ହସ୍ପିଟାଲରେ ସଂକ୍ରମଣ ଆଶଙ୍କା ଅଧିକ, ଅତି ଆବଶ୍ୟକ ନ ଥିଲେ ଆସନ୍ତୁ ନାହିଁ- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଦୁଇ ଦିନ ହେଲାଣି ୧୦ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଡାକ୍ତରଖାନା ଗୁଡ଼ିକୁ  ଅତି ଆବଶ୍ୟକ ନଥିଲେ ଆସନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ସେ ଆହୁରି ମଧ୍ଯ କହିଛନ୍ତି ଯେ, ହସ୍ପିଟାଲରେ ସଂକ୍ରମଣ ଆଶଙ୍କା ଅଧିକ, ଅତି ଆବଶ୍ୟକ ନଥିଲେ ଆସନ୍ତୁ ନାହିଁ । କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିବା ରୋଗୀ ଅତିଗୁରୁତର ନ ହୋଇଥିଲେ ଡାକ୍ତରଖାନାରେ […]

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଦୁଇ ଦିନ ହେଲାଣି ୧୦ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଡାକ୍ତରଖାନା ଗୁଡ଼ିକୁ  ଅତି ଆବଶ୍ୟକ ନଥିଲେ ଆସନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ସେ ଆହୁରି ମଧ୍ଯ କହିଛନ୍ତି ଯେ, ହସ୍ପିଟାଲରେ ସଂକ୍ରମଣ ଆଶଙ୍କା ଅଧିକ, ଅତି ଆବଶ୍ୟକ ନଥିଲେ ଆସନ୍ତୁ ନାହିଁ । କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିବା ରୋଗୀ ଅତିଗୁରୁତର ନ ହୋଇଥିଲେ ଡାକ୍ତରଖାନାରେ ଭର୍ତ୍ତି ହୋଇପାରିବେ ନାହିଁ। ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ଆଡମିଶନ ପାଇଁ ଅନୁମତି ଦିଆଯାଇଛି। ସାଧାରଣ ରୋଗୀଙ୍କ ପାଇଁ ଟେଲିମେଡିସିନ ସେବା ଆରମ୍ଭ ହୋଇଛି । ଗୁରୁତର ରୋଗୀଙ୍କର ଯଦି ଆବଶ୍ୟକସ୍ଥଳେ ଅପରେସନ କରିବାକୁ ପଡେ ତେବେ କରାଯାଇପାରିବ ବୋଲି ଗାଇଡଲାଇନରେ କୁହାଯାଇଛି । ଏଥିସହିତ ଗୁରୁତର ରୋଗୀଙ୍କ ସହ ଜଣେ ଦେଖାଶୁଣା ପାଇଁ ରହିପାରିବେ । ଡାକ୍ତରଖାନାରେ ସମ୍ପୂର୍ଣ୍ଣଭାବେ କୋଭିଡ କଟକଣା ପାଳନ କରିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର