କମିବ ଥଣ୍ଡା, ୨୧ରୁ ପୁଣି ବର୍ଷା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଆଉ ଥଣ୍ଡା ବିଶେଷ ବଢ଼ିବ ନାହିଁ । ବର୍ତ୍ତମାନ ଯେଉଁ ସ୍ଥିତି ଜାରି ରହିଛି ଦୁଇ ଦିନ ପର୍ଯ୍ୟନ୍ତ ସମାନ ସ୍ଥିତି ଅପରିବର୍ତ୍ତିତ ରହିବା ଏହାପରେ ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ହୋଇ ଶୀତର ପ୍ରକୋପ ହ୍ରାସ ପାଇବ । ୨ଦିନ ପରେ ବିଭିନ୍ନ ଅଞ୍ଚଳରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଫଳରେ ଶୀତର ପ୍ରକୋପ କମିଯିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଆଉ ଦୁଇଦିନ ପରେ […]

ଭୁବନେଶ୍ୱର: ରାଜ୍ୟରେ ଆଉ ଥଣ୍ଡା ବିଶେଷ ବଢ଼ିବ ନାହିଁ । ବର୍ତ୍ତମାନ ଯେଉଁ ସ୍ଥିତି ଜାରି ରହିଛି ଦୁଇ ଦିନ ପର୍ଯ୍ୟନ୍ତ ସମାନ ସ୍ଥିତି ଅପରିବର୍ତ୍ତିତ ରହିବା ଏହାପରେ ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ହୋଇ ଶୀତର ପ୍ରକୋପ ହ୍ରାସ ପାଇବ । ୨ଦିନ ପରେ ବିଭିନ୍ନ ଅଞ୍ଚଳରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଫଳରେ ଶୀତର ପ୍ରକୋପ କମିଯିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଆଉ ଦୁଇଦିନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସେହିପରି ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ହେବ । ଏଥିପାଇଁ ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ବାସ କହିଛନ୍ତି ଯେ ୨ ଦିନ ପରେ ତାପମାତ୍ରା ବଢ଼ିବ। ୨୧ରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ସ୍ଵଳ୍ପ ବର୍ଷା ହୋଇପାରେ। ସେହିପରି ୨୨ ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆଶଙ୍କା କହିଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

19 Jan 2022 By The Sakala

କମିବ ଥଣ୍ଡା, ୨୧ରୁ ପୁଣି ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଆଉ ଥଣ୍ଡା ବିଶେଷ ବଢ଼ିବ ନାହିଁ । ବର୍ତ୍ତମାନ ଯେଉଁ ସ୍ଥିତି ଜାରି ରହିଛି ଦୁଇ ଦିନ ପର୍ଯ୍ୟନ୍ତ ସମାନ ସ୍ଥିତି ଅପରିବର୍ତ୍ତିତ ରହିବା ଏହାପରେ ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ହୋଇ ଶୀତର ପ୍ରକୋପ ହ୍ରାସ ପାଇବ । ୨ଦିନ ପରେ ବିଭିନ୍ନ ଅଞ୍ଚଳରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଫଳରେ ଶୀତର ପ୍ରକୋପ କମିଯିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଆଉ ଦୁଇଦିନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସେହିପରି ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ହେବ । ଏଥିପାଇଁ ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ବାସ କହିଛନ୍ତି ଯେ ୨ ଦିନ ପରେ ତାପମାତ୍ରା ବଢ଼ିବ। ୨୧ରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ସ୍ଵଳ୍ପ ବର୍ଷା ହୋଇପାରେ। ସେହିପରି ୨୨ ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆଶଙ୍କା କହିଛି।

https://www.thesakala.in/latest-odisha-news/weather-update-winter-will-be-light-and-rainy-again-on-the-21st/article-8560
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର