‘ମିଶନ ଶକ୍ତି’ ଇ-ମାର୍କେଟରେ ମା’ଙ୍କ ହାତଗଢ଼ା ସାମଗ୍ରୀ

The Sakala Picture
Published On

ଭୁବନେଶ୍ୱର : ଅନ୍‍ଲାଇନ୍‍ରେ ବିକ୍ରି ହେଉଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସାମଗ୍ରୀ। ମାଧ୍ୟମ ସାଜିଛି ମିଶନ ଶକ୍ତିର ଇ-ମାର୍କେଟିଂ ପାଇଁ ଅନ୍‍ଲାଇନ ପୋର୍ଟାଲ। ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏବେ ଦେଶବିଦେଶରେ ବେଶ୍‍ ଆଦୃତ ହୋଇପାରୁଛି। ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ, ଆତ୍ମନିର୍ଭର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତ୍ୟେକ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତ୍ୟେକ୍ଷ ସମ୍ପୃକ୍ତିକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଉଦ୍ଦେଶ୍ୟ ମିଶନ ଶକ୍ତିର ଅଧିନରେ ମାଆ ମାନେ କିପରି ଆହୁରି […]

ଭୁବନେଶ୍ୱର : ଅନ୍‍ଲାଇନ୍‍ରେ ବିକ୍ରି ହେଉଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସାମଗ୍ରୀ। ମାଧ୍ୟମ ସାଜିଛି ମିଶନ ଶକ୍ତିର ଇ-ମାର୍କେଟିଂ ପାଇଁ ଅନ୍‍ଲାଇନ ପୋର୍ଟାଲ। ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏବେ ଦେଶବିଦେଶରେ ବେଶ୍‍ ଆଦୃତ ହୋଇପାରୁଛି। ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ, ଆତ୍ମନିର୍ଭର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତ୍ୟେକ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତ୍ୟେକ୍ଷ ସମ୍ପୃକ୍ତିକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଉଦ୍ଦେଶ୍ୟ ମିଶନ ଶକ୍ତିର ଅଧିନରେ ମାଆ ମାନେ କିପରି ଆହୁରି ସଶକ୍ତ ହେବେ। ଏହି ଲକ୍ଷ୍ୟ ନେଇ ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବାପାଇଁ ମା’ମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ମାଧ୍ୟମ ସାଜିଛି ‘ମିଶନ୍‍ ଶକ୍ତି ବଜାର ଡଟ୍‍ କମ୍‍’।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ମହିଳାମାନଙ୍କୁ ସୁଧ ରିହାତି ବାବଦରେ ୨୦୦ କୋଟି ଟଙ୍କା ପ୍ରଦାନ ସହ, ସେମାନଙ୍କ ଉତ୍ପାଦିତ ସାମଗ୍ରୀର ମାର୍କେଟିଂ ବ୍ୟବସ୍ଥା କରାଯାଇଛି। ଗ୍ରାମାଞ୍ଚଳ ତଥା ସହରାଞ୍ଚଳରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ସୁଲଭ ମୂଲ୍ୟରେ ବିକ୍ରି କରାଯାଉଛି। ଫଳରେ ମା’ମାନେ ରୋଜଗାରକ୍ଷମ ହେବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଦ୍ରବ୍ୟ ବିକ୍ରୟ ହେବା ସହ ଆମେରିକା ଓ ଲଣ୍ଡନର ଲୋକମାନେ ମୟୁରଭଞ୍ଜ ଓ ମାଲକାନଗିରିର ମିଶନ ଶକ୍ତି ମା’ମାନଙ୍କର ସାମଗ୍ରୀ କିଣିପାରୁଛନ୍ତି। ଏହାଦ୍ୱାରା ରୋଜଗାର ବୃଦ୍ଧି ସମ୍ଭବ ହୋଇପାରିଛି। ଏହି ମିଶନ ଶକ୍ତି ବଜାର ପୋର୍ଟାଲରେ ପ୍ରାଥମିକ ପର୍ଯ୍ୟାୟରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଉପଲବ୍ଧ ଥିବାବେଳେ ଗୋଟିଏ ଉତ୍ପାଦକ ମହିଳା ଗୋଷ୍ଠୀଙ୍କ ସାମଗ୍ରୀ ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ମହିଳା କାରିଗରୀକୁ ପ୍ରାଧାନ୍ୟ ଦେବା ସହ ସେମାନଙ୍କ ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀକୁ ଏହି ଅନ୍‍ଲାଇନ୍‍ ବଜାରରେ ବିକ୍ରି କରାଯାଉଛି। ପାରମ୍ପରିକ କ୍ରାଫ୍ଟରେ ଡୋକ୍ରା କାମ, ଟେରାକୋଟା, ପଟ୍ଟଚିତ୍ର ଆଦି ଭଳି ସାମଗ୍ରୀ ବିକ୍ରି କରାଯାଉଛି। ଯାହା ମାଧ୍ୟମରେ ଦେଶବିଦେଶର ଲୋକେ ସିଧାସଳଖ ମା’ମାନଙ୍କ ପ୍ରସ୍ତୁତ ସାମଗ୍ରୀ କିଣିପାରୁଛନ୍ତି। ମୟୁରଭଞ୍ଜର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ସବାଇ ଘାସର ବିଭିନ୍ନ ଡିଜାଇନ୍‍ର ଘର ସଜ୍ଜା ସାମଗ୍ରୀ ଉପଲବ୍ଧ ରହିଛି। ସେହିପରି ପୁରୀ ଜିଲ୍ଲା ରଘୁରାଜପୁରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାରିଗରମାନଙ୍କ ପ୍ରସ୍ତୁତ ପଟ୍ଟଚିତ୍ର, କଟକର ରୂପା ତାରକସି କାମ ସହ ଅଳଙ୍କାର, ଢେଙ୍କାନାଳର ଡୋକ୍ରା କାମ, କୋରାପୁଟ୍‍ର କୋଟପାଡ୍‍ ହସ୍ତତନ୍ତ ଶାଢୀ, ଡୁପଟ୍ଟା ଆଦି ବିକ୍ରି କରାଯାଉଛି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ଏହାସହିତ ବଲାଙ୍ଗୀରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଟେରାକୋଟା ସାମଗ୍ରୀ ଅନ୍‍ଲାଇନ୍‍ ମାଧ୍ୟମରେ ବିକ୍ରି କରାଯାଇ ମହିଳାମାନଙ୍କ ରୋଜଗାର ବୃଦ୍ଧି ହୋଇପାରୁଛି। ବର୍ତ୍ତମାନ କେବଳ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପଲବ୍ଧ ଥିବାବେଳେ ଆଗକୁ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଗ୍ରୋସରୀ ମଧ୍ୟ ଅନ୍‍ଲାଇନ୍‍ ମାଧ୍ୟମରେ କିଣିବାର ସୁଯୋଗ ପାଇବେ। ବିଶେଷକରି ଏସ୍‍ଏଚ୍‍ଜିଙ୍କ ଦ୍ୱାରା ପ୍ରସ୍ତୁତ ହଜାର ହଜାର ପ୍ରାମାଣିକ ଓ ଜୈବିକ ହସ୍ତକଳା ସାମଗ୍ରୀକୁ ଅନ୍‍ଲାଇନ୍‍ ମାଧ୍ୟମରେ ବିକ୍ରିର ପ୍ଲାର୍ଟଫର୍ମ ଯୋଗାଇଦେଇଛି ମିଶନ୍‍ ଶକ୍ତି। ଏହିସବୁ ସାମଗ୍ରୀକୁ କରିବାକୁ ଖୋର୍ଦ୍ଧା ମାତୃଶକ୍ତି ଫାରମର୍ସ ପ୍ରଡ୍ୟୁସର୍‍ କମ୍ପାନୀ ଲିମିଟେଡ଼୍‍ ମାର୍କେଟିଂର ଦାୟିତ୍ୱ ବହନ କରୁଛି।

ଉତ୍ପାଦକ ଗୋଷ୍ଠୀ ଓ ଉତ୍ପାଦକ କମ୍ପାନୀଗୁଡିକୁ ସେମାନଙ୍କର ସାମଗ୍ରୀର ଅନ୍‍ଲାଇନ୍‍ ମାଧ୍ୟମରେ ମାର୍କେଟିଂ ସୁବିଧା ଯୋଗାଇଦେଉଛି। ଏହାଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରିବା ସହ ଅଧିକ ରୋଜଗାରକ୍ଷମ କରିବାର ବାଟ ଦେଖାଉଛି ମିଶନ ଶକ୍ତି। ଏହି ଅନ୍‍ଲାଇନ୍‍ ବଜାରରେ ୬ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୭୦ଲକ୍ଷ ମହିଳା ସଦସ୍ୟା, ୩ହଜାର ୭୪ ଉତ୍ପାଦକ ଗୋଷ୍ଠୀ ଓ ୪୫ ଉତ୍ପାଦକ କମ୍ପାନୀଙ୍କୁ ସାମିଲ କରାଯାଇ ମାର୍କେଟିଂକୁ ଆହୁରି ବ୍ୟାପକ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର