ଅକାମୀ ହୋଇଯିବ ପିଏମ୍‍କେଏସୱାଇ ଯୋଜନା : ଆର୍ଥିକ ବର୍ଷ ସରିଲା, ଚାଷୀଙ୍କୁ ଟଙ୍କାଟିଏ ମିଳିଲାନି

The Sakala Picture
Published On

ବୈରୀ ସାଜିଛି ଖୋଦ୍‍ କୃଷି ବିଭାଗ। ପିଏମ୍‍କେଏସ୍‍ୱାଇ ଯୋଜନାରେ ଚାଷୀଙ୍କ ପାଇଁ ବ୍ୟାଙ୍କରେ ଅର୍ଥ ପଡ଼ି ରହିଛି, କିନ୍ତୁ ସେଥିରୁ ଟଙ୍କାଟିଏ ବି ଚାଷୀଙ୍କ ହିତରେ ଆସୁନାହିଁ। ଚଳିତ ଆର୍ଥିକ ବର୍ଷ ବିତିବାକୁ ଆଉ ଦେଢ଼ ମାସ ସମୟ ବାକି ଥିବା ବେଳେ ଇଞ୍ଚେ ଜମିରେ ଏବର୍ଷ ପାଣି ପାଇପ୍‍ ବିଛାଗଲା ନାହିଁ। ଏହି କାମ କରିବା ପାଇଁ ସରକାରୀ ଅଧିକାରୀ ଅଛନ୍ତି, ଦରମା ପାଉଛନ୍ତି, କିନ୍ତୁ ଚାଷୀ ହିତକରୀ ଯୋଜନା ଆଗେଇବା ବଦଳରେ ଏବେ ବନ୍ଦ […]

ବୈରୀ ସାଜିଛି ଖୋଦ୍‍ କୃଷି ବିଭାଗ। ପିଏମ୍‍କେଏସ୍‍ୱାଇ ଯୋଜନାରେ ଚାଷୀଙ୍କ ପାଇଁ ବ୍ୟାଙ୍କରେ ଅର୍ଥ ପଡ଼ି ରହିଛି, କିନ୍ତୁ ସେଥିରୁ ଟଙ୍କାଟିଏ ବି ଚାଷୀଙ୍କ ହିତରେ ଆସୁନାହିଁ। ଚଳିତ ଆର୍ଥିକ ବର୍ଷ ବିତିବାକୁ ଆଉ ଦେଢ଼ ମାସ ସମୟ ବାକି ଥିବା ବେଳେ ଇଞ୍ଚେ ଜମିରେ ଏବର୍ଷ ପାଣି ପାଇପ୍‍ ବିଛାଗଲା ନାହିଁ। ଏହି କାମ କରିବା ପାଇଁ ସରକାରୀ ଅଧିକାରୀ ଅଛନ୍ତି, ଦରମା ପାଉଛନ୍ତି, କିନ୍ତୁ ଚାଷୀ ହିତକରୀ ଯୋଜନା ଆଗେଇବା ବଦଳରେ ଏବେ ବନ୍ଦ ହେବାକୁ ବସିଛି। ଚାଷୀଙ୍କୁ ସର୍ବଦା ଗୁରୁତ୍ୱ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ କହି ଆସୁଥିବା ବେଳେ ଉଦ୍ୟାନ କୃଷି ବିଭାଗ ଏଠାରେ ଓଲଟା କାମ କରୁଛି। ଅନୁଦାନ ବନ୍ଦ କରି, ନିୟମକୁ ପରିବର୍ତ୍ତନ କରି ଏମିତି ବ୍ୟବସ୍ଥା କରାଯାଇଛି ଯେ ଏକ ଲାଭଦାୟୀ କୃଷି ଯୋଜନାର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଯୋଜନାକୁ ଅଚଳ କରିଦେବା ପାଇଁ କିଛି ଅଧିକାରୀ ବିଧିବଦ୍ଧ ମସୁଧା ଚଳାଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମ୍‍କେଏସ୍‍ସ୍ୱାଇ) ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ଉଦ୍ୟାନ କୃଷି ବିଭାଗକୁ ୫୬ କୋଟି ଟଙ୍କା ମିଳିଥିବା ବେଳେ ପୂର୍ବ ବର୍ଷରୁ ବଳକା ୫ କୋଟି ଟଙ୍କା ରହିଛି। ଏହି ଯୋଜନାରେ ଚାଷ ଜମିରେ ସ୍ପ୍ରିଙ୍କଲର୍‍ ଓ ଡ୍ରିପ୍‍ ବ୍ୟବସ୍ଥା କରାଯାଏ। ଗତ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ସବ୍‍ସିଡି ଅର୍ଥ ପ୍ରଦାନ କରୁଥିଲେ। ଫଳରେ ଚାଷୀ ନିଜ ହାତରୁ ମାତ୍ର ୧୦ ପ୍ରତିଶତ ଖର୍ଚ୍ଚ ଦେଉଥିବା ବେଳେ ସବ୍‍ସିଡି ବାବଦରେ ୯୦ ପ୍ରତିଶତ ଖର୍ଚ୍ଚ ବହନ କରାଯାଉଥିଲା। କିନ୍ତୁ କରୋନା ଭଳି ଦୁଃସମୟରେ ଚାଷୀଙ୍କର ଏହି ଯୋଜନାର ଯଥେଷ୍ଟ ଆବଶ୍ୟକତା ଥିଲା ସେହି ସମୟରେ ଉଦ୍ୟାନ କୃଷି ବିଭାଗ ଏଥିରୁ ନିଜ ହାତ କାଢ଼ିନେଲା। ଅର୍ଥାତ୍‍ ବିଭାଗ ଚାଷୀଙ୍କୁ ଦେଉଥିବା ୩୫ ପ୍ରତିଶତ ଟପ୍‍ଅପ୍‍ ସବ୍‍ସିଡି ଦେବ ନାହିଁ ବୋଲି ରୋକ୍‍ଠୋକ୍‍ ମନା କରିଦେଲା। ଯଦ୍ଦ୍ୱାରା ଚାଷୀ ଉପରେ ୪୫ ପ୍ରତିଶତ ଖର୍ଚ୍ଚ ଭାର ପଡ଼ିବ। ଏତିକିରେ କଥା ସରି ନାହିଁ। ପୂର୍ବରୁ ଚାଷୀ କେବଳ ୧୦ ପ୍ରତିଶତ ଖର୍ଚ୍ଚ ସହିତ ଟିକସ ଦେଉଥିଲେ। କିନ୍ତୁ ନୂଆ ନିୟମ ଅନୁସାରେ ଚାଷୀ କାମ ପୂର୍ବରୁ ପ୍ରଥମେ ଶତପ୍ରତିଶତ ଖର୍ଚ୍ଚ ଓ ୧୨ ପ୍ରତିଶତ ଜିଏସ୍‍ଟି ଦେବେ। କାମ ହେବା ପରେ ଡିବିଟି ମାଧ୍ୟମରେ ତାଙ୍କ ଆକାଉଣ୍ଟକୁ ୪୫ ପ୍ରତିଶତ ଅର୍ଥ ଦିଆଯିବ ଆଉ ତାଙ୍କ ଠାରୁ ଠିକା କମ୍ପାନୀ ପାରିଶ୍ରମିକ ପାଇବେ। ଯେଉଁଠି ଡ୍ରିପ୍‍ ଜଳସେଚନ ପାଇଁ ଚାଷୀ ୪/୫ ହଜାର ଟଙ୍କା ଦେଉଥିଲା ଏବେ ପୁରା ପ୍ରକଳ୍ପ ପାଇଁ ୫୦ ହଜାର ଟଙ୍କା ଦାଖଲ କରିବ। ଏହା ସହାୟତା ନା ଶୋଷଣ ବୋଲି ଏବେ ଚାଷୀମାନେ ପ୍ରଶ୍ନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

ସେହିପରି ଚଳିତ ଆର୍ଥିକ ବର୍ଷରୁ ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ସିଧାସଳଖ ଅର୍ଥ ପଠାଇବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଏହାକୁ କାର୍ଯ୍ୟକାରୀ ନକରି ଜିଲ୍ଲା ସ୍ତରରେ ସବୁ କାମ କରିବା ପାଇଁ ନିଷ୍ପତ୍ତି ହୋଇଛି। ଅର୍ଥାତ୍‍ ସିଧାସଳଖ ଅର୍ଥ ନଯାଇ ପର୍ଯ୍ୟାୟକ୍ରମେ ଦିଆଗଲେ ବିନିଯୋଗ ପ୍ରମାଣ ପତ୍ର (ୟୁ.ସି) ଆବଶ୍ୟକ ପଡ଼ିବ। ଏଥିଯୋଗୁଁ ଅନିୟମିତତା ହେବା ଆଶଙ୍କା ରହିଛି। କରୋନା ସମୟରେ କୃଷି କାର୍ଯ୍ୟ ବିକାଶ କରିଥିବା ବେଳେ ଚାଷୀଙ୍କୁ ସବୁ ପ୍ରକାର ସହାୟତା ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି। କିନ୍ତୁ ଉଦ୍ୟାନ କୃଷି ବିଭାଗ ଏହାର ଓଲଟା କାମ କରୁଛି। ଏବେ ଆନ୍ଧ୍ର ପ୍ରଦେଶ, କର୍ଣ୍ଟାଟକ ପିଏମ୍‍କେଏସୱାଇରେ ୯୦ ପ୍ରତିଶତ ସବ୍‍ସିଡି ଦେଉଥିବା ବେଳେ ତାମିଲନାଡୁ, ପଶ୍ଚିମ ବଙ୍ଗ, ତେଲେଙ୍ଗାନା ୧୦୦ ଏବଂ ଗୁଜରାଟ ୫୦ ପ୍ରତିଶତ ସବ୍‍ସିଡି ଦେଉଛନ୍ତି। ବର୍ଷେ ପୂର୍ବରୁ ଓଡ଼ିଶାରେ ୯୦ ପ୍ରତିଶତ ସବ୍‍ସିଡି ଥିବା ବେଳେ ବାର୍ଷିକ ୩୦ରୁ ୪୦ ହଜାର ଆବେଦନ ଆସୁଥିଲା। କିନ୍ତୁ ସବ୍‍ସିଡି ବନ୍ଦ ପରେ ଚାଷୀ ଏଥିରେ ସାମିଲ ହେବାକୁ ଚାହୁଁନାହାନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଏବେ ସୁଦ୍ଧା ପିଏମ୍‍କେଏସୱାଇରେ ୪୪୦୭୬ହେକ୍ଟର ଜମିରେ ଜଳସେଚନ କରାଯାଇଛି। ବଲାଙ୍ଗିର ଜିଲ୍ଲାର ରାଧାକାନ୍ତ ପ୍ରଧାନ ନାମକ ଜଣେ ଯୁବ ଚାଷୀ କହିଛନ୍ତି ପଶ୍ଚିମ ଓଡ଼ିଶାରେ ବଡ଼ ଜମି ଥିବାରୁ ପିଏମ୍‍କେଏସ୍‍ୱାର ବେଶ୍‍ ଚାହିଦା ରହିଛି। ବିଶେଷକରି ବଲାଙ୍ଗିର, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା ଆଦି ଜିଲ୍ଲାରେ ଏଥିପ୍ରତି ଚାଷୀ ଆଗଭର ହେଉଛନ୍ତି। କେବଳ ବର୍ଷା ଋତୁ ବ୍ୟତୀତ ବର୍ଷର ଆଠମାସ ସ୍ପ୍ରିଙ୍କଲର୍‍ ଓ ଡ୍ରିପ୍‍ ଜଳସେଚନ ଆବଶ୍ୟକ। ଏଥିରେ ବହୁତ କମ୍‍ ପାଣି ଖର୍ଚ୍ଚ ହେଉଥିବା ବେଳେ ଅଧିକ ଅମଳ ହେଉଛି। କିନ୍ତୁ ଚଳିତ ଅର୍ଥିକ ବର୍ଷ ଶେଷ ହେବାକୁ ବସିଥିବା ବେଳେ ନୂଆ ଆବେଦନ ଉପରେ କାମ ଆରମ୍ଭ ହୋଇନାହିଁ। ବାପାଙ୍କର ୫ ଏକର ଜମି ଥିବାରୁ ବାହାରେ ଚାକିରୀ ଛାଡ଼ି ଚାଷ କାମରେ ଯୋଗଦେଲି। କିନ୍ତୁ ପାଣି ଅଭାବରୁ ବହୁତ ସମସ୍ୟା ହେଉଛି। ପରିଶ୍ରମ ତୁଳନାରେ ଅମଳ ହେଉ ନାହିଁ ବୋଲି ସେ କହିଛନ୍ତି। ସେହିପରି ଭରତ ପ୍ରଧାନ ନାମକ ଅନ୍ୟ ଜଣେ ଚାଷୀ କହିଛନ୍ତି, କୌଣସି ଚାଷୀ ନିଜ ହାତରୁ ଶତପ୍ରତିଶତ ଖର୍ଚ୍ଚ ଦେଇ ସ୍ପ୍ରିଙ୍କଲର୍‍ କିମ୍ବା ଡ୍ରିପ୍‍ ବ୍ୟବସ୍ଥା କରିବେ ନାହିଁ। ଏପରି ନିୟମ କରିବା ଦ୍ୱାରା ଯୋଜନା ପ୍ରତି ଚାଷୀଙ୍କ ଆଗ୍ରହ କମିବ। ଆଉ ଧୀରେ ଧୀରେ ଏହି ଯୋଜନା ବନ୍ଦ ହୋଇଯିବ। ବର୍ତ୍ତମାନ ଯେତିକି ଅର୍ଥ ଅଛି ତାକୁ ସବ୍‍ସିଡି ସହ ପ୍ରଦାନ କଲେ ଅନ୍ତତଃ ଅଧିକ ଚାହିଦା ଥିବା ତିନି ଚାରିଟି ଜିଲ୍ଲାରେ ଜଳସେଚନ ହୋଇପାରନ୍ତା ବୋଲି ସେ ମତପ୍ରକାଶ କରିଛନ୍ତି।

15 Feb 2021 By The Sakala

https://www.thesakala.in/latest-odisha-news/pmksy-scheme-to-fail-farmers-dont-get-any-money-after-financial-year/article-8
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର