ବିଜେଡି ନେତାଙ୍କୁ ଅପହରଣ ମାମଲା : ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ସମେତ ୭ ଗିରଫ

The Sakala Picture
Published On

ସମ୍ୱଲପୁର : ନିର୍ବାଚନ ଜିତିବାକୁ ବିଜେପି କେତେ ତଳକୁ ଖସିପାରେ ତାହାର ଅନେକ ଉଦାହରଣ ରହିଥିବାବେଳେ ସମ୍ବଲପୁରରେ ବିଜେଡି ନେତା ଅପହରଣ ଘଟଣାରୁ ପୁଣି ପ୍ରମାଣିତ ହୋଇଛି। ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନର ନାରା ଦେଉଥିବା ବିଜେପି ନିର୍ବାଚନ ଜିତିବା ପାଇଁ ଅପହରଣ ଭଳି ଅପରାଧିକ କାର୍ଯ୍ୟ କରିବାକୁ ପଛାଉନାହିଁ। ଶନିବାର ବିଜେଡି ନେତା ନିଶାନ୍ତ ଦୀକ୍ଷିତଙ୍କୁ ଅପହରଣ ଅଭିଯୋଗରେ ସମ୍ୱଲପୁର ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ଜଡ଼ିତ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା […]

ସମ୍ୱଲପୁର : ନିର୍ବାଚନ ଜିତିବାକୁ ବିଜେପି କେତେ ତଳକୁ ଖସିପାରେ ତାହାର ଅନେକ ଉଦାହରଣ ରହିଥିବାବେଳେ ସମ୍ବଲପୁରରେ ବିଜେଡି ନେତା ଅପହରଣ ଘଟଣାରୁ ପୁଣି ପ୍ରମାଣିତ ହୋଇଛି। ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନର ନାରା ଦେଉଥିବା ବିଜେପି ନିର୍ବାଚନ ଜିତିବା ପାଇଁ ଅପହରଣ ଭଳି ଅପରାଧିକ କାର୍ଯ୍ୟ କରିବାକୁ ପଛାଉନାହିଁ। ଶନିବାର ବିଜେଡି ନେତା ନିଶାନ୍ତ ଦୀକ୍ଷିତଙ୍କୁ ଅପହରଣ ଅଭିଯୋଗରେ ସମ୍ୱଲପୁର ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ଜଡ଼ିତ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଶ୍ୱିନୀ କୁମାର ମାଝୀ (୩୧) ଓ ତାଙ୍କ ୬ ସହଯୋଗୀଙ୍କୁ ମିଶାଇ ମୋଟ ୭ ଜଣଙ୍କୁ ଗିରଫ କରି ଜମନକିରା ଥାନା ପୁଲିସ କୋର୍ଟଚାଲାଣ କରିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ହେଲେ ଟାଉନଥାନା ନଦୀପଡ଼ାର କୁମୁଦ ପ୍ରସାଦ ପ୍ରଧାନ, ମୁଦିପଡ଼ାର ଅଲେଖ ପଟ୍ଟନାୟକ, ବହିଦାରନୂଆପାଲିର ସୁଦୀପ କୁମାର ପରିଡ଼ା, ଧନୁପାଲି ଥାନା ଛକର ଦୀନେଶ କୁମାର ସାହୁ, ଅଇଁଠାପାଲି ଥାନା ଗୋପାଳମାଲର ଦେବାଶିଷ ପରଧିଆ ଓ ହୀରାକୁଦ ଥାନା ଝାଙ୍କରପଡ଼ାର ସଞ୍ଜୟ ଖଡ଼ିଆ। ଏମାନଙ୍କଠାରୁ ଏକ ବୋଲେରୋ ଓ ସ୍ୱିଫ୍ଟ ଡିଜାୟର୍‍ କାର୍‍ ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ରବିବାର କୁଚିଣ୍ଡା ଏସ୍‍ଡିଜେଏମ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍‍ ପଠାଇ ଦିଆଯାଇଛି। ର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶୋଭାରାମ ପ୍ରଧାନ, ସ୍ଥାନୀୟ ପର୍ଯ୍ୟବେକ୍ଷକ ନିଶାନ୍ତ ଦୀକ୍ଷିତ ଶନିବାର ଜମନକିରା ବ୍ଲକ ଅଞ୍ଚଳରେ ନିର୍ବାଚନ କାର୍ଯ୍ୟ ତଦାରଖ କରୁଥିଲେ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ବିଜେପି ଯୁବମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀ ଓ ତାଙ୍କ ସହଯୋଗୀମାନେ ସମ୍ପୃକ୍ତ ଅଞ୍ଚଳରେ ଭୋଟରଙ୍କୁ ଟଙ୍କା ବାଣ୍ଟିବାକୁ ଆସିଥିବା ଦେଖି ନିଶାନ୍ତ ଓ ଅନ୍ୟମାନେ ବିରୋଧ କରିଥିଲେ। ଏଥିରେ ଉତ୍‍କ୍ଷିପ୍ତ ହୋଇ ବିଜେପି ନେତାମାନେ ନିଶାନ୍ତଙ୍କୁ ମାଡ଼ ମାରିବା ସହ ଏକ ଗାଡ଼ିରେ ଉଠାଇ ନେଇଥିଲେ। ଏ ସମ୍ପର୍କରେ ବିଜେଡି ନେତାମାନେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୁଲିସର ତନାଘନା ପରେ ଅପହର୍ତ୍ତାମାନେ ନିଶାନ୍ତଙ୍କୁ ଯୁଯୁମୁରା ଥାନା ମେଘପାଳ ଜଙ୍ଗଲରେ ଛାଡ଼ି ପଳାଇଥିଲେ। ନିଶାନ୍ତଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ଏ ସମ୍ପର୍କରେ ଜମନକିରା ଥାନାରେ ଅଭିଯୋଗ ହେବାପରେ ପୁଲିସ ଅଶ୍ୱିନୀ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି। ଅପହରଣରେ ବ୍ୟବହୃତ ଉଭୟ କାର୍‍ ମଧ୍ୟ ଜବତ କରାଯାଇଥିବା କୁଚିଣ୍ଡା ଏସ୍‍ଡିପିଓ ରାଜକିଶୋର ମିଶ୍ର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର