ବିଧାନସଭାରେ ସଂକଳ୍ପ ଆଣିଲେ ମୁଖ୍ଯମନ୍ତ୍ରୀ, ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ସଂରକ୍ଷଣ ସୁବିଧା

The Sakala Picture
Published On

ଭୁବନେଶ୍ବର: ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ବଡ ଭେଟି। ଏଣିକି ସରକାରୀ ହାଇସ୍କୁଲରେ ପଢୁଥିବା ପିଲାଙ୍କୁ ମିଳିବ ସଂରକ୍ଷଣର ସୁବିଧା । ସରକାରୀ ହାଇସ୍କୁଲରେ ପଢୁଥିବା ପିଲାଙ୍କୁ ୧୫% ସଂରକ୍ଷଣ ବ୍ଯବସ୍ଥା କରାଯାଇଛି। ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖା କ୍ଷେତ୍ରରେ ଏହି ସଂରକ୍ଷଣ ପାଇଁ ଗୃହରେ ସଂକଳ୍ପ ଆଣିଛନ୍ତି ମୁଖ୍ଯମନ୍ତ୍ରୀ। ନାମଲେଖା ସମୟରେ ଏହି ସଂରକ୍ଷଣ ବ୍ୟବସ୍ଥା ପାଇପାରିବେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ। ଏହି ସଂକଳ୍ପକୁ ଗୃହରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସମର୍ଥନ […]

ଭୁବନେଶ୍ବର: ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ବଡ ଭେଟି। ଏଣିକି ସରକାରୀ ହାଇସ୍କୁଲରେ ପଢୁଥିବା ପିଲାଙ୍କୁ ମିଳିବ ସଂରକ୍ଷଣର ସୁବିଧା । ସରକାରୀ ହାଇସ୍କୁଲରେ ପଢୁଥିବା ପିଲାଙ୍କୁ ୧୫% ସଂରକ୍ଷଣ ବ୍ଯବସ୍ଥା କରାଯାଇଛି। ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖା କ୍ଷେତ୍ରରେ ଏହି ସଂରକ୍ଷଣ ପାଇଁ ଗୃହରେ ସଂକଳ୍ପ ଆଣିଛନ୍ତି ମୁଖ୍ଯମନ୍ତ୍ରୀ। ନାମଲେଖା ସମୟରେ ଏହି ସଂରକ୍ଷଣ ବ୍ୟବସ୍ଥା ପାଇପାରିବେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ। ଏହି ସଂକଳ୍ପକୁ ଗୃହରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସମର୍ଥନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡ଼ିଲା ମଦ୍ୟପାନ; ସ୍କୁଲ୍ ପରିସରରେ ମଦ ପିଇ ପ୍ରଧାନ ଶିକ୍ଷକ ନିଲମ୍ବିତ

ସରକାରଙ୍କ ଏଭଳି ନିଷ୍ପତି ଗ୍ରାମଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ବେଶ ଲାଭଦାୟକ ହେବ । ଗ୍ରାମାଞ୍ଚଳରେ ଇଞ୍ଜନିୟରିଂ ଓ ମେଡିକାଲ ପଢିବାକୁ ଚାହୁଁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ଏହି ନିଷ୍ପତି ବେଶ ସହାୟକ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଘରୋଇକରଣ ପରେ ବହୁଗୁଣା ହୋଇପାରେ ବିମାନବନ୍ଦର ସେବା ଦେୟ, ୬୦ରୁ ୨୦୦ ଟଙ୍କା ହୋଇପାରେ ପାର୍କିଂ ଫି

ମହାତ୍ମାଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ବିଧାନସଭାରେ ସ୍ବତନ୍ତ୍ର ଅଲୋଚନା ହୋଇଥିଲା। ଅହିଂସା ଶଦ୍ଦକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହା ବାପୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ଲାଞ୍ଚ ଟଙ୍କା ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର