୫ ଦିନ ହେଲାଣି କଲେଜରୁ ଛାତ୍ର ନିଖୋଜ, କଲିକତାରୁ ମିଳିଲା ବ୍ୟାଗ୍

The Sakala Picture
Published On

ତେଲକୋଇ: କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡିଡି କଲେଜର ଜଣେ ଛାତ୍ର ଆଜକୁ ୫ ଦିନ ହେଲାଣି ନିଖୋଜ ହୋଇଥିବା ଜଣାପଡିଛି। ଆଜି ନିଖୋଜ ଛାତ୍ରଙ୍କ ବାପା ଲଛମନ ପାତ୍ର ଏନେଇ ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଘଟଣାରୁ ପ୍ରକାଶ ତେଲକୋଇ ଥାନା ଅନ୍ତର୍ଗତ ଦେଉଳଡିହା ଗ୍ରାମର ଲଛମନ ପାତ୍ରଙ୍କ ପୁଅ ହେମନ୍ତ କୁମାର ପାତ୍ର (୨୧) ଡିଡି କଲେଜ +୩ ଦ୍ଵିତୀୟ ବର୍ଷ କଳାଛାତ୍ର ଅଟନ୍ତି। ସେ ଗୋପବନ୍ଧୁ ଛାତ୍ରାବାସ ରୁମ ନଂ ୨୨ରେ ରହୁଥିଲେ। […]

ତେଲକୋଇ: କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡିଡି କଲେଜର ଜଣେ ଛାତ୍ର ଆଜକୁ ୫ ଦିନ ହେଲାଣି ନିଖୋଜ ହୋଇଥିବା ଜଣାପଡିଛି। ଆଜି ନିଖୋଜ ଛାତ୍ରଙ୍କ ବାପା ଲଛମନ ପାତ୍ର ଏନେଇ ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଘଟଣାରୁ ପ୍ରକାଶ ତେଲକୋଇ ଥାନା ଅନ୍ତର୍ଗତ ଦେଉଳଡିହା ଗ୍ରାମର ଲଛମନ ପାତ୍ରଙ୍କ ପୁଅ ହେମନ୍ତ କୁମାର ପାତ୍ର (୨୧) ଡିଡି କଲେଜ +୩ ଦ୍ଵିତୀୟ ବର୍ଷ କଳାଛାତ୍ର ଅଟନ୍ତି। ସେ ଗୋପବନ୍ଧୁ ଛାତ୍ରାବାସ ରୁମ ନଂ ୨୨ରେ ରହୁଥିଲେ। ତେବେ ୧୫ ଦିନ ହେଲା ସେ ଆଉ ଛାତ୍ରାବାସ ରହୁନଥିଲେ।ତାଙ୍କ ସାଙ୍ଗ ହମିତ ପାତ୍ରଙ୍କ ସହ ଘରୋଇ ଭାବରେ ରହୁଥିଲେ। ତେବେ ଗତ ୨୧ ତାରିଖ ସକାଳେ ହେମନ୍ତ ଜିନ୍ସ ପ୍ୟାଣ୍ଟ, ନାଲି ଜ୍ୟାକେଟ ପିନ୍ଧି ଏକ ବ୍ୟାଗ୍ ସହିତ ତେଲକୋଇରୁ ବିଜୁ ଗାଁ ଗାଡି ନାମକ ବସରେ କେନ୍ଦୁଝରସ୍ଥିତ କଲେଜ ଯାଇଥିଲେ। ତା’ପରେ ମୋବାଇଲ ଫୋନ ସୁଇଜ୍ ଅଫ୍ ରହିଛି।

ଆହୁରି ପଢ଼ନ୍ତୁ: ଲୋକେ ଶୋଇଥିବା ବେଳେ ଦ୍ରୁତ ଗତିରେ ଘରେ ପଶିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୭ଜଣ

ତେବେ ୨୪ ତାରିଖ ଦିନ କଲିକତା ହାଓଡ଼ା ପୁଲିସ ପକ୍ଷରୁ ତେଲକୋଇ ପୁଲିସକୁ ରାସ୍ତା ଉପରୁ ହେମନ୍ତର କାଗଜ ପତ୍ର ଥିବା ଏକ ବ୍ୟାଗ୍ ମିଳିଥିବା ନେଇ ସୂଚନା ଦିଆଯାଇଥିଲା। ତେଲକୋଇ ପୁଲିସ ପରିବାର ଲୋକଙ୍କୁ ସୂଚନା ଦେବା ପରେ ପରିବାର ଓ ଗାଁରେ ଏନେଇ ଆଲୋଡନ ସୃଷ୍ଟି ହୋଇଛି।କେଉଁ ପରିସ୍ଥିତିରେ କଲିକତା ହାଓଡ଼ା ଥାନା ଅଞ୍ଚଳରେ ହେମନ୍ତର ବ୍ୟାଗ୍ ମିଳିଛି। ଏବଂ ହେମନ୍ତ ଏବେ କେଉଁଠି ଓ ଜୀବିତ କି ମୃତ ପରିବାରରେ ଭାଳେଣି ପଡି ଯାଇଛି? ନିଖୋଜ ହେମନ୍ତକୁ ଖୋଜିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି।ଏନେଇ ତେଲକୋଇ ପୁଲିସ ହଓଡା ପୁଲିସ ସହିତ ଯୋଗାଯୋଗ କରାଯାଇ ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: ବ୍ରହ୍ମପୁରରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାରେ ଖଣିମନ୍ତ୍ରୀଙ୍କ ପୁତୁରା ଗିରଫ

25 Feb 2022 By The Sakala

୫ ଦିନ ହେଲାଣି କଲେଜରୁ ଛାତ୍ର ନିଖୋଜ, କଲିକତାରୁ ମିଳିଲା ବ୍ୟାଗ୍

ତେଲକୋଇ: କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡିଡି କଲେଜର ଜଣେ ଛାତ୍ର ଆଜକୁ ୫ ଦିନ ହେଲାଣି ନିଖୋଜ ହୋଇଥିବା ଜଣାପଡିଛି। ଆଜି ନିଖୋଜ ଛାତ୍ରଙ୍କ ବାପା ଲଛମନ ପାତ୍ର ଏନେଇ ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଘଟଣାରୁ ପ୍ରକାଶ ତେଲକୋଇ ଥାନା ଅନ୍ତର୍ଗତ ଦେଉଳଡିହା ଗ୍ରାମର ଲଛମନ ପାତ୍ରଙ୍କ ପୁଅ ହେମନ୍ତ କୁମାର ପାତ୍ର (୨୧) ଡିଡି କଲେଜ +୩ ଦ୍ଵିତୀୟ ବର୍ଷ କଳାଛାତ୍ର ଅଟନ୍ତି। ସେ ଗୋପବନ୍ଧୁ ଛାତ୍ରାବାସ ରୁମ ନଂ ୨୨ରେ ରହୁଥିଲେ। ତେବେ ୧୫ ଦିନ ହେଲା ସେ ଆଉ ଛାତ୍ରାବାସ ରହୁନଥିଲେ।ତାଙ୍କ ସାଙ୍ଗ ହମିତ ପାତ୍ରଙ୍କ ସହ ଘରୋଇ ଭାବରେ ରହୁଥିଲେ। ତେବେ ଗତ ୨୧ ତାରିଖ ସକାଳେ ହେମନ୍ତ ଜିନ୍ସ ପ୍ୟାଣ୍ଟ, ନାଲି ଜ୍ୟାକେଟ ପିନ୍ଧି ଏକ ବ୍ୟାଗ୍ ସହିତ ତେଲକୋଇରୁ ବିଜୁ ଗାଁ ଗାଡି ନାମକ ବସରେ କେନ୍ଦୁଝରସ୍ଥିତ କଲେଜ ଯାଇଥିଲେ। ତା’ପରେ ମୋବାଇଲ ଫୋନ ସୁଇଜ୍ ଅଫ୍ ରହିଛି।

ତେବେ ୨୪ ତାରିଖ ଦିନ କଲିକତା ହାଓଡ଼ା ପୁଲିସ ପକ୍ଷରୁ ତେଲକୋଇ ପୁଲିସକୁ ରାସ୍ତା ଉପରୁ ହେମନ୍ତର କାଗଜ ପତ୍ର ଥିବା ଏକ ବ୍ୟାଗ୍ ମିଳିଥିବା ନେଇ ସୂଚନା ଦିଆଯାଇଥିଲା। ତେଲକୋଇ ପୁଲିସ ପରିବାର ଲୋକଙ୍କୁ ସୂଚନା ଦେବା ପରେ ପରିବାର ଓ ଗାଁରେ ଏନେଇ ଆଲୋଡନ ସୃଷ୍ଟି ହୋଇଛି।କେଉଁ ପରିସ୍ଥିତିରେ କଲିକତା ହାଓଡ଼ା ଥାନା ଅଞ୍ଚଳରେ ହେମନ୍ତର ବ୍ୟାଗ୍ ମିଳିଛି। ଏବଂ ହେମନ୍ତ ଏବେ କେଉଁଠି ଓ ଜୀବିତ କି ମୃତ ପରିବାରରେ ଭାଳେଣି ପଡି ଯାଇଛି? ନିଖୋଜ ହେମନ୍ତକୁ ଖୋଜିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି।ଏନେଇ ତେଲକୋଇ ପୁଲିସ ହଓଡା ପୁଲିସ ସହିତ ଯୋଗାଯୋଗ କରାଯାଇ ତଦନ୍ତ ଚଳାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର