ପୌର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ସୀମା ଧାର୍ଯ୍ଯ: ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ମେୟର ପ୍ରାର୍ଥୀ
ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ସୀମା ଧାର୍ଯ୍ଯ କରାଯାଇଛି। ଏ ନେଇ ରାଜ୍ୟ ନିର୍ବାଚନ କମିଶନ ଏକ ନୋଟିଫିକେସନ ଜାରି କରିଛନ୍ତି। ଏନଏସି, ମୁନିସିପାଲିଟି ଓ ମହାନଗର ନିଗମ ପ୍ରାର୍ଥୀଙ୍କ ସର୍ବୋଚ୍ଚ ଖର୍ଚ୍ଚସୀମା ଧାର୍ଯ୍ଯ କରାଯାଇଛି । ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ଏନଏସିର ବା ମୁନିସିପାଲିଟି କାଉନସିଲର ପ୍ରାର୍ଥୀ ସର୍ବାଧିକ ୫୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ସେହିପରି ଏନଏସି ଓ ପୌରାଧ୍ୟକ୍ଷ ପ୍ରାର୍ଥୀ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । […]
ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ସୀମା ଧାର୍ଯ୍ଯ କରାଯାଇଛି। ଏ ନେଇ ରାଜ୍ୟ ନିର୍ବାଚନ କମିଶନ ଏକ ନୋଟିଫିକେସନ ଜାରି କରିଛନ୍ତି। ଏନଏସି, ମୁନିସିପାଲିଟି ଓ ମହାନଗର ନିଗମ ପ୍ରାର୍ଥୀଙ୍କ ସର୍ବୋଚ୍ଚ ଖର୍ଚ୍ଚସୀମା ଧାର୍ଯ୍ଯ କରାଯାଇଛି । ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ଏନଏସିର ବା ମୁନିସିପାଲିଟି କାଉନସିଲର ପ୍ରାର୍ଥୀ ସର୍ବାଧିକ ୫୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ସେହିପରି ଏନଏସି ଓ ପୌରାଧ୍ୟକ୍ଷ ପ୍ରାର୍ଥୀ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ୫୦ ହଜାରରୁ ୧ ଲକ୍ଷ ପର୍ଯ୍ଯନ୍ତ ଜନସଂଖ୍ୟା ଥିବା ମୁନିସିପାଲିଟି କାଉନସିଲର ପ୍ରାର୍ଥୀ ୭୫ ହଜାର ଓ ଅଧ୍ୟକ୍ଷ ପ୍ରାର୍ଥୀ ୩ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଖର୍ଚ୍ଚ କରିପାରିବେ ।
ସେହିପରି ଏକ ଲକ୍ଷ ଉପରେ ଜନସଂଖ୍ୟା ଥିବା ମୁନିସିପାଲିଟିର କାଉନସିଲର ପ୍ରାର୍ଥୀ ୧ ଲକ୍ଷ ଟଙ୍କା ଓ ଅଧ୍ୟକ୍ଷ ପ୍ରାର୍ଥୀ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବା ନେଇ ସର୍ବୋଚ୍ଚ ସୀମା ଧାର୍ଯ୍ଯ କରାଯାଇଛି। ସେହିପରି ମହାନଗର ନିଗମର କର୍ପୋରେଟର ପ୍ରାର୍ଥୀ ୨ଲକ୍ଷ ଟଙ୍କା ଓ ମେୟର ପ୍ରାର୍ଥୀ ୧୨ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଖର୍ଚ୍ଚ କରିପାରିବେ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।






