ଉଦ୍ଧାର ହେଲେ ନିଖୋଜ ସମିତିସଭ୍ୟ ପ୍ରାର୍ଥୀ, ଅପହରଣ ସନ୍ଦେହରେ ଜଣେ ଅଟକ

The Sakala Picture
Published On

ଢେଙ୍କାନାଳ: ଉଦ୍ଧାର ହେଲେ ନିଖୋଜ ହୋଇଥିବା ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା । ଗତକାଲି ପରିବାର ଲୋକେ କଣ୍ଟାବଣିଆ ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ସୁବ୍ରତଙ୍କୁ ଖୋଜିବା ଲାଗି ପୋଲିସ ୩ଟି ଟିମ୍ ଗଠନ କରିଥିଲା । କିଛି ସମୟ ତଳେ ଏକ ନମ୍ବରରୁ ସୁବ୍ରତ ତାଙ୍କ ବାପାଙ୍କୁ କଲ୍ କରି ଭାପୁର ଅଞ୍ଚଳରେ ଥିବା କହିଥିଲେ । ଏଥିସହ ଉକ୍ତ ନମ୍ବରରେ କଲ୍ ବ୍ୟାକ୍ କରିବାକୁ ମନା କରିଥିଲେ […]

ଢେଙ୍କାନାଳ: ଉଦ୍ଧାର ହେଲେ ନିଖୋଜ ହୋଇଥିବା ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା । ଗତକାଲି ପରିବାର ଲୋକେ କଣ୍ଟାବଣିଆ ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ସୁବ୍ରତଙ୍କୁ ଖୋଜିବା ଲାଗି ପୋଲିସ ୩ଟି ଟିମ୍ ଗଠନ କରିଥିଲା । କିଛି ସମୟ ତଳେ ଏକ ନମ୍ବରରୁ ସୁବ୍ରତ ତାଙ୍କ ବାପାଙ୍କୁ କଲ୍ କରି ଭାପୁର ଅଞ୍ଚଳରେ ଥିବା କହିଥିଲେ । ଏଥିସହ ଉକ୍ତ ନମ୍ବରରେ କଲ୍ ବ୍ୟାକ୍ କରିବାକୁ ମନା କରିଥିଲେ । ସେହି ଆଧାରରେ ପୋଲିସ ନିଖୋଜ ସୁବ୍ରତଙ୍କୁ ଉଦ୍ଧାର କରିଛି । ଘଟଣାରେ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସୂଚନା ଅନୁସାରେ ଅଟକ ଥିବା ବ୍ୟକ୍ତି ସୁବ୍ରତଙ୍କୁ ଶେଷ କଲ୍ କରିଥିଲେ ।

ଆହୁରି ପଢ଼ନ୍ତୁ: ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ତେବେ, ଅପହରଣ କିଏ ଓ କ’ଣ ପାଇଁ କରିଥିଲା ସେ ବିଷୟରେ ପୋଲିସ କିଛି ସ୍ପଷ୍ଟ ସୂଚନା ଦେଇନାହିଁ । ଏବେ ସୁବ୍ରତ ଉଦ୍ଧାର ହୋଇଥିବା ବେଳେ ପୋଲିସ ତାଙ୍କୁ ଢେଙ୍କାନାଳ ଆଣୁଛି । ସୁବ୍ରତଙ୍କୁ ଖୋଜିବା ଲାଗି ପୋଲିସ ୩ଟି ଟିମ୍ ଗଠନ କରିଥିଲା । ଡିଆଇଜି ସାର୍ଥକ ଷଡ଼ଙ୍ଗୀ ତଦନ୍ତର ତଦାରଖ କରୁଥିଲେ ।

ଆହୁରି ପଢ଼ନ୍ତୁ: ବିଶ୍ୱ ନିୟନ୍ତାଙ୍କ ବାହୁଡ଼ା ଯାତ୍ରା: ଛେରାପହଁରା ନୀତି ସଂପନ୍ନ ପରେ ଆରମ୍ଭ ହେଲା ରଥଟଣା

ସୂଚନାନୁସାରେ, ଫେବ୍ରୁଆରୀ ୧ ତାରିଖରେ ପୁସିଂ କାର୍ଡ ଛପାଇବାକୁ ଯାଇ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା ଘରକୁ ଫେରିନଥିଲେ । ନୂଆଗାଁ ପଞ୍ଚାୟତର ସମିତିସଭ୍ୟ ପାର୍ଥୀ ସୁବ୍ରତ ବେହେରା ଘରକୁ ନଫେରିବାରୁ, ଗତକାଲି ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ନିମବାହାଲି ଛକ ନିକଟ ପୋଖରୀ ପାଖରୁ ତାଙ୍କ ଚପଲ ଓ ବାଇକ୍ ମିଳିଥିଲା । ୧ ତାରିଖ ଦିନ ୩ ଟାରେ ସେ ତାଙ୍କ ମାଙ୍କ ସହ ଶେଷ ଥର ପାଇଁ କଥା ହୋଇଥିଲେ । ତାପରେ ଆଉ ତାଙ୍କ ଫୋନ୍ ଲାଗୁନଲା । ଭୋଟ୍ ପୂର୍ବରୁ ସୁବ୍ରତଙ୍କୁ କେହି ପ୍ରତିଦ୍ୱନ୍ଦ୍ୱୀ ଅପହରଣ କରି ନେଇଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

03 Feb 2022 By The Sakala

ଉଦ୍ଧାର ହେଲେ ନିଖୋଜ ସମିତିସଭ୍ୟ ପ୍ରାର୍ଥୀ, ଅପହରଣ ସନ୍ଦେହରେ ଜଣେ ଅଟକ

ଢେଙ୍କାନାଳ: ଉଦ୍ଧାର ହେଲେ ନିଖୋଜ ହୋଇଥିବା ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା । ଗତକାଲି ପରିବାର ଲୋକେ କଣ୍ଟାବଣିଆ ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ସୁବ୍ରତଙ୍କୁ ଖୋଜିବା ଲାଗି ପୋଲିସ ୩ଟି ଟିମ୍ ଗଠନ କରିଥିଲା । କିଛି ସମୟ ତଳେ ଏକ ନମ୍ବରରୁ ସୁବ୍ରତ ତାଙ୍କ ବାପାଙ୍କୁ କଲ୍ କରି ଭାପୁର ଅଞ୍ଚଳରେ ଥିବା କହିଥିଲେ । ଏଥିସହ ଉକ୍ତ ନମ୍ବରରେ କଲ୍ ବ୍ୟାକ୍ କରିବାକୁ ମନା କରିଥିଲେ । ସେହି ଆଧାରରେ ପୋଲିସ ନିଖୋଜ ସୁବ୍ରତଙ୍କୁ ଉଦ୍ଧାର କରିଛି । ଘଟଣାରେ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସୂଚନା ଅନୁସାରେ ଅଟକ ଥିବା ବ୍ୟକ୍ତି ସୁବ୍ରତଙ୍କୁ ଶେଷ କଲ୍ କରିଥିଲେ ।

ତେବେ, ଅପହରଣ କିଏ ଓ କ’ଣ ପାଇଁ କରିଥିଲା ସେ ବିଷୟରେ ପୋଲିସ କିଛି ସ୍ପଷ୍ଟ ସୂଚନା ଦେଇନାହିଁ । ଏବେ ସୁବ୍ରତ ଉଦ୍ଧାର ହୋଇଥିବା ବେଳେ ପୋଲିସ ତାଙ୍କୁ ଢେଙ୍କାନାଳ ଆଣୁଛି । ସୁବ୍ରତଙ୍କୁ ଖୋଜିବା ଲାଗି ପୋଲିସ ୩ଟି ଟିମ୍ ଗଠନ କରିଥିଲା । ଡିଆଇଜି ସାର୍ଥକ ଷଡ଼ଙ୍ଗୀ ତଦନ୍ତର ତଦାରଖ କରୁଥିଲେ ।

ସୂଚନାନୁସାରେ, ଫେବ୍ରୁଆରୀ ୧ ତାରିଖରେ ପୁସିଂ କାର୍ଡ ଛପାଇବାକୁ ଯାଇ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା ଘରକୁ ଫେରିନଥିଲେ । ନୂଆଗାଁ ପଞ୍ଚାୟତର ସମିତିସଭ୍ୟ ପାର୍ଥୀ ସୁବ୍ରତ ବେହେରା ଘରକୁ ନଫେରିବାରୁ, ଗତକାଲି ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ନିମବାହାଲି ଛକ ନିକଟ ପୋଖରୀ ପାଖରୁ ତାଙ୍କ ଚପଲ ଓ ବାଇକ୍ ମିଳିଥିଲା । ୧ ତାରିଖ ଦିନ ୩ ଟାରେ ସେ ତାଙ୍କ ମାଙ୍କ ସହ ଶେଷ ଥର ପାଇଁ କଥା ହୋଇଥିଲେ । ତାପରେ ଆଉ ତାଙ୍କ ଫୋନ୍ ଲାଗୁନଲା । ଭୋଟ୍ ପୂର୍ବରୁ ସୁବ୍ରତଙ୍କୁ କେହି ପ୍ରତିଦ୍ୱନ୍ଦ୍ୱୀ ଅପହରଣ କରି ନେଇଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର