ପଞ୍ଚାୟତ ନିର୍ବାଚନ: ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ମତଦାନ
ଭୁବନେଶ୍ୱର: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ଯ୍ୟାୟରେ ୨୭ ଜିଲ୍ଲାର ୬୪ ବ୍ଲକ ଅନ୍ତର୍ଗତ ୧୬୩ ଜିଲ୍ଲା ପରିଷଦ ଜୋନ୍, ୧୨୫୪ ଗ୍ରାମ ପଞ୍ଚାୟତ ଅଧିନସ୍ଥ ୧୭,୦୮୯ଟି ବୁଥ୍ରେ ଭୋଟ ଗ୍ରହଣ ହେଉଛି। ୧୬୩ଟି ଜୋନ୍ରେ ୬୬୭ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରୁଛନ୍ତି। ଏହି ପର୍ଯ୍ୟାୟରେ ୨୫୬୩ଟି ସମ୍ବେଦନଶୀଳ ବୁଥ୍ ରହିଛି। ପୂର୍ବ ପର୍ଯ୍ୟାୟ ଗୁଡ଼ିକରେ ହିଂସାକୁ ଦୃଷ୍ଟିରେ ରଖି ୪ର୍ଥ ପର୍ଯ୍ୟାୟରେ ବ୍ୟାପକ […]
ଭୁବନେଶ୍ୱର: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ଯ୍ୟାୟରେ ୨୭ ଜିଲ୍ଲାର ୬୪ ବ୍ଲକ ଅନ୍ତର୍ଗତ ୧୬୩ ଜିଲ୍ଲା ପରିଷଦ ଜୋନ୍, ୧୨୫୪ ଗ୍ରାମ ପଞ୍ଚାୟତ ଅଧିନସ୍ଥ ୧୭,୦୮୯ଟି ବୁଥ୍ରେ ଭୋଟ ଗ୍ରହଣ ହେଉଛି। ୧୬୩ଟି ଜୋନ୍ରେ ୬୬୭ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରୁଛନ୍ତି। ଏହି ପର୍ଯ୍ୟାୟରେ ୨୫୬୩ଟି ସମ୍ବେଦନଶୀଳ ବୁଥ୍ ରହିଛି। ପୂର୍ବ ପର୍ଯ୍ୟାୟ ଗୁଡ଼ିକରେ ହିଂସାକୁ ଦୃଷ୍ଟିରେ ରଖି ୪ର୍ଥ ପର୍ଯ୍ୟାୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୂର୍ବରୁ ୩ଟି ଜିଲ୍ଲାରେ ଭୋଟଗ୍ରହଣ ଶେଷ ହୋଇଥିବାବେଳେ ୪ର୍ଥ ପର୍ଯ୍ୟାୟରେ ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାର ନିର୍ବାଚନ ଶେଷ ହେବାକୁ ଯାଉଛି।
ରାଜ୍ୟ ମୁଖ୍ୟ ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି କ୍ରମରେ ସାରା ରାଜ୍ୟରେ ୨୫୭ ପ୍ଲାଟୁନ୍ ଫୋର୍ସ, ୧୪୭୩ ମୋବାଇଲ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ରାଜ୍ୟର ମୋଟ ୯୧,୦୯୩ ବୁଥ୍ ମଧ୍ୟରୁ ୩ ପର୍ଯ୍ୟାୟରେ ୬୧୩୦୦ ବୁଥ୍ରେ ନିର୍ବାଚନ ସରିଯାଇଛି। ୫ଟି ପୁଲିସ୍ ଜିଲ୍ଲାରେ ମତଦାନ ପୂର୍ଣ୍ଣରୂପେ ଶାନ୍ତିପୂର୍ଣ୍ଣ ମତଦାନ ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଝାରସୁଗୁଡ଼ା, ଦେଓଗଡ଼଼, ବୌଦ୍ଧ, ବ୍ରହ୍ମପୁର ଏବଂ ଖୋର୍ଦ୍ଧା। ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା କାରଣରୁ ଯାଜପୁରର ୪୩ ଜଣ, ଢେଙ୍କାନାଳର ୯, ଜଗତସିଂହପୁରର ୬ ଏବଂ ପୁରୀ ଜିଲ୍ଲାର ୨୪ ଜଣ ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯାଇଛି। ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଅବିଭକ୍ତ ପୁରୀ ଜିଲ୍ଲାର ସମସ୍ତ ବୁଥ୍ରେ ପୋଲିଂ ପାର୍ଟି ପହଞ୍ଚିସାରିଛନ୍ତି। ସୋମବାର ରାତି ସୁଦ୍ଧା ଅନ୍ୟ ସମସ୍ତ ଜିଲ୍ଲାରେ ପୋଲିଂ ପାର୍ଟି ପହଞ୍ଚିବେ ବୋଲି ନିର୍ବାଚନ କମିସନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଦେଶ ତଥା ରାଜ୍ୟରେ କରୋନା ପ୍ରକୋପ ହ୍ରାସ ପାଇଛି। ଦିନକୁ ୫୦୦ରୁ କମ୍ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ସଂକ୍ରମଣ ହ୍ରାସ ପାଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା କଟକଣା କୋହଳ କରାଯାଇ ସାରିଛି। ସାରା ରାଜ୍ୟରେ ତ୍ରି-ସ୍ତରୀୟ ନିର୍ବାଚନ ଜାରି ରହିଛି। ନିର୍ବାଚନ ଆଚରଣ ବିଧି ସହ କରୋନା କଟକଣା ମଧ୍ୟ ଦୃଢ ଭାବେ ଅନୁପାଳନ କରାଯାଇଆସୁଥିଲା। ସାମ୍ପ୍ରତିକ ସ୍ଥିତିକୁ ଦେଖି ରାଜ୍ୟ ନିର୍ବାଚନ କମିସନ କଟକଣା କୋହଳ କରିଛନ୍ତି। ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ କମିସନଙ୍କ ପକ୍ଷରୁ ଚିଠି କରାଯାଇଛି। ପୂର୍ବ ନିୟମ ଅନୁଯାୟୀ ଗଣତିର ୪୮ ଘଣ୍ଟା ମଧ୍ୟରେ ଗଣତି କେନ୍ଦ୍ରକୁ ଯିବାକୁ ଥିବା ବ୍ୟକ୍ତିବିଶେଷ ୨ଟି ଡୋଜ୍ ଟିକା ନେଇଥିଲେ ବି ଆରଟିପିସିଆର ଏବଂ ଆରଏଟି ପରୀକ୍ଷା କରିବା ବାଧ୍ୟତାମୂଳକ କରାଯାଇଥିଲା। କଟକଣା କୋହଳ ହେବା ପରେ ଗଣତି କେନ୍ଦ୍ରକୁ ଯାଉଥିବା ଲୋକଙ୍କର ଥର୍ମାଲ ସ୍କାନିଂ କରାଯିବ। ୨ଟି ଡୋଜ୍ ନେଇଥିବା ଲୋକ ହିଁ ଗଣତି କେନ୍ଦ୍ରକୁ ଯାଇପାରିବେ। କରୋନା ସଂକ୍ରମିତ ସମ୍ପର୍କିତ କୌଣସି ଲକ୍ଷଣ ଥିଲେ ସେହି ବ୍ୟକ୍ତିବିଶେଷଙ୍କୁ ଗଣତି କେନ୍ଦ୍ରରେ ପ୍ରବେଶ ଅନୁମତି ଦିଆଯିବ ନାହିଁ।