ନିରାଶ ହେବେ ଓଡିଶା କ୍ରିକେଟ ପ୍ରଶଂସକ; ଅନିଶ୍ଚିତତାରେ ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ମ୍ୟାଚ୍‌

The Sakala Picture
Published On

କଟକ: ନିରାଶ ହେବେ ଓଡିଶାର କ୍ରିକେଟ୍ ପ୍ରେମୀମାନେ। ବିସିସିଆଇ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳ ଫେବ୍ରୁଆରୀ ମାସରେ ଭାରତ ଗସ୍ତରେ ଆସି ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳିବ । ୬ଟି ମ୍ୟାଚ୍‌ ଦେଶର ୬ଟି ଭେନ୍ୟୁରେ ଖେଳାଯିବା ନେଇ ସୂଚୀ ପୂର୍ବରୁ ଘୋଷଣା ହୋଇ ସାରିଥିଲା । ମାତ୍ର ବିଶ୍ବସ୍ତସୂତ୍ରରୁ ଜଣାପଡିଛି ଯେ ରାଜ୍ୟରେ କୋଭିଡ୍- […]

କଟକ: ନିରାଶ ହେବେ ଓଡିଶାର କ୍ରିକେଟ୍ ପ୍ରେମୀମାନେ। ବିସିସିଆଇ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳ ଫେବ୍ରୁଆରୀ ମାସରେ ଭାରତ ଗସ୍ତରେ ଆସି ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳିବ । ୬ଟି ମ୍ୟାଚ୍‌ ଦେଶର ୬ଟି ଭେନ୍ୟୁରେ ଖେଳାଯିବା ନେଇ ସୂଚୀ ପୂର୍ବରୁ ଘୋଷଣା ହୋଇ ସାରିଥିଲା । ମାତ୍ର ବିଶ୍ବସ୍ତସୂତ୍ରରୁ ଜଣାପଡିଛି ଯେ ରାଜ୍ୟରେ କୋଭିଡ୍- ୧୯ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ମ୍ୟାଚକୁ ସ୍ଥାନାନ୍ତର କରାଯାଇଛି। ଫେବୃଆରୀ ୧୫ ତାରିଖରେ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବାର ଥିଲା।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଖବର ଅନୁଯାୟୀ, ବୁଧବାର ବିସିସିଆଇର ଫିକ୍ସର କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ଦ୍ବିପାକ୍ଷିକ ସିରିଜର ସମସ୍ତ ମ୍ୟାଚକୁ କେବଳ କୋଲକାତା ଏବଂ ଅହମ୍ମଦାବାଦରେ ଖେଳାଯିବାକୁ ବିସିସିଆଇ ଟୁର୍, ଫିକ୍ଚର୍ସ ଏବଂ ଟେକ୍ନିକାଲ୍ କମିଟି ପ୍ରସ୍ତାବ ଦେଇଛି। କିଛି ରିପୋର୍ଟ ଅନୁଯାୟୀ, ଗତକାଲିର ଭର୍ଚୁଆଲ୍ ବୈଠକରେ ବିସିସିଆଇ କମିଟି ଏହି ନିଷ୍ପତ୍ତି ନେଇଛି। ସେହି ଅନୁଯାୟୀ, ଉଭୟ ଦିନିକିଆ ଏବଂ ଟି-୨୦ ମ୍ୟାଚ୍ କାର୍ଯ୍ୟସୂଚୀର ତାରିଖ ଗୁଡ଼ିକରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିସିସିଆଇ ଏ ବିଷୟ ଘୋଷଣା କରିବ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ଭାରତ-ୱେଷ୍ଟଇଣ୍ଡିଜ୍ ସିରିଜରେ ଫେବୃଆରୀ ୬ ତାରିଖରୁ ତିନୋଟି ଏକଦିବସୀୟ ମ୍ୟାଚ୍ ଏବଂ ତିନୋଟି ଟି – ୨୦ ମ୍ୟାଚ୍ ଖେଳାଯିବାକୁ ଧାର୍ଯ୍ୟ ହୋଇଛି। ଅହମ୍ମଦାବାଦ, ଜୟପୁର, ଏବଂ କୋଲକାତାରେ ଏକଦିବସୀୟ ଏବଂ ଟି – ୨୦ ମ୍ୟାଚ ଗୁଡ଼ିକ କଟକ, ବିଶାଖାପାଟଣା ଏବଂ ଥିରୁଅନନ୍ତପୁରମରେ ଖେଳାଯିବାକୁ ସ୍ଥିର ହୋଇଥିଲା। କିନ୍ତୁ ପରିବର୍ତ୍ତିତ ପ୍ରସ୍ତାବ ଯଦି କାର୍ଯ୍ୟକାରୀ କରାଯାଏ ତେବେ ଓଡ଼ିଶାର କ୍ରିକେଟପ୍ରେମୀ ନିରାଶ ହେବେ ବୋଲି ସମ୍ଭାବନା ଦେଖାଦେଇଛି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର