ସ୍ତ୍ରୀ ଉପରେ ଅଭିମାନ କରି ଘରେ ନିଆଁ ଲଗେଇଲା ସ୍ୱାମୀ

The Sakala Picture
Published On

ଜଳେଶ୍ବର: ସ୍ୱାମୀ ଓ ସ୍ତ୍ରୀଙ୍କ ପାରିବାରିକ କଳହକୁ ନେଇ ସ୍ୱାମୀ ନିଜର କ୍ରୋଧକୁ ସମ୍ଭାଳି ନ ପାରି ସ୍ତ୍ରୀ ଉପରେ ରାଗ ସୁଝାଇବାକୁ ଯାଇ ଘର ଓ ଦୋକାନରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଦୋକାର ଘରର ଜିନିଷ ପତ୍ର ଓ ନିଜ ବାସ ଗୃହ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଷ୍ଟେସନ ବଜାର ସ୍ଥିତ ସାହୁ ଛକ ନିକଟରେ। ସୂଚନା ଅନୁଯାୟୀ, ଗଣେଶଲାଲ ମାଇଁତି […]

ଜଳେଶ୍ବର: ସ୍ୱାମୀ ଓ ସ୍ତ୍ରୀଙ୍କ ପାରିବାରିକ କଳହକୁ ନେଇ ସ୍ୱାମୀ ନିଜର କ୍ରୋଧକୁ ସମ୍ଭାଳି ନ ପାରି ସ୍ତ୍ରୀ ଉପରେ ରାଗ ସୁଝାଇବାକୁ ଯାଇ ଘର ଓ ଦୋକାନରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଦୋକାର ଘରର ଜିନିଷ ପତ୍ର ଓ ନିଜ ବାସ ଗୃହ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଷ୍ଟେସନ ବଜାର ସ୍ଥିତ ସାହୁ ଛକ ନିକଟରେ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ସୂଚନା ଅନୁଯାୟୀ, ଗଣେଶଲାଲ ମାଇଁତି ନିଜ ସ୍ତ୍ରୀ ବନ୍ଦନା ଓ ପିଲା ଛୁଆକୁ ଧରି ଜଳେଶ୍ୱର ଷ୍ଟେସନ ବଜାର ସାହୁ ଛକ ରେଳ ଗେଟ ନିକଟରେ କିଛି ରେଲୱେ ଜାଗା ଉପରେ ଘର ଓ ଲେଡିସ ଟେଲର ଦୋକାନ କରି ପରିବାର ଚଳାଉ ଥିଲେ। ତେବେ ଆଜି ସକାଳ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ମତାନ୍ତର ଲାଗିବା ପରେ ସ୍ବାମୀ ଗଣେଶଲାଲ ନିଜ ସ୍ତ୍ରୀକୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରୁଥିବା ବେଳେ ସ୍ତ୍ରୀ ଅନ୍ୟତ୍ର ଖସିପଳାଇ ଥିଲେ। ତେବେ ସ୍ତ୍ରୀ ଉପରେ ରାଗ ସୁଝାଇବାକୁ ଯାଇ ନିଜେ ରହୁଥିବା ଘର ଓ ଟେଲର ଦୋକାନରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ନିଆଁରେ ଟେଲର ଦୋକାନର ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ସହ ବାସ ଗୃହ ପୋଡ଼ି ପାଉଁଶ ହୋଇଯାଇଛି। ଘଟଣା ସ୍ଥଳରେ ଜଳେଶ୍ୱର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

19 Feb 2021 By The Sakala

ସ୍ତ୍ରୀ ଉପରେ ଅଭିମାନ କରି ଘରେ ନିଆଁ ଲଗେଇଲା ସ୍ୱାମୀ

ଜଳେଶ୍ବର: ସ୍ୱାମୀ ଓ ସ୍ତ୍ରୀଙ୍କ ପାରିବାରିକ କଳହକୁ ନେଇ ସ୍ୱାମୀ ନିଜର କ୍ରୋଧକୁ ସମ୍ଭାଳି ନ ପାରି ସ୍ତ୍ରୀ ଉପରେ ରାଗ ସୁଝାଇବାକୁ ଯାଇ ଘର ଓ ଦୋକାନରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଦୋକାର ଘରର ଜିନିଷ ପତ୍ର ଓ ନିଜ ବାସ ଗୃହ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଷ୍ଟେସନ ବଜାର ସ୍ଥିତ ସାହୁ ଛକ ନିକଟରେ।

ସୂଚନା ଅନୁଯାୟୀ, ଗଣେଶଲାଲ ମାଇଁତି ନିଜ ସ୍ତ୍ରୀ ବନ୍ଦନା ଓ ପିଲା ଛୁଆକୁ ଧରି ଜଳେଶ୍ୱର ଷ୍ଟେସନ ବଜାର ସାହୁ ଛକ ରେଳ ଗେଟ ନିକଟରେ କିଛି ରେଲୱେ ଜାଗା ଉପରେ ଘର ଓ ଲେଡିସ ଟେଲର ଦୋକାନ କରି ପରିବାର ଚଳାଉ ଥିଲେ। ତେବେ ଆଜି ସକାଳ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ମତାନ୍ତର ଲାଗିବା ପରେ ସ୍ବାମୀ ଗଣେଶଲାଲ ନିଜ ସ୍ତ୍ରୀକୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରୁଥିବା ବେଳେ ସ୍ତ୍ରୀ ଅନ୍ୟତ୍ର ଖସିପଳାଇ ଥିଲେ। ତେବେ ସ୍ତ୍ରୀ ଉପରେ ରାଗ ସୁଝାଇବାକୁ ଯାଇ ନିଜେ ରହୁଥିବା ଘର ଓ ଟେଲର ଦୋକାନରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ନିଆଁରେ ଟେଲର ଦୋକାନର ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ସହ ବାସ ଗୃହ ପୋଡ଼ି ପାଉଁଶ ହୋଇଯାଇଛି। ଘଟଣା ସ୍ଥଳରେ ଜଳେଶ୍ୱର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

https://www.thesakala.in/latest-odisha-news/husband-set-fire-on-house/article-88
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର