେ ଏହାର ଷ୍ଟୁଡିଓ ତିଆରି ଚାଲିଛି। ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ଆରମ୍ଭ ହେବ। ଏହା ସହ ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ପ୍ରକାଶ କରାଯିବ। ଏନେଇ ପ୍ରକ୍ରିୟ ଆରମ୍ଭ ହୋଇଛି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ସେ ଆହୁରି କହିଛନ୍ତି ଯେ, ବିଧାନ ପରିଷଦ ଗଠନ ନେଇ ବିଧାନସଭା ପକ୍ଷରୁ ଲେଖା ଯାଇଥିବା ଚିଠିର ଉତ୍ତର କେନ୍ଦ୍ର ସରକାର ଦେଇଛନ୍ତି । ଚିଠି ବିଧାନସଭାରେ ପହଞ୍ଚିବା ପରେ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦିଆଯାଇଛି। ବିଧାନପରିଷଦ ଗଠନ ନେଇ କଣ ପ୍ରକ୍ରିୟା ରହିବ ସେ ନେଇ ଚିଠିରେ ଉଲ୍ଲେଖ ରହିଛି। ସାଂସଦ ପ୍ରସନ୍ନ ଆଚାର୍ଯ୍ଯଙ୍କ ପ୍ରଶ୍ନରେ ବିଧାନସଭା ପରିଷଦ ଗଠନ ନେଇ କିଛି ପ୍ରସ୍ତାବ ଆସିନଥିବା ସଂସଦରେ ଉତ୍ତର ରଖିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ । କେଉଁ ପରିସ୍ଥିତିରେ ଭୁଲ ଉତ୍ତର ରଖାଗଲା ସେ ନେଇ ବିଧାନସଭା ପକ୍ଷରୁ ୨ ଟି ଚିଠି ଲେଖାଯାଇଥିଲା। ଏହାର ଉତ୍ତର କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି। ମାର୍ଚ୍ଚ ୩୧ ପୂର୍ବରୁ ବିଧାନସଭା ବଜେଟ ଅଧିବେଶନ ବସିବ। ରାଜ୍ୟପାଳଙ୍କ ଅନୁମୋଦନ ଆସିବା ପରେ ବିଧିବଦ୍ଧ ତାରିଖ ଘୋଷଣା ହେବ ବୋଲି କହିଛନ୍ତି ବାଚସ୍ପତି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର