ପୁଣି ବର୍ଷା ଆଣୁଛି ପଶ୍ଚିମା ଝଡ଼

The Sakala Picture
Published On

ଭୁବନେଶ୍ଵର: କିଛି ଦିନର ବିରତି ପରେ ପୁଣି ବର୍ଷା ଫେରିବାର ଆଶଙ୍କା ସୃଷ୍ଟି ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ଏହି ବର୍ଷା ହେବ ବୋଲି ଜଣାପଡ଼ିଛି। ଗତ କିଛିଦିନ ତଳେ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା । ବିଶେଷକରି ପଶ୍ଚିମ ଓଡ଼ିଶାରେ ଏହାର ସର୍ବାଧିକ ପ୍ରଭାବ ରହିଥିଲା । ଏବେ ପୁଣି ଥରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିବା ପରେ ଚିନ୍ତା ବଢ଼ିଛି। ପାଣିପାଗ କେନ୍ଦ୍ରରୁ ମିଳିଥିବା […]

ଭୁବନେଶ୍ଵର: କିଛି ଦିନର ବିରତି ପରେ ପୁଣି ବର୍ଷା ଫେରିବାର ଆଶଙ୍କା ସୃଷ୍ଟି ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ଏହି ବର୍ଷା ହେବ ବୋଲି ଜଣାପଡ଼ିଛି। ଗତ କିଛିଦିନ ତଳେ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା । ବିଶେଷକରି ପଶ୍ଚିମ ଓଡ଼ିଶାରେ ଏହାର ସର୍ବାଧିକ ପ୍ରଭାବ ରହିଥିଲା । ଏବେ ପୁଣି ଥରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିବା ପରେ ଚିନ୍ତା ବଢ଼ିଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ପାଗ ଶୁଖୁଲା ରହିବା ସହିତ ଶୁକ୍ରବାରଠାରୁ ଏଥିରେ ପରିବର୍ତ୍ତନ ଆସିବ। ଶୁକ୍ରବାର କେନ୍ଦୁଝର, ମୟୂରଭଞ୍ଜ, ପୁରୀ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ଶୁକ୍ରବାରଠାରୁ ବର୍ଷାର ପରିମାଣ ବଢ଼ିବା ସହିତ ବିକ୍ଷିପ୍ତ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ୱାସ କହିଛନ୍ତି। ଅନ୍ୟପଟେ ପାଗ ମେଘୁଆ ହେବା କାରଣରୁ ପୁଣି ତାପମାତ୍ରା ବୃଦ୍ଧି ହେବ ବୋଲି ଜଣାପଡ଼ିଛି। ୨୪ ଘଣ୍ଟା ପରେ ତାପମାତ୍ରା ବଢ଼ିବା ଆରମ୍ଭ ହୋଇ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

 

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର