କରୋନା ସଂକ୍ରମଣ ତଳମୁହାଁ ରହିଛି, ଗ୍ରାଫ ସମ୍ପୂର୍ଣ୍ଣ ତଳକୁ ଆସିବା ଯାଏ ଆମକୁ ଅପେକ୍ଷା କରିବାକୁ ପଡିବ- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ଯା ହ୍ରାସ ଘଟିଛି। କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରାଜ୍ୟରେ କୋଭିଡ ସଂକ୍ରମଣ ବର୍ତ୍ତମାନ କମିବା ଅବସ୍ଥାରେ ଅଛି । ପୂରା ତଳକୁ ଆସିନାହିଁ । ଦ୍ଵିତୀୟତଃ ଟୀକାକରଣ ଅଧିକ ଥିବାରୁ ଲୋକଙ୍କଠାରେ କମ ଲକ୍ଷଣ ଦେଖାଯାଉଛି । ତେଣୁ ଯେଉଁମାନେ ଟିକା ନେଇନାହାନ୍ତି, ତୁରନ୍ତ ନେଇଯାଆନ୍ତୁ । ଏମିତିକି ଯେଉଁମାନେ ଯୋଗ୍ୟ, ସେମାନେ ପ୍ରିକସନାରୀ ଡୋଜ ବି ନେଇ ଯାଆନ୍ତୁ […]

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ଯା ହ୍ରାସ ଘଟିଛି। କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରାଜ୍ୟରେ କୋଭିଡ ସଂକ୍ରମଣ ବର୍ତ୍ତମାନ କମିବା ଅବସ୍ଥାରେ ଅଛି । ପୂରା ତଳକୁ ଆସିନାହିଁ । ଦ୍ଵିତୀୟତଃ ଟୀକାକରଣ ଅଧିକ ଥିବାରୁ ଲୋକଙ୍କଠାରେ କମ ଲକ୍ଷଣ ଦେଖାଯାଉଛି । ତେଣୁ ଯେଉଁମାନେ ଟିକା ନେଇନାହାନ୍ତି, ତୁରନ୍ତ ନେଇଯାଆନ୍ତୁ । ଏମିତିକି ଯେଉଁମାନେ ଯୋଗ୍ୟ, ସେମାନେ ପ୍ରିକସନାରୀ ଡୋଜ ବି ନେଇ ଯାଆନ୍ତୁ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ମହାସମାରୋହରେ ଚାଲିଛି ଦ୍ୱିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବଣ୍ଟାଯାଉଛି ଟଙ୍କ ତୋରାଣି

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆହୁରି କହିଛନ୍ତି ଯେ, ସାମଗ୍ରିକ ଭାବେ ଯାହା ଦେଖାଯାଉଛି, କରୋନା ସଂକ୍ରମଣ ବର୍ତ୍ତମାନ ତଳମୁହାଁ ରହିଛି । ଗ୍ରାଫ ତଳକୁ ପହଞ୍ଚିବା ଯାଏ ଆମେ ଆଉ କିଛି ଦିନ ଅପେକ୍ଷା କରିବା । ଆମ ରାଜ୍ୟର ଷ୍ଟାଣ୍ଡର୍ଡ ଓ ପାରାମିଟର ଦେଖି କଟକଣା କୋହଳ ନିଷ୍ପତ୍ତି ନିଆଯିବ । ଏପର୍ଯ୍ଯନ୍ତ ରାଜ୍ୟରେ ସଂକ୍ରମଣ ତଳକୁ ଆସିନାହିଁ । ଯେହେତୁ ଓମିକ୍ରନର ସଂକ୍ରମଣ ହାର ବହୁତ ଅଧିକ, କେତେବେଳେ ବି ବଢ଼ିପାରେ । ତଳକୁ ନ ଆସିବା ଯାଏ ଆମକୁ ଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର ।

ଆହୁରି ପଢ଼ନ୍ତୁ: ହିଟୱେଭ ପାଇଁ SOP: ଅଧିକ ଖରା ହେଉଥିବା ଜାଗାରେ ଆଶ୍ରୟସ୍ଥଳୀ ନିର୍ମାଣ, ଡ୍ରାଇଭରଙ୍କ ପାଇଁ ORS ଓ ପିଇବା ପାଣି ବ୍ୟବସ୍ଥା

ପ୍ରଥମ ଡୋଜ ଟିକା ଲାଗି ରାଜ୍ୟରେ ଏବେ ବି ୨୧ ଲକ୍ଷ ଲୋକ ବାକି ଅଛନ୍ତି । ସମସ୍ତ ଜିଲ୍ଲାଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ କେଉଁ ଜିଲ୍ଲାରୁ କେତେ ବାକି ଅଛନ୍ତି, ସେ ତଥ୍ୟ ଦେବେ । ଏହାପରେ ସବୁ ଲୋକଙ୍କ ଟିକାକରଣ ଶେଷ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

28 Jan 2022 By The Sakala

କରୋନା ସଂକ୍ରମଣ ତଳମୁହାଁ ରହିଛି, ଗ୍ରାଫ ସମ୍ପୂର୍ଣ୍ଣ ତଳକୁ ଆସିବା ଯାଏ ଆମକୁ ଅପେକ୍ଷା କରିବାକୁ ପଡିବ- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ଯା ହ୍ରାସ ଘଟିଛି। କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରାଜ୍ୟରେ କୋଭିଡ ସଂକ୍ରମଣ ବର୍ତ୍ତମାନ କମିବା ଅବସ୍ଥାରେ ଅଛି । ପୂରା ତଳକୁ ଆସିନାହିଁ । ଦ୍ଵିତୀୟତଃ ଟୀକାକରଣ ଅଧିକ ଥିବାରୁ ଲୋକଙ୍କଠାରେ କମ ଲକ୍ଷଣ ଦେଖାଯାଉଛି । ତେଣୁ ଯେଉଁମାନେ ଟିକା ନେଇନାହାନ୍ତି, ତୁରନ୍ତ ନେଇଯାଆନ୍ତୁ । ଏମିତିକି ଯେଉଁମାନେ ଯୋଗ୍ୟ, ସେମାନେ ପ୍ରିକସନାରୀ ଡୋଜ ବି ନେଇ ଯାଆନ୍ତୁ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆହୁରି କହିଛନ୍ତି ଯେ, ସାମଗ୍ରିକ ଭାବେ ଯାହା ଦେଖାଯାଉଛି, କରୋନା ସଂକ୍ରମଣ ବର୍ତ୍ତମାନ ତଳମୁହାଁ ରହିଛି । ଗ୍ରାଫ ତଳକୁ ପହଞ୍ଚିବା ଯାଏ ଆମେ ଆଉ କିଛି ଦିନ ଅପେକ୍ଷା କରିବା । ଆମ ରାଜ୍ୟର ଷ୍ଟାଣ୍ଡର୍ଡ ଓ ପାରାମିଟର ଦେଖି କଟକଣା କୋହଳ ନିଷ୍ପତ୍ତି ନିଆଯିବ । ଏପର୍ଯ୍ଯନ୍ତ ରାଜ୍ୟରେ ସଂକ୍ରମଣ ତଳକୁ ଆସିନାହିଁ । ଯେହେତୁ ଓମିକ୍ରନର ସଂକ୍ରମଣ ହାର ବହୁତ ଅଧିକ, କେତେବେଳେ ବି ବଢ଼ିପାରେ । ତଳକୁ ନ ଆସିବା ଯାଏ ଆମକୁ ଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର ।

ପ୍ରଥମ ଡୋଜ ଟିକା ଲାଗି ରାଜ୍ୟରେ ଏବେ ବି ୨୧ ଲକ୍ଷ ଲୋକ ବାକି ଅଛନ୍ତି । ସମସ୍ତ ଜିଲ୍ଲାଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ କେଉଁ ଜିଲ୍ଲାରୁ କେତେ ବାକି ଅଛନ୍ତି, ସେ ତଥ୍ୟ ଦେବେ । ଏହାପରେ ସବୁ ଲୋକଙ୍କ ଟିକାକରଣ ଶେଷ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର