ମାଟ୍ରିକ ଫେଲ ରସିକିଆ ନକଲି ଡାକ୍ତର; ୧୭ ନୁହେଁ ଅଧିକ ବିବାହ ପାଇଁ କରିଥିଲେ ତାରିଖ ଫିକ୍ସ

The Sakala Picture
Published On

ଭୁବନେଶ୍ୱର: ଗିରଫ ହୋଇଥିବା ନକଲି ଡାକ୍ତର ରମେଶଚନ୍ଦ୍ର ସ୍ୱାଇଁଙ୍କ ପାପର ପେଡ଼ି ଧୀରେ ଧୀରେ ପଦାକୁ ଆସୁଛି। ତାଙ୍କର ୧୪ ନୁହେଁ କି ୧୭ ନୁହେଁ, ଆହୁରି ଏକାଧିକ ଜଣଙ୍କ ସହ ବିବାହ ପାଇଁ କରିଥିଲେ ତାରିଖ ଫିକ୍ସ । MBBS ନୁହେଁ ସେ ହେଉଛନ୍ତି ଦଶମ ଫେଲ । ତଦନ୍ତ ପରେ ଏମିତି କିଛି ତଥ୍ୟ ଲାଗିଛି ପୋଲିସ ହାତରେ । ରମେଶ ଦଶମ ଫେଲ ବୋଲି ତାଙ୍କ ପରିବାର ଲୋକଙ୍କଠାରୁ ସୂଚନା ମିଳିଛି । […]

ଭୁବନେଶ୍ୱର: ଗିରଫ ହୋଇଥିବା ନକଲି ଡାକ୍ତର ରମେଶଚନ୍ଦ୍ର ସ୍ୱାଇଁଙ୍କ ପାପର ପେଡ଼ି ଧୀରେ ଧୀରେ ପଦାକୁ ଆସୁଛି। ତାଙ୍କର ୧୪ ନୁହେଁ କି ୧୭ ନୁହେଁ, ଆହୁରି ଏକାଧିକ ଜଣଙ୍କ ସହ ବିବାହ ପାଇଁ କରିଥିଲେ ତାରିଖ ଫିକ୍ସ । MBBS ନୁହେଁ ସେ ହେଉଛନ୍ତି ଦଶମ ଫେଲ । ତଦନ୍ତ ପରେ ଏମିତି କିଛି ତଥ୍ୟ ଲାଗିଛି ପୋଲିସ ହାତରେ । ରମେଶ ଦଶମ ଫେଲ ବୋଲି ତାଙ୍କ ପରିବାର ଲୋକଙ୍କଠାରୁ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ମହିଳା ଓ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କ ଠାରୁ ଟଙ୍କା ମଧ୍ୟ ଲୁଟୁଥିଲେ ରମେଶ। ଏହିଭଳି ସେ ଦେଢ଼ ଶହରୁ ଅଧିକ ମହିଳାଙ୍କୁ ଲୁଟୁଥିବା ଓ ଠକୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତଦନ୍ତକୁ ସୁଦୃଢ଼ କରିବା ପାଇଁ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ମହିଳା ଥାନା ଅଧିକାରୀ ଏବଂ ଦୁଇ ଜଣ ଏସ୍ଆଇଙ୍କୁ ନେଇ ଏହି ଟିମ୍ ଗଠନ କରାଯାଇଛି। ତଦନ୍ତ ପାଇଁ ଏହି ଟିମ୍ ବାହାର ରାଜ୍ୟକୁ ଯିବ। ପୁଲିସର କହିବାନୁଯାୟୀ ତାଙ୍କର ଆଜି ଅଧିକ ୩ଜଣ ପତ୍ନୀ ସାମ୍ନାକୁ ଆସିଥିବା ବେଳେ ଆଉ ୧୦ ଜଣଙ୍କୁ ରମେଶ ପତ୍ନୀ ଭାବେ ଗ୍ରହଣ କରିବାପାଇଁ ଟ୍ରାପ୍ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ଅଭିଯୁକ୍ତ ଖାଲି ବିବାହ କରୁ ନ ଥିଲା ଅନେକ ଛାତ୍ରଛାତ୍ରୀଙ୍କୁ ଏମ୍ବିବିଏସ ଚାକିରି କରାଇ ଦେବାକୁ କହି ଲକ୍ଷଲକ୍ଷ ଟଙ୍କା ଠକେଇ କରି ନେଇଥିଲା। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଖଣ୍ଡଗିରିରେ ରହୁଥିବା ଜଣେ ବ୍ୟକ୍ତି। ଅଭିଯୋଗ ଅନୁଯାୟୀ ତାଙ୍କ ପୁଅକୁ ଏମବିବିଏସ ନାମଲେଖାଇଦେବାକୁ କହି ୧୮ଲକ୍ଷ ଟଙ୍କା ଠକି ନେଇଛନ୍ତି ରମେଶ। ଖାଲି ସେତିିକି ନୁହେଁ ରମେଶଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ଦେଢ଼ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ହୋଇଥିବା ପୁଲିସ କହିଛି। ସେହିଭଳି ରମେଶ ନକଲି ଡକ୍ୟୁମେଣ୍ଟ ଦେଇ ଡୁମୁଡୁମାରେ ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ାରେ ରହୁଥିବା ନେଇ ମଧ୍ୟ ମହିଳା ଥାନାରେ ଅଭିଯୋଗ ହୋଇଛି। ପଞ୍ଜାବ, ଦିଲ୍ଲୀ, ମୁମ୍ବାଇ, କୋଲକାତା ଆଦି ରାଜ୍ୟରେ ଏମବିବିଏସ ଚାକିରି କରାଇ ଦେବାକୁ କହି ୫୦ଲକ୍ଷରୁ ଅଧିକ ଠକେଇ କରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି। ଏହି ଠକେଇ ଟଙ୍କାରେ ରମେଶ ୩ ପିଲାଙ୍କୁ ଡାକ୍ତର କରାଇଥିବା ପୁଲିସ ଖୋଳତାଡ଼ରୁ ସୂଚନା ପାଇଛି। ଅଭିଯୁକ୍ତ ରମେଶକୁ ପୁଲିସ ରିମାଣ୍ଡରେ ଆଣିବା ପରେ ବହୁ ଗୁମର ଖୋଲିବ ବୋଲି ମହିଳା ଥାନା ପୁଲିସ ଆଶା ରଖିଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗରୁ ନିଯୁକ୍ତି ନେଇଥିବା ନକଲି କାଗଜପତ୍ର ପୁଲିସ ଜବତ କରିଛି। ରମେଶଠାରୁ ଜବତ ହୋଇଥିବା ମୋବାଇଲ୍ ଫୋନକୁ ଫୋରେନ୍ସିକ୍ ଯାଞ୍ଚ ପାଇଁ ପଠାଯାଇଛି। ରିପୋର୍ଟ ମିଳିଲେ ସବିଶେଷ ତଥ୍ୟ ମିଳିବ ବୋଲି ତଦନ୍ତକାରୀ ପୁଲିସ ଆଶା ରଖିଛି। ରମେଶଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବା ପାଇଁ ପୁଲିସ କୋର୍ଟରେ ଆବେଦନ କରିଛି। କୋର୍ଟ ଅନୁମତି ଦେବା ପରେ ତାଙ୍କୁ ପଚରାଉଚରା କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର